ପବନରେ ମାଡ଼ୁଛି କରୋନା: କପଡ଼ା ନୁହେଁ, ଏନ୯୫ ମାସ୍କ ପିନ୍ଧିବାକୁ ବିଶେଷଜ୍ଞଙ୍କ ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

ପବନରେ ମାଡ଼ୁଛି କରୋନା: କପଡ଼ା ନୁହେଁ, ଏନ୯୫ ମାସ୍କ ପିନ୍ଧିବାକୁ ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପବନରେ ସଂକ୍ରମଣ କରୁଥିବା ରିପୋର୍ଟ ମିଳିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। ପବନରେ ବ୍ୟାପିବା ଯୋଗୁ ସଂକ୍ରମଣ ମାତ୍ରା ବୃଦ୍ଧି ପାଉଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ଏଥିରୁ ବର୍ତ୍ତିବା ପାଇଁ ସଂକ୍ରମଣ ରୋଗର ବିଶେଷଜ୍ଞ ଡା ଫହୀମ ୟୁନିସ୍‌ ଉପାୟ କହିଛନ୍ତି।

ସେ କହିଛନ୍ତି, କରୋନା ଭାଇରସର ପବନରେ ବ୍ୟାପୁଥିବା ରିପୋର୍ଟ ଆସିଛି। ଏଥିରୁ ବର୍ତ୍ତିବା ପାଇଁ ହେଲେ ଆମକୁ କପଡ଼ା ମାସ୍କକୁ ଛାଡ଼ିବାକୁ ପଡ଼ିବ। ଆମେ ଚେଷ୍ଟା କରିବା ଓ ଏହାକୁ ପରିତ୍ୟାଗ କରିବା। ଏୟାରବର୍ଣ୍ଣ ପାଥୋଜେନ୍‌ରୁ ବର୍ତ୍ତିବା ପାଇଁ ଆମକୁ ଦୁଇଟି ଏନ୯୫ କିମ୍ବା କେଏନ୍‌୯୫ ମାସ୍କ କିଣିବାକୁ ପଡ଼ିବ।

ଆପଣ ପ୍ରଥମେ ଗୋଟିଏ ମାସ୍କକୁ ବ୍ୟବହାର କରିବେ ଓ ଏହାର ପରଦିନ ଆଉ ଗୋଟିଏକୁ ବ୍ୟବହାର କରିବେ। ବ୍ୟବହାର କରିବା ପରେ ଏହାକୁ ଗୋଟିଏ ପେପର ବ୍ୟାଗରେ ରଖି ଦିଅନ୍ତୁ। ପରଦିନ ପୁଣି ଏହାକୁ ଆପଣ ବ୍ୟବହାର କରିପାରିବେ। ଏପରି ଭାବେ ଅଦଳ ବଦଳ କରି ଦୁଇଟି ମାସ୍କକୁ ଆପଣ ଏକାଧିକ ସପ୍ତାହ ବେଶ ଆରାମରେ ପିନ୍ଧିପାରିବେ। ହଁ ଏହି ଭିତରେ ସେଗୁଡ଼ିକ ଯେମିତି ନଷ୍ଟ ନ ହେବ, ସେଥପ୍ରତି ଧ୍ୟାନ ଦେବେ ବୋଲି ସେ କହିଛନ୍ତି।


ଲାନସେଣ୍ଟ ରିପୋର୍ଟରେ କରୋନା ପବନରେ ବ୍ୟାପୁଥିବା କଥା କୁହାଯାଇଥିବାରୁ ଡା ଫହୀମ ଏହା ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କରୋନା ଭାଇରସ ପବନରେ ବ୍ୟାପୁଛି ସତ। ହେଲେ ଏହାଦ୍ୱାରା ଯେ ପୂରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଯାଇଛି, ତାହା ଭାବିବା ଭୁଲ।

କରୋନା ଭାଇରସ ବାୟୁରେ ବ୍ୟାପୁଛି ଅର୍ଥ ଏହା ଅଧିକ ସମୟ ସକ୍ରିୟ ରହୁଛି। ବିଶେଷ କରି ବନ୍ଦ କୋଠରୀରେ ଭାଇରସ ଅଧିକ ସଂକ୍ରମଣ କରୁଛି। ଆମ ସମୁଦ୍ର କୂଳ ଓ ପାର୍କ ସମୟ ବିତାଇବା ପାଇଁ ଏବେ ସୁରକ୍ଷିତ ସ୍ଥାନ। ଆପଣ ଏଠାରେ ବିନା ମାସ୍କରେ ପରସ୍ପର ଠାରୁ ୬ ଫୁଟ ଦୂରରେ ବୁଲି ପାରିବେ ବୋଲି ସେ କହିଛନ୍ତି।

The post ପବନରେ ମାଡ଼ୁଛି କରୋନା: କପଡ଼ା ନୁହେଁ, ଏନ୯୫ ମାସ୍କ ପିନ୍ଧିବାକୁ ବିଶେଷଜ୍ଞଙ୍କ ପରାମର୍ଶ appeared first on Odisha Reporter.



from Odisha Reporter https://ift.tt/3ttAQfz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages