ଭୋପାଲ: ବର୍ବରତାର ଟପିଲା ସବୁ ସୀମା। ମଣିଷ ପଣିଆ ଭୁଲିଗଲା ପୁଲିସ। କରୋନା ସଂକ୍ରମିତଙ୍କୁ ଗାଁ ମଝିରେ ନିର୍ଧୁମ ପିଟିଲା। ଏପରିକି ପୁଲିସର ଏହି ମାଡରୁ ସଂକ୍ରମିତଙ୍କ ପରିବାର ଲୋକେ ମଧ୍ୟ ବାଦ୍ ପଡିଲେନି। ଏଭଳି ଏକ ଅଭାବନୀୟ ଘଟଣାର ଚିତ୍ର ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମଧ୍ୟପ୍ରଦେଶର ଖାଣ୍ଡୱାରେ ଘଟିଛି ଏଭଳି କିଛି ଘଟଣା। ଜଣେ ସ୍ଥାନୀୟ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ ଜଣେ ୨୦ ବର୍ଷୀୟ କୋଭିଡ ସଂକ୍ରମିତ ଯୁବକଙ୍କୁ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ୍ ଯାଇଥିଲା । ହେଲେ ପରିବାର ଲୋକେ ଯୁବକଙ୍କୁ ଛାଡିନଥିଲେ। ଏହାକୁ ନେଇ ପରିବାର ଲୋକଙ୍କ ସହ ସ୍ୱାସ୍ଥ୍ୟକର୍ମୀଙ୍କ ଯୁକ୍ତିତର୍କ ହୋଇଥିଲା । ପରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ପରିବାର ଲୋକେ ସ୍ୱାସ୍ଥ୍ୟବିଭାଗ ଟିମକୁ ଆକ୍ରମଣ କରିଥିଲେ। ପରେ ଘଟଣାସ୍ଥଳେ ପହଞ୍ଚିଥିଲା ପୁଲିସ। ଏହାପରେ କିଛି ନଶୁଣି ସମସ୍ତଙ୍କ ଉପରେ ପୁଲିସ ଲାଠି ଚାର୍ଜ ଆରମ୍ଭ କରିଦେଇଥିଲା।
କରୋନା ସଂକ୍ରମିତଙ୍କୁ ରାସ୍ତାମଝିରେ ନିର୍ଧୁମ ମାଡ ମାରିଥିଲା ପୁଲିସ। ଏପରି ପରିବାର ଲୋକେ ବଞ୍ଚାଇବା ପାଇଁ ଆଗକୁ ଆସିଥିଲେ ମଧ୍ୟ ତାଙ୍କୁ ବି ଛାଡିନଥିଲା। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଚାରିଆଡେ ଏହି ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏପରିକି ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।
ସେପଟେ ଘଟଣାକୁ ନେଇ ଥାନା ପ୍ରଭାରୀ କହିଛନ୍ତି, “ଆମର କୌଣସି ତ୍ରୁଟି ନଥିଲା । ଆମ କର୍ମଚାରୀମାନେ ଏତଲା ପରେ ସେଠାକୁ ଯାଇଥିଲେ। ସେମାନଙ୍କ ଆକ୍ରମଣରେ ଆମର ମଧ୍ୟ କିଛି ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ।” ଅନ୍ୟପଟେ ଘଟଣାର ଯାଞ୍ଚ ଚାଲିଛି, ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଏସ୍ପି କହିଛନ୍ତି ।
मध्य प्रदेश के खंडवा जिले में पुलिकर्मियों ने कोरोना मरीज एवं महिला समेत उनके परिजनों पर लाठी-डंडों से बेरहमी से हमला किया। न्याय देने के बजाए पुलिस ने उल्टा पीड़ित परिवार पर ही केस दर्ज कर दिया। तत्काल इन पुलिसकर्मियों को निलंबित किया जाना चाहिए। ये बहुत ही पीड़ादायक है। pic.twitter.com/bKFK5UyTfN
— Chandra Shekhar Aazad (@BhimArmyChief) April 11, 2021
The post କରୋନା ସଂକ୍ରମିତଙ୍କୁ ଗାଁ ମଝିରେ ନିର୍ଧୁମ ଛେଚିଲା ପୁଲିସ appeared first on Odisha Reporter.
from Odisha Reporter https://ift.tt/3244sUL
No comments:
Post a Comment