ନୂଆଦିଲ୍ଲୀ: ଭାରତରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୧୭ ହଜାର ୩୫୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଅବଧି ମଧ୍ୟରେ ୧,୧୮୫ ଜଣଙ୍କର ମୃତ୍ୟୁ ଘଟିଛି।
ଆଇସିଏମଆରର ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ୧୪,୭୩,୨୧୦ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଏଯାବତ ୨୬,୩୪,୭୬,୬୨୫ଟି ନମୁନା ପରୀକ୍ଷା ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୧୭ ହଜାର ୩୫୩ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୧୧୮୫ ଜଣ ପ୍ରାଣ ହରାଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୨ ଲକ୍ଷ ୯୧ ହଜାର ୯୧୭ରେ ପହଞ୍ଚିଛି। ସେହିପରି ମୋଟ୍ ୧ ଲକ୍ଷ ୭୪ ହଜାର ୩୦୮ ଲୋକ ପ୍ରାଣ ହରାଇଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ପରିସଂଖ୍ୟାନ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୧ ଲକ୍ଷ ୧୮ ହଜାର ୩୦୨ ଜଣ ଆରୋଗ୍ୟ ହୋଇଛନ୍ତି। ନୂଆ ଆରୋଗ୍ୟ ସଂଖ୍ୟାକୁ ମିଶାଇ ଏଯାବତ ୧ କୋଟି ୨୫ ଲକ୍ଷ ୪୭ ହଜାର ୮୬୬ ଆରୋଗ୍ୟ ହୋଇଛନ୍ତି। ଏବେ ଭାରତରେ ୧୫ ଲକ୍ଷ ୬୯ ହଜାର ୭୪୩ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି।
India reports 2,17,353 new #COVID19 cases, 1,18,302 discharges and 1,185 deaths in the last 24 hours, as per Union Health Ministry
Total cases: 1,42,91,917
Total recoveries: 1,25,47,866
Active cases: 15,69,743
Death toll: 1,74,308Total vaccination: 11,72,23,509 pic.twitter.com/dQYtH8QCN6
— ANI (@ANI) April 16, 2021
ଅନ୍ୟପଟେ କରୋନାକୁ ରୋକିବା ପାଇଁ ସରକାର କରୋନା ଟେଷ୍ଟକୁ ଜୋରଦାର କରିଛନ୍ତି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ, ଏପର୍ଯ୍ୟନ୍ତ (ଏପ୍ରିଲ୍ ୧୫) ସାରା ଦେଶରେ ୨୬ କୋଟି ୩୪ ଲକ୍ଷ ୭୬ ହଜାର ୬୨୫ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୪ ଲକ୍ଷ ୭୩ ହଜାର ୨୧୦ ପରୀକ୍ଷା ଗୁରୁବାର (ଏପ୍ରିଲ ୧୫) କରାଯାଇଛି।
ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୬୬୯୯ ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଏହି ସମୟ ମଧ୍ୟରେ ୧୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ବୁଧବାର ଦିଲ୍ଲୀରେ ୧୭୨୮୨ଟି ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ଦିଲ୍ଲୀରେ ୭ ଲକ୍ଷ ୮୪ ହଜାର ୧୩୭ ଜଣ କୋଭିଡ -୧୯ ସଂକ୍ରମିତ ହୋଇଛନ୍ତି ଏବଂ ୧୧୬୫୨ ଜଣ ଲୋକ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ କରୋନା ଜୀବାଣୁ ସଂକ୍ରମିତ ସଂଖ୍ୟା ୫୪ ହଜାର ୩୦୯କୁ ବୃଦ୍ଧି ପାଇଛି।
The post ୨୪ ଘଣ୍ଟାରେ ୨ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3shF2Ok
No comments:
Post a Comment