ମୁମ୍ବାଇ: ବଲିଉଡ ପରେ ଏବେ ଟେଲିଭିଜିନ ଜଗତରେ କରୋନାର ଚଡକ ପଡିଛି। ଗୋଟିଏ ପରେ ଗୋଟିଏ ଟେଲି ଅଭିନେତା ତଥା ଅଭିନେତ୍ରୀ ଏହି ମହାମାରୀରେ ଆକ୍ରାନ୍ତ ହେଉଛନ୍ତି। ଏବେ ଚଚ୍ଚିର୍ତ ଟିଭି ଶୋ’ `ୟେ ରିସ୍ତା କ୍ୟା କେହେଲାତା ହୈ’ର ଜଣେ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଟେଲି ଅଭିନେତ୍ରୀ କାଞ୍ଚି ସିଂହଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ତାଙ୍କ ଇନ୍ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି।
ଟେଲିଭିଜନ ଦୁନିଆ ପରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ଏହି ଅଭିନେତ୍ରୀ ଜଣକ ନିକଟରେ ତାଙ୍କ ଅପ୍କମିଂ ଫିଲ୍ମର ଶୁଟିଂ ପାଇଁ ଭୋପାଲ ଯାଇଥିଲେ। ସେଠାରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହାପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି।
ହୋମ ଆଇସୋଲେସନରେ ରହି କରୋନାର ସବୁ ପ୍ରଟୋକଲ ପାଳନ କରୁଥିବା ନେଇ କାଞ୍ଚି କହିଛନ୍ତି। ଏଥିସହ ଆମେ ଘର ଭିତରେ ରହି ଏକାଠି ଏହି ଭାଇରସ ସହ ଲେଢ଼ଇ କରିପାରିବା ବୋଲି ସେ ନିଜ ପ୍ରଶଂସକ ଏବଂ ସାଙ୍ଗସାଥୀଙ୍କୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ କାଞ୍ଚି ସିଂହ ଦୀର୍ଘ ଦିନ ଧରି ଟେଲିଭିଜନ ଦୁନିଆରେ ଅଭିନୟ କରିବା ପରେ ଏବେ ସେ ବଡ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ବେଶ୍ ଉତ୍ସାହିତ ଥିବା କହିଛନ୍ତି। ଏଥିସହ ସେ ଶୀଘ୍ର ସୁସ୍ଥ ହୋଇଯିବେ ଏବଂ ପୁଣି ଥରେ ନିଜ ଶୁଟିଂ ଆରମ୍ଭ କରିବେ ବୋଲି କହିଛନ୍ତି।
The post କ୍ୱାରେଣ୍ଟାଇନ୍ରେ ଟେଲି ଅଭିନେତ୍ରୀ appeared first on Odisha Reporter.
from Odisha Reporter https://ift.tt/39GEfzQ
No comments:
Post a Comment