ଓଡ଼ିଶା ସ୍ୱାସ୍ଥ୍ୟ ସଚିବ ରାହୁଲ ଗାନ୍ଧିଙ୍କ ଭାଷା କହୁଛନ୍ତି: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 14, 2021

ଓଡ଼ିଶା ସ୍ୱାସ୍ଥ୍ୟ ସଚିବ ରାହୁଲ ଗାନ୍ଧିଙ୍କ ଭାଷା କହୁଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ଉତ୍ପାଦିତ  ୧୧-୧୨ କୋଟି ଟିକା ମଧ୍ୟରୁ ଓଡ଼ିଶାକୁ ୪୫ ଲକ୍ଷ ଟିକା ଆସିଛି । ଦିନେ ଛଡ଼ା ଦିନେ ଏଠାରେ ଦୁଇରୁ ଅଢେଇ ଲକ୍ଷ ଟିକା ପହଞ୍ଚିଛି। ଏହାସତ୍ତ୍ୱେ ରାଜ୍ୟରେ ଟିକାର ଅଭାବ ଥିବା ସ୍ୱାସ୍ଥ୍ୟ ସଚିବ ଡେଙ୍ଗୁରା ପିଟୁଥିବା ଅଭିଯୋଗ କରି ଏହାକୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର କଟାକ୍ଷ କରି କହିଛନ୍ତି, ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀ ଏକଥା ଭାବୁ ନାହାନ୍ତି  ବରଂ ନିଜର ବାହାପିଆ ପଣ ଦେଖାଇବା ପାଇଁ ସ୍ୱାସ୍ଥ୍ୟ ସଚିବ ଏଭଳି କହିଛନ୍ତି । ଓଡିଶାର ସ୍ୱାସ୍ଥ୍ୟ ସଚିବ ରାହୁଲ ଗାନ୍ଧିଙ୍କ ଭାଷା କହୁଛନ୍ତି ।  ତାଙ୍କୁ ଶୁଭେଚ୍ଛା ଦେବି। ଟିକାର ଅଭାବ ଥିବା କହି  ସେ ଏପରି ସଙ୍କଟ ତିଆରି କରନ୍ତୁ ନାହିଁ ।

ସତ କହିବାକୁ ଗଲେ, ରାଜ୍ୟରେ ଟିକା ଅଭାବ ନାହିଁ । ଖୁବଶୀଘ୍ର ଆଉ ୨-୩ଟି ଟିକାକୁ କେନ୍ଦ୍ର ସରକାର ଅନୁମତି ଦେବାକୁ ଯାଉଛନ୍ତି, ଯାହାଫଳରେ ଟିକା ଅଧିକ ମାତ୍ରାରେ ଉପଲବ୍ଧ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ- ୧୧-୧୨ କୋଟି ଟିକାରୁ  ୪୫ ଲକ୍ଷ ଟିକା ଓଡ଼ିଶାକୁ ଆସିଛି। ସ୍ୱାସ୍ଥ୍ୟ ସଚିବ ବିବାଦ ଆରମ୍ଭ କରିଛନ୍ତି।  ଦିନେ ଛଡ଼ା ଦିନେ ୨ରୁ ଅଢେଇ ଲକ୍ଷ ଟିକା ପହଞ୍ଚୁଛି ଏହା କ’ଣ ଅଭାବ। ଓଡିଶାର ସ୍ୱାସ୍ଥ୍ୟ ସଚିବ ରାହୁଲ ଗାନ୍ଧିଙ୍କ ଭାଷା କହୁଛନ୍ତି ।

ଗତ ଥର ବିନା ଟିକାରେ କରୋନାକୁ ମାତ ଦେଇଥିଲେ। ଏଥର ବି ତାହା କରିବା।  ମାସ୍କ, ସାମାଜିକ ଦୂରତାକୁ ମାନିବା। ଏଥର ବି କରୋନାକୁ ହରେଇବା, ଆକଟ କରିବା।

 

The post ଓଡ଼ିଶା ସ୍ୱାସ୍ଥ୍ୟ ସଚିବ ରାହୁଲ ଗାନ୍ଧିଙ୍କ ଭାଷା କହୁଛନ୍ତି: ଧର୍ମେନ୍ଦ୍ର appeared first on Odisha Reporter.



from Odisha Reporter https://ift.tt/3uNSf2T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages