ଭାରତରେ କାରବାର ବନ୍ଦ କରିବାକୁ ଯାଉଛି ଏହି ଅନ୍ତର୍ଜାତୀୟ ବ୍ୟାଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 15, 2021

ଭାରତରେ କାରବାର ବନ୍ଦ କରିବାକୁ ଯାଉଛି ଏହି ଅନ୍ତର୍ଜାତୀୟ ବ୍ୟାଙ୍କ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସିଟି ବ୍ୟାଙ୍କ ଭାରତରେ ଏବେ କାରବାର ବନ୍ଦ କରିବ। ଭାରତ ସମେତ ୧୩ଟି ଦେଶରେ କାରବାର ବନ୍ଦ କରିବାକୁ ସିଟି ବ୍ୟାଙ୍କ ନିଷ୍ପତ୍ତି ନେଇଛି। କିଛି ଦିନ ପୂର୍ବରୁ ସିଟି ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି ବୋଲି ବିଭିନ୍ନ ମିଡିଆ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ଗୁରୁବାର ସିଟି ବ୍ୟାଙ୍କ ଭାରତ ସମେତ ୧୩ଟି ଦେଶରେ ତାର ବ୍ୟାଙ୍କ ସେବା ବନ୍ଦ କରିବାକୁ ଯାଉଛି ବୋଲି କହିଛି।

କେଉଁଠି କେଉଁଠି ବନ୍ଦ ହେବ ସିଟି ବ୍ୟାଙ୍କ ?

ଏବେ ସିଟି ବ୍ୟାଙ୍କ କେବଳ ହଙ୍ଗକଙ୍ଗ, ଲଣ୍ଡନ, ୟୁଏଇ ଏବଂ ସିଙ୍ଗାପୋରରେ ବ୍ୟବସାୟ କରିବ ବୋଲି ଜଣାପଡ଼ିଛି। ଭାରତ, ଅଷ୍ଟ୍ରେଲିଆ, ବହାରିନ, ଚାଇନା, ଇଣ୍ଡୋନେସିଆ, କୋରିଆ, ମାଲେସିଆ, ଫିଲିପାଇନ୍ସ, ପୋଲାଣ୍ଡ, ରୁଷିଆ, ତାଇୱାନ, ଥାଇଲ୍ୟାଣ୍ଡ ଏବଂ ଭିଏତନାମରେ ଏହି ବ୍ୟାଙ୍କ ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି।

କାହିଁକି ବନ୍ଦ ହେବାକୁ ଯାଉଛି ସିଟି ବ୍ୟାଙ୍କ ?

ଭାରତରେ ସିଟିବ୍ୟାଙ୍କ ଏହାର ବ୍ୟବସାୟିକ ସୁଯୋଗରେ ସେତେଟା ଲାଭ ଦେଖିବାକୁ ପାଉନଥିବାରୁ ବ୍ୟବସାୟ ନକରିବାକୁ ନଷ୍ପତ୍ତି ନେଇଥିବା ସୂଚନା ରହିଛି। ଭାରତରେ ବ୍ୟାଙ୍କିଙ୍ଗ୍ ନିୟମ ଅନୁଯାୟୀ, ବିଦେଶୀ ବ୍ୟାଙ୍କଗୁଡ଼ିକୁ ଦେଶରେ ଶାଖା ବୃଦ୍ଧି କିମ୍ବା ଅଧିଗ୍ରହଣ କରିବାକୁ ଅନୁମତି ନାହିଁ। ଏହି କାରଣରୁ ସିଟିବ୍ୟାଙ୍କରେ ଭାରତରେ ଏହାର ବ୍ୟବସାୟ ବଢ଼ାଇ ପାରିନଥିଲା। ବଜାର ବିଶେଷଜ୍ଞ କହିଛନ୍ତି ଯେ ଗତ ୩୬ ବର୍ଷ ମଧ୍ୟରେ ଏହି ବ୍ୟାଙ୍କ ଗ୍ରାହକଙ୍କୁ ସେମାନଙ୍କ ଆଶା ଅନୁଯାୟୀ ସଂଯୋଗ କରିବାରେ ଅଧିକ ସଫଳତା ହାସଲ କରି ନାହିଁ। ସିଟି ବ୍ୟାଙ୍କ ଏବେ ଭାରତରେ ନୂଆ ପୁଞ୍ଜି ନିବେଶକାରୀ ଖୋଜୁଥିବା ସୂଚନା ରହିଛି। ସେହି ବ୍ୟବସାୟିକ ସଂସ୍ଥାକୁ ବିକ୍ରି କରି ଭାରତରେ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଆମେରିକାର ଏହି ବ୍ୟାଙ୍କ।

କ’ଣ ପ୍ରଭାବ ପଡ଼ିବ ସିଟି ବ୍ୟାଙ୍କର ଗ୍ରାହକ ଏବଂ କର୍ମଚାରୀଙ୍କ ଉପରେ ?

ସିଟି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁ କୁଲାର ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ କମ୍ପାନୀର ଏହି ନିଷ୍ପତ୍ତି ବର୍ତ୍ତମାନର କର୍ମଚାରୀ ଏବଂ ଗ୍ରାହକଙ୍କ ଉପରେ ପ୍ରଭାବ ପକାଇବ ନାହିଁ। ଏବେ ବି ଗ୍ରାହକଙ୍କୁ ସେବା ପ୍ରଦାନ ଜାରି ରହିବ। ଗ୍ରାହକମାନଙ୍କୁ ପୂର୍ବ ପରି ସେବବା ଯୋଗାଇ ଦିଆଯିବ। ଅର୍ଥାତ ଗ୍ରାହକଙ୍କ ପଇସା ସୁରକ୍ଷିତ ରହିଛି। ଏହି ସିଟି ଗ୍ରୁପ ଭାରତରେ କ୍ରେଡିଟ୍ କାର୍ଡ, ଖୁଚୁରା ବ୍ୟାଙ୍କିଙ୍ଗ୍, ହୋମ୍ ଲୋନ ଭଳି ସେବା ଯୋଗାଏ।

ଭାରତରେ କେତେ ଗ୍ରାହକ ରହିଛନ୍ତି ?

ଭାରତରେ ଏହି ବ୍ୟାଙ୍କର ୩୫ଟି ଶାଖା ରହିଛି। ବର୍ତ୍ତମାନ ବ୍ୟାଙ୍କିଙ୍ଗ ବ୍ୟବସାୟରେ ପ୍ରାୟ ୪,୦୦୦ କର୍ମଚାରୀ ନିୟୋଜିତ ଅଛନ୍ତି। ଭାରତରେ ସିଟି ବ୍ୟାଙ୍କର ମୋଟ୍ ଗ୍ରାହକଙ୍କ ବିଷୟରେ କହିବାକୁ ଗଲେ ଏହି ସଂଖ୍ୟା ପ୍ରାୟ ୨୯ ଲକ୍ଷ ରହିଥିବା ସୂଚନା ରହିଛି।

ଭାରତରେ ଏହି ବ୍ୟାଙ୍କର ୧୨ ଲକ୍ଷ ଆକାଉଣ୍ଟ ରହିଥିବାବେଳେ ୨୨ ଲକ୍ଷ କ୍ରେଡିଟ୍ କାର୍ଡ ଗ୍ରାହକ ରହିଛି। କମ୍ପାନୀ ଏହାର ୱେବସାଇଟ୍ ର ନିଯୁକ୍ତି ବିଭାଗରେ ପ୍ରାୟ ୪,୦୦୦ ନୂତନ ଚାକିରି ଦେବ ବୋଲି କହିଛି, ଏବେ ଏହାକୁ ପ୍ରତ୍ୟାହାର କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

The post ଭାରତରେ କାରବାର ବନ୍ଦ କରିବାକୁ ଯାଉଛି ଏହି ଅନ୍ତର୍ଜାତୀୟ ବ୍ୟାଙ୍କ appeared first on Odisha Reporter.



from Odisha Reporter https://ift.tt/3uQOOIX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages