‘ସବୁ ଓଗାଳିବ ହାଇଦର, ଫେରାର ପଛରେ କିଏ, କିପରି ହୋଇଥିଲା ବ୍ଲୁ ପ୍ରିଣ୍ଟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 15, 2021

‘ସବୁ ଓଗାଳିବ ହାଇଦର, ଫେରାର ପଛରେ କିଏ, କିପରି ହୋଇଥିଲା ବ୍ଲୁ ପ୍ରିଣ୍ଟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇଦରକୁ ଧରିବାକୁ କମିଶନରେଟ୍ ପୁଲିସ୍‌ ବିଛାଇଥିଲା ଜାଲ୍‌। କଟକରୁ ଫେରାର ହେବାର ୧୨୦ ଘଣ୍ଟାର ଅପରେସନ୍ ପରେ ସୁଦୂର ତେଲେଙ୍ଗାନାରୁ ଏହି ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାରକୁ ଧରିବାରେ ସଫଳ ହୋଇଛି କଟକ ପୁଲିସ୍‌ । ହାଇଦରକୁ କୋର୍ଟରେ ହାଜର ପରେ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ହାଇଦରକୁ ଧରିବା ପାଇଁ  ସ୍ୱତନ୍ତ୍ର ଅପରେସନ୍ କରିଥିବା  କମିଶନରେଟ୍ ପୋଲିସ୍ ଏବେ ପଚରାଉଚରା ପାଇଁ ବି ସ୍ୱତନ୍ତ୍ର ଟିମ୍ ଗଠନ କରିବ । କିପରି ଓ କାହା ସହଯୋଗରେ ଏସ୍‌ସିବିରୁ ଚମ୍ପଟ୍ ମାରିଥିଲା ତା’ସମ୍ପର୍କରେ ପଚରାଉଚରା ହେବ ବୋଲି ସିପି ସୂଚନା ଦେଇଛନ୍ତି ।  ତାଛଡ଼ା ଏସସିବିରେ ଥିବା ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ବି ଖୋଳତାଡ଼ ହେବ । ଫେରାର ହେବା ପରେ ମଙ୍ଗଳାବାଗ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା । ସେହି ଆଧାରରେ ପ୍ରାଥମିକ ତଦନ୍ତ ହେବ ବୋଲି ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି ।

ଏନେଇ ସିପି କହିଛନ୍ତି, ୧୨୦ ଘଣ୍ଟାର ଅପରେସନ ପରେ ହାଇଦରକୁ ଧରିଥିଲୁ। ବିଳମ୍ବିତ ରାତିରେ ସଙ୍ଗାରେଡିର ସ୍ଥାନୀୟ କୋର୍ଟରେ ହାଜର   କରି  ଟ୍ରାନଜିଟ ରିମାଣ୍ଡରେ ବିମାନରେ ଓଡ଼ିଶା ଆଣିଛୁ। ମଙ୍ଗଳାବାଗ ଥାନାରେ ଥିବା ମାମଲା ଆଧାରରେ କୋର୍ଟ ଚାଲାଣ କରିବୁ। କୋର୍ଟରୁ ପୁଣି ରିମାଣ୍ଡରେ ଆଣି ଫେରାର ଘଟଣାର ତଦନ୍ତ କରିବୁ ।

ଏହାବାଦ ସିପି କହିଛନ୍ତି, ଏହି ପୂରା ଘଟଣା ପୁଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା।   ବଡ଼ ବଡ଼ କଏଦୀ  ଯେଉଁଠି ଚିକିତ୍ସାଧୀନ ରହୁଛନ୍ତି, ସେଠାରୁ ଖସିବା ପୂର୍ବରୁ ପୂରା ପ୍ଲାନିଂ କରିଥାନ୍ତି। ଏହା ଲୋକାଲ ପୁଲିସ୍‌କୁ ଚାଲେଞ୍ଜ। ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଦରକାର।

ଗୋଟିଏ ମୋଷ୍ଟ ୱାଣ୍ଟେଡ ଅପରାଧିକୁ ଧରିବା ପୁଲିସ୍‌ ପାଇଁ ଚାଲେଞ୍ଜ।  ଇଣ୍ଟେଲିଜେନ୍ସ, ଟେକନିକାଲ ପାର୍ଟ, ହ୍ୟୁମାନ ଇଣ୍ଟେଲିଜେନ୍ସ ମିଶିଲେ ସଫଳତା ମିଳିଥାଏ। ଅପରାଧି ସବୁଠି ଭୁଲ କରିଥାଏ। ସେ ଭୁଲକୁ ଠିକ୍‌ ଭାବେ ଧରିପାରିଲେ ସଫଳତା ମିଳିଥାଏ ବୋଲି କହିଛନ୍ତି ସିପି।

ହାଇଦ୍ରାବଦ ପୁଲିସ୍‌ଠୁ ଟେକନିକାଲ ସପୋର୍ଟ ପାଇନୁ। କିନ୍ତୁ ସେଠାକାର ଆଞ୍ଚଳିକ ଭାଷା, ତଥା ସ୍ଥାନୀୟ ଅଞ୍ଚଳ ସମ୍ପର୍କରେ ଆମର ଧାରଣା ନ ଥିବାରୁ ତେଲେଙ୍ଗାନା, ହାଇଦ୍ରାବାଦ ପୁଲିସ୍‌ ସହାୟତା କରିଥିବା କହିଛନ୍ତି ସିପି ।

ସୂଚନାଯୋଗ୍ୟ, ୫ ଦିନର ଲୁଚକାଳି ପରେ ମୋଷ୍ଟ  ୱାଣ୍ଟେଣ୍ଡ ଗ୍ୟାଙ୍ଗଷ୍ଟାର ହାଇଦରକୁ ହାଇଦ୍ରାବାଦ୍ ସହର ନିକଟ ସଙ୍ଗାରେଡ୍ଡିରୁ ଗିରଫ କରି  ଧରି ଓଡ଼ିଶା ଆଣିଛି ପୋଲିସ୍ ।  ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାକୁ କଟକ ନିଆଯାଇଛି । ଏବେ ହାଇଦର ଧରାପଡ଼ିବା ପରେ ତାକୁ ଫେରାର କରାଇବାରେ କିଏ ସହଯୋଗ କରିଥିଲା,  କେମିତି ଫେରାର ହେଲା ଏବଂ ହାଇଦ୍ରାବାଦରେ କିପରି ପହଞ୍ଚିଲା ସେ ନେଇ ଗୋଟି ଗୋଟି ତଥ୍ୟ ଓଗାଲିବ କମିଶନରେଟ୍ ପୋଲିସ୍ । ତାସହ ଏସସିବିର ଢିଲା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବି ତଦନ୍ତ ହେବ।

 

The post ‘ସବୁ ଓଗାଳିବ ହାଇଦର, ଫେରାର ପଛରେ କିଏ, କିପରି ହୋଇଥିଲା ବ୍ଲୁ ପ୍ରିଣ୍ଟ’ appeared first on Odisha Reporter.



from Odisha Reporter https://ift.tt/3tAZk6E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages