ଜିରୋ ବାଲାନ୍ସ ଆକାଉଣ୍ଟରୁ ଏସବିଆଇ ଆଦାୟ କରିଛି ୩୦୦ କୋଟି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 12, 2021

ଜିରୋ ବାଲାନ୍ସ ଆକାଉଣ୍ଟରୁ ଏସବିଆଇ ଆଦାୟ କରିଛି ୩୦୦ କୋଟି !

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସମେତ ଅନ୍ୟାନ୍ୟ ବ୍ୟାଙ୍କ ଜିରୋ ଆକାଉଣ୍ଟ ବାଲାନ୍ସ କିମ୍ୱା ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟସରୁ ସର୍ଭିସ ଚାର୍ଜ ବାବଦକୁ ମନଇଚ୍ଛା ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି। ଯାହାକି ଆରବିଆଇ ନିୟମକୁ ଉଲ୍ଲଂଘନ କରୁଛି। ଆଇଆଇଟି ବମ୍ୱେ ଏକ ସର୍ଭେ କରି ଏଭଳି ରିପୋର୍ଟ ପ୍ରକାଶ କରିଛି।

ଆଇଆଇଟି ବମ୍ୱେର ରିପୋର୍ଟ ଅନୁଯାୟୀ ଏସବିଆଇ ଜିରୋ ବାଲାନ୍ସ ରଖୁଥିବା ଗ୍ରାହକ ୪ ଥର ଟ୍ରାଞ୍ଜାକସନ କରିବା ପରେ ପ୍ରତି ଟ୍ରାଞ୍ଜାକସନ ପିଛା ୧୭.୭୦ ପଇସା ସର୍ଭିସ ଚାର୍ଜ କାଟୁଥିବା ଦେଖିବାକୁ ମିଳିଛି। ଯାହାକି ବେଆଇନ୍। ୨୦୧୫-୨୦ ମଧ୍ୟରେ ଏସବିଆଇ ୧୨ କୋଟି ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟସରୁ ସର୍ଭିସ ଚାର୍ଜ ବାବଦକୁ ୩୦୦ କୋଟି ଟଙ୍କା ଆଦାୟ କରିଛି। ସେହିପରି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ପାଖରେ ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟସ ଗ୍ରାହକ ୩.୯ କୋଟି ରହିଛନ୍ତି। ଏମାନଙ୍କ ପାଖରୁ ପିଏନବି ୯ କୋଟି ଆଦାୟ କରିଥିବା ଷ୍ଟଡି ରିପୋର୍ଟରେ କୁହାଯାଇଛି।

ଏହି ରିପୋର୍ଟ ବାବଦରେ ପ୍ରଫେସର ଆଶୀଷ ଗୁପ୍ତା କହିଛନ୍ତି, ଆରବିଆଇର ୨୦୧୩ ମସିହା ନିୟମ ଅନୁସାରେ ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟସ ଗ୍ରାହକ ମାନେ ପ୍ରତିମାସରେ ୪ ଥରରୁ ଅଧିକ ଥର ଟ୍ରାଞ୍ଜାକସନ କଲେ ଅତିରିକ୍ତ ଦେୟ ଦେବାକୁ ପଡ଼ିବନି। ଯେତେପର୍ଯ୍ୟନ୍ତ ସେମାନେ ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟସ ଶ୍ରେଣୀରେ ରହିଛନ୍ତି। ହେଲେ ଆରବିଆଇର ଏହି ନିୟମକୁ ଏସବିଆଇ, ପିଏନବି ଉଲ୍ଲଂଘନ କରିଛନ୍ତି ବୋଲି ସେ କହିଛନ୍ତି।

ଏସବିଆଇ ପାଖରେ ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟସ ଗ୍ରାହକଙ୍କ ସଂଖ୍ୟା ୧୨ କୋଟି ରହିଛି। ୨୦୧୮-୧୯ରେ ଏହି ଆକାଉଣ୍ଟରୁ ଏସବିଆଇ ୭୨ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୧୯-୨୦ରେ ୧୫୮ କୋଟି ଆୟ କରିଛି। ଆଉ ବାକି ଟଙ୍କା ୨୦୧୫ରୁ ୧୮ ମଧ୍ୟରେ ଏସବିଆଇ କାଟିଥିବା ଜଣାପଡ଼ିଛି।

The post ଜିରୋ ବାଲାନ୍ସ ଆକାଉଣ୍ଟରୁ ଏସବିଆଇ ଆଦାୟ କରିଛି ୩୦୦ କୋଟି ! appeared first on Odisha Reporter.



from Odisha Reporter https://ift.tt/2RkmwYI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages