ମୁମ୍ବାଇ: ଚାରିଆଡେ ଜାରି ରହିଛି କରୋନାର ପ୍ରକୋପ। ମହାରାଷ୍ଟ୍ର ସମେତ ପୁରା ଦେଶରେ ମହାମାରୀ ତାଣ୍ଡବ ରଚିଛି। ବି-ଟାଉନରେ ବଡ଼ ବଡ଼ ସେଲେବ୍ରିଟି ମଧ୍ୟ କରୋନା କବଳରେ ପଡିଛନ୍ତି। ଏହାରି ଭିତରେ ଆଉ ଜଣେ ଅଭିନେତା ଓ ତାଙ୍କ ପରିବାରର କିଛି ସଦସ୍ୟ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି।
ବଲିଉଡ ଅଭିନେତା ନିଲ ନୀତିନ ମୁକେଶଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଏଥିସହ ତାଙ୍କ ପରିବାରର କିଛି ସଦସ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ଅଭିନେତା ଜଣକ ନିଜେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।
ନିଲ କହିଛନ୍ତି ଯେ, “ଆପଣ ସମସ୍ତଙ୍କ ଭଲ ପାଇବା ଓ ପ୍ରାର୍ଥନାର ଆବଶ୍ୟକତା ରହିଛି। ଦୟାକରି ସାମ୍ପ୍ରତିକ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ।” ଏବେ ଅଭିନେତା ନିଲ ଓ ତାଙ୍କ ପରିବାରର ସଦସ୍ୟ କ୍ୱାରେଣ୍ଟାଇନରେ ଅଛନ୍ତି। କରୋନାର ସମସ୍ତ ପ୍ରଟୋକଲ ପାଳନ କରିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ଚାଲିଛି।
ସୂଚନାଯୋଗ୍ୟ ଯେ, ନିଲଙ୍କ ପୂର୍ବରୁ ଗତବର୍ଷ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଭଗବାନ ସାଜିଥିବା ଅଭିନେତା ସୋନୁ ସୁଦ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଅଭିନେତା ଅର୍ଜୁନ ରାମପାଲ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଆଜି ସୂଚନା ମିଳିଛି। ସେପଟେ ମହାରାଷ୍ଟ୍ରରେ ଦିନକୁ ଦନ ବଢ଼ୁଥିବା କରୋନାର ମାମଲାକୁ ଦୃଷ୍ଟି ରଖି ସରକାର କର୍ଫ୍ୟୁ ଲାଗୁ କରିଛନ୍ତି। ୧୪ ଏପ୍ରିଲରୁ ମେ’ ୧ ତାରିଖ ଯାଏଁ ସେଠାରେ ବ୍ରେକ୍ ଦା ଚେନ୍ ଫର୍ମୁଲା ଲାଗୁ କରିଛନ୍ତି ମହାରାଷ୍ଟ୍ର ସରକାର।
Need all your love and blessings. . Please do not take the situation out there lightly. pic.twitter.com/gmu4iyHcQS
— Neil Nitin Mukesh (@NeilNMukesh) April 17, 2021
The post ଆଉ ଜଣେ ଅଭିନେତା ଓ ତାଙ୍କ ପରିବାର ସଦସ୍ୟଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/3x06Uu1
No comments:
Post a Comment