ଆସିଲା ଫଟୋ, ହାଇଦର କେଉଁଠି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 12, 2021

ଆସିଲା ଫଟୋ, ହାଇଦର କେଉଁଠି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ଏବେ କେଉଁଠି ଅଛି? ଫେରାର ହେବାକୁ ୩୬ ଘଣ୍ଟା ବିତି ସାରିଥିଲେ ମଧ୍ୟ ତା’ର ପତ୍ତା ପାଇନି କମିଶନରେଟ୍‌ ପୁଲିସ୍‌। ସେପଟେ କଟକ ବଡ଼ ମେଡିକାଲ୍‌ରୁ ଆସିଛି ହାଇଦର ଫେରାର ପୂର୍ବର ଫଟୋ। ଫଟୋରେ ହାଇଦର ହସ୍ପିଟାଲ୍‌ ବେଡ୍‌ରେ ବସିଥିବା ନଜର ଆସିଛି।

ଗତ ଶନିବାର ଏସ୍‌ସିବି ମେଡିକାଲ୍‌ରେ ସୁରକ୍ଷା କର୍ମୀଙ୍କୁ ଚକ୍‌ମା ଦେଇ ଫେରାର ହୋଇଯାଇଥିଲା ହାଇଦର। ତାକୁ ଗିରଫ କରିବା ପାଇଁ କମିଶନରେଟ୍‌ ପୁଲିସ କଟକ ଜିଲ୍ଲାର ସୀମାକୁ ସିଲ୍‌ କରି ରାତି ତମାମ ଖାନତଲାସୀ କରିଥିଲା। ହେଲେ ହାଇଦରକୁ ଧରିବାରେ ବିଫଳ ହୋଇଥିଲା। ହାଇଦରକୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପୁଲିସର ଯୋଗାଯୋଗରେ ଓଡ଼ିଶା ପୁଲିସ। ଏହାଛଡ଼ା ରେଳ ଷ୍ଟେସନରେ ଯାତ୍ରୀଙ୍କୁ ହାଇଦର ଫଟୋ ଦେଖାଇ ଅବଗତ କରାଯାଇଛି।

ସେପଟେ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସୁରକ୍ଷା ଦାୟିତ୍ୱରେ ଥିବା ୬ ପୁଲିସ କର୍ମଚାରୀକୁ ସସପେଣ୍ଡ କରାଯାଇଛି । ବିଭାଗୀୟ ତଦନ୍ତ ପରେ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଲ ବୁଲବୁଲ୍‌ ସାହୁ, କନଷ୍ଟେବଲ ଦୀପକ ସାହୁ, ମହମ୍ମଦ ମୌସିମ୍, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝୀଙ୍କୁ ସସପେଣ୍ଡ କରାଯାଇଛି।

ଅନ୍ୟପକ୍ଷରେ ଆଜି ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ସଲ୍ଲୁ ଓରଫ ୟାକୁବ ଆତ୍ମସମର୍ପଣ କରିଛି। କଟକ ଚାଉଳିଆଗଞ୍ଜ ଥାନାରେ ସେ ଆତ୍ମସମର୍ପଣ କରିଛି। SCBରେ ହାଇଦରକୁ ବିରିୟାନୀ ଦେଇଥିଲା ୟାକୁବ। ଆତ୍ମସମର୍ପଣ ପରେ ପୁଲିସକୁ ସହଯୋଗ କରିବ ବୋଲି ୟାକୁବ କହିଛି।

ହାଇଦର ଫେରାର ଘଟଣାରେ ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି-“ପୁଲିସକୁ ତଦନ୍ତରେ ସମସ୍ତ ସହଯୋଗ କରୁଛୁ। ଜେଲ୍‌ ବିଭାଗ ପକ୍ଷରୁ କୌଣସି ତ୍ରୁଟି ଥିଲେ କାର୍ଯ୍ୟାନୁଷ୍ଠାନ ହେବ। ଅବହେଳା କିମ୍ବା ଷଡ଼ଯନ୍ତ୍ର ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ଗ୍ୟାଙ୍ଗଷ୍ଟର ହାଇଦର ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିଲା। ୨୦୦୭ ମସିହା ମେ’ ୨୭ ତାରିଖରେ ସେ ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ହତ୍ୟା କରିଥିଲା। ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା। କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଭୁବନେଶ୍ୱର ସହିଦ ନଗର ଆସିଥିବା ବେଳେ ତାଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିଲା।

The post ଆସିଲା ଫଟୋ, ହାଇଦର କେଉଁଠି? appeared first on Odisha Reporter.



from Odisha Reporter https://ift.tt/32dcg6F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages