ପୁଲିସ ନିଜେ ପିନ୍ଧିନି ମାସ୍କ! କିନ୍ତୁ ମାସ୍କ ଚେକିଂ କରି ମାଡ଼ ମାରୁଛି‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 11, 2021

ପୁଲିସ ନିଜେ ପିନ୍ଧିନି ମାସ୍କ! କିନ୍ତୁ ମାସ୍କ ଚେକିଂ କରି ମାଡ଼ ମାରୁଛି‌

ବାସୁଦେବପୁର (ବାସୁଦେବ ଦାସ): ମାସ୍କ ପିନ୍ଧି ନଥିବାରୁ ଜଣେ ଯୁବକଙ୍କୁ ପୁଲିସ ମାତ୍ରଧିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟା ଉଦ୍ୟମ ଦଫା ଲଗାଇ ଗିରଫ କରିଛି। ଏପରି ଏକ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ପୁଲିସର ମାଡ଼ମରା ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଅନ୍ୟପକ୍ଷରେ ଭିଡିଓରେ ପୁଲିସ ଠିକ୍‌ ଭାବେ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଛି।

ଗତ ଶନିବାର ଆରଡ଼ି ଫାଣ୍ଡି ଅନ୍ତର୍ଗତ ବେତାଳିଗାଁର ଶୁଭରଞ୍ଜନ ମେକାପ ମନ୍ଦିର ଯାଉଥିଲେ। ମାତ୍ର ସେ ମାସ୍କ ପିନ୍ଧି ନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ପୁଲିସ ତାଙ୍କୁ ଅଟକାଇ ଫାଇନ୍‌ କରିଥିଲେ। ମାତ୍ର ସେ ଫାଇନ୍‌ ଦେଇ ନଥିବା ପୁଲିସ ଅଭିଯୋଗ କରିଛି। ଏହାକୁ ନେଇ ଶୁଭରଞ୍ଜନ ଓ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ଏହାରି ଭିତରେ ସେ ମୋବାଇଲ ବାହାର କରିବାରୁ ହଠାତ ୫ରୁ ୬ ଜଣ ପୁଲିସ କର୍ମଚାରୀ ତାଙ୍କ ଉପରେ ଆତର୍କିତ ଆକ୍ରମଣ କରିଥିଲେ। ଏପରିକି ମୋବାଇଲ୍ ଛଡ଼ାଇବା ନେଇ ତଳେ ପକାଇ ମାଡ ମାରିଥିବା ଅଭିଯୋଗ ହୋଇଛି।

ଖାଲି ସେତିକି ନୁହେଁ, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇ ପୁଲିସ ତାଙ୍କୁ ଗିରଫ କରିଛି। ତେବେ ବଡ଼ କଥା ହେଲା, ଭିଡିଓରେ ଥିବା ପୁଲିସ କର୍ମଚାରୀମାନେ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିଥିବା ବେଳେ ଆଉ ଜଣେ କେବଳ ଗାମୁଛା ଓ ଗଞ୍ଜି ପିନ୍ଧି ଆକ୍ରମଣ କରିଥିଲେ।

ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ କହିଛନ୍ତି- “ସମ୍ପୃକ୍ତ ବ୍ୟକ୍ତି ମାସ୍କ ଓ ହେଲ୍‌ମେଟ୍‌ ପିନ୍ଧି ନଥିଲେ। ଫାଇନ୍‌ କଲା ବେଳେ ସେ ରସିଦ୍‌ ବହି ଚିରି ଦେବାକୁ ଉଦ୍ୟମ କରିଥିଲା। ଟେକା ପଥର ମାଡ଼ କଲା। ଯାହାଫଳରେ ଆମ କର୍ମଚାରୀମାନେ ଆହତ ହୋଇଛନ୍ତି। ସେଥିପାଇଁ ତାଙ୍କୁ ଗିରଫ କରିବା ପାଇଁ ବାଧ୍ୟ ହେଲୁ।”

ସୂଚନାଯୋଗ୍ୟ, ମହାମାରୀ କରୋନାର ଉପର ମୁହାଁକୁ ଦେଖି ପୁଲିସ ମାସ୍କ ଚେକିଂ କଡ଼ାକଡ଼ି କରୁଛି।

The post ପୁଲିସ ନିଜେ ପିନ୍ଧିନି ମାସ୍କ! କିନ୍ତୁ ମାସ୍କ ଚେକିଂ କରି ମାଡ଼ ମାରୁଛି‌ appeared first on Odisha Reporter.



from Odisha Reporter https://ift.tt/3tboAjX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages