ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ। ବି-ଟାଉନରେ ଜୁନିଅର ବଚ୍ଚନ ରୂପେ ସେ ବେଶ୍ ଜଣାଶୁଣା। ଇଣ୍ଡଷ୍ଟ୍ରିକୁ ସେ କେତେକ ହିଟ୍ ଫିଲ୍ମ ଦେଇଥିବା ବେଳେ ତାଙ୍କର କିଛିଟା ଫିଲ୍ମ ଫ୍ଲପ ମଧ୍ୟ ହୋଇଛି। ତେବେ ନିକଟରେ ଅଭିଷେକ ବଚ୍ଚନ ନିଜ ଅଭିନୟ କ୍ୟାରିଅରକୁ ନେଇ ବଡ ଖୁଲାସା କରିଛନ୍ତି। ସେ ବଲିଉଡ ଛାଡିବାକୁ ଚାହୁଁଥିଲେ ବୋଲି କହିଛନ୍ତି।
ନିକଟରେ ଏକ ସାକ୍ଷାତକାର୍ରେ ଜୁନିଅର ବଚ୍ଚନ ଅଭିଷେକ କହିଛନ୍ତି, ତାଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେଉଁଥିରେ ସେ ଇଣ୍ଡଷ୍ଟ୍ରି ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ଇଣ୍ଡଷ୍ଟ୍ରି ପାଇଁ ସେ ତିଆରି ହୋଇନାହାନ୍ତି ବୋଲି ତାଙ୍କୁ ଲାଗୁଥିଲା। ସେ ବଲିଉଡ ଉପରେ ପୁରା ଫେଡ୍ ଅଫ୍ ହୋଇଯାଇଥିଲେ। ଏହି ସମୟରେ ତାଙ୍କୁ ସମ୍ଭାଳିଥିଲେ ତାଙ୍କ ବାପା ତଥା ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ଅମିତାଭ ବଚ୍ଚନ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ, ଯାହା ପରେ ଅଭିଷେକ ତାଙ୍କ ମତ ବଦଳାଇ ଦେଇଥିଲେ ବୋଲି କହିଛନ୍ତି।
ଇଣ୍ଟରଭ୍ୟୁରେ ସେ ଆହୁରି କହିଛନ୍ତି, ଏକ ପବ୍ଲିକ୍ ପ୍ଲାଟଫର୍ମରେ ଫେଲ୍ ହେବା ଅତ୍ୟନ୍ତ କଷ୍ଟକର। ସେତେବେଳେ କୌଣସି ସୋସିଆଲ ମିଡିଆ ନଥିଲା, କିନ୍ତୁ ମୁଁ ମିଡିଆ ମାଧ୍ୟମରେ ପଢିଥିଲି ଯେ କିଛି ଲୋକ ମୋତେ ଗାଳି କରୁଥିଲେ ଏବଂ କିଛି ଲୋକ କହୁଥିଲେ ଯେ ମୁଁ ଅଭିନୟ ଜାଣିନି।
ସେତେବେଳେ ମୁଁ ଅନୁଭବ କରିଥିଲି ଯେ ମୁଁ ଇଣ୍ଡଷ୍ଟ୍ରିକୁ ଆସି ଭୁଲ୍ କରିଛି କାରଣ ମୁଁ ଯାହା କରୁଥିଲି ତାହା କାମ କରୁନଥିଲା । ମୁଁ ମୋ ବାପାଙ୍କ ନିକଟକୁ ଯାଇ କହିଲି ଯେ ବୋଧହୁଏ ମୁଁ ବି-ଟାଉନ୍ ପାଇଁ ତିଆରି ହୋଇନାହିଁ । ଏହା ଶୁଣିବା ପରେ ଅମିତାଭ ତାଙ୍କୁ ସାହସ ଦେଇଥିଲେ।
ସେ କହିଥିଲେ ପ୍ରତିଦିନ ତୁମକୁ ନିଜ ସ୍ଥାନ ତିଆରି କରିବା ପାଇଁ ଲଢ଼ିବାକୁ ହେବ। ଜଣେ ଅଭିନେତା ରୂପେ ପ୍ରତ୍ୟେକ ଫିଲ୍ମରେ ତୁମକୁ ଭଲ ପ୍ରଦର୍ଶନ କରିବାକୁ ପଡିବ। ଏଥିସହ ନିଜ କାମ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ।
ଅମିତାଭଙ୍କ ଏହି ପରାମର୍ଶ ପାଇବା ପରେ ଅଭିଷେକଙ୍କ ନିଷ୍ପତ୍ତି ବଦଳିଯାଇଥିଲା। ସେ ବି-ଟାଉନ୍ ଛାଡିବେ ନାହିଁ ବୋଲି ନିଶ୍ଚିତ କରିଥିଲେ ବୋଲି କହିଛନ୍ତି ଜୁନିଅର ବଚ୍ଚନ।
ସୂଚନାଯୋଗ୍ୟ ଯେ `ରିଫ୍ୟୁଜି’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିଷେକ ବଚ୍ଚନ ଏବେ ଓଟିଟି ପ୍ଲାଟଫର୍ମରେ ବେଶ୍ ସକ୍ରିୟ। ଗତବର୍ଷ ନେଟ୍ଫ୍ଲିକ୍ସରେ ତାଙ୍କର ଫିଲ୍ମ `ଲୁଡୋ’ ରିଲିଜ ହୋଇଥିଲା। ଏଥିସହ ୱେବସିରିଜ ବ୍ରିଦ୍ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ଅଭିନୟର ସମସ୍ତଙ୍କୁ ଚକିତ କରିଥିଲା। ଅଗକୁ ତାଙ୍କର ଫିଲ୍ମ `ବବ୍ ବିଶ୍ୱାସ’ ଓ `ଦଶବି’ ରିଲିଜ ଅପେକ୍ଷାରେ ରହିଛି।
View this post on Instagram
The post ବଲିଉଡ ଛାଡ଼ିବାକୁ ଚାହୁଁଥିଲେ ଜୁନିଅର ବଚ୍ଚନ appeared first on Odisha Reporter.
from Odisha Reporter https://ift.tt/3mMi8O0
No comments:
Post a Comment