କାର୍ଗିଲ ଯୁଦ୍ଧ ତୁଳନାରେ କରୋନାରେ ଅଧିକ ଲୋକ ମରୁଛନ୍ତି: ପୂର୍ବତନ ଆର୍ମି ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

କାର୍ଗିଲ ଯୁଦ୍ଧ ତୁଳନାରେ କରୋନାରେ ଅଧିକ ଲୋକ ମରୁଛନ୍ତି: ପୂର୍ବତନ ଆର୍ମି ମୁଖ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ବେଦ ପ୍ରକାଶ ମଲିକ ଚିନ୍ତା ପ୍ରକଟ କରିଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବା ବେଳେ ରାଜନୀତିକ ଓ ଧାର୍ମିକ ସମାବେଶକୁ ଅନୁମତି ମିଳୁଥିବାରୁ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ କାର୍ଗିଲ ଯୁଦ୍ଧ ଦୁଇ ମାସ ଧରି ଚାଲିଥିଲା। ହେଲେ ଏଥିରେ ଯେତିକି ଲୋକ ପ୍ରାଣ ହରାଇ ନଥିଲେ, ତା’ଠାରୁ ଅଧିକ ଲୋକ କରୋନାରେ ଦୈନିକ ପ୍ରାଣ ହରାଉଛନ୍ତି ବୋଲି ସେ କହିଛନ୍ତି।

ସେ ରବିବାର ଟ୍ୱିଟ କରି କହିଛନ୍ତି, “ଆମ ଦେଶ ଏବେ ଯୁଦ୍ଧ ସ୍ଥିତିରେ ରହିଛି। ଗତକାଲି ୧୩୩୮ ଜଣ ଲୋକ ମହାମାରୀରେ ଆଖି ବୁଜିଥିଲେ। ଗୋଟିଏ ଦିନ ପୂର୍ବରୁ ଏହି ସଂଖ୍ୟା ୧୧୮୨ ଥିଲା। କାର୍ଗିଲ ଯୁଦ୍ଧ ବେଳେ ଯେତିକି ଲୋକ ପ୍ରାଣ ହରାଇଥିଲେ, ତା’ଠାରୁ ୨.୫ ଗୁଣ ଅଧିକ ଲୋକ କରୋନାରେ ପ୍ରାଣ ହରାଇବାରେ ଲାଗିଛନ୍ତି। କ’ଣ ଦେଶ ଏହି ଯୁଦ୍ଧ ଉପରେ ଫୋକସ କରିଛି?”

ମହାମାରୀ ଭିତରେ ପଶ୍ଚିମବଙ୍ଗ ବିଧାନସଭା ପାଇଁ ଚାଲିଥିବା ରାଲି ଓ କୃଷି ଆଇନ ବିରୋଧରେ ଚାଷୀମାନେ କରୁଥିବା ବିକ୍ଷୋଭକୁ ନେଇ ମଧ୍ୟ ଜେନେରାଲ ବେଦ ପ୍ରକାଶ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ନିର୍ବାଚନୀ ରାଲି, ଆସ୍ଥାର କାର୍ଯ୍ୟକ୍ରମ, ଚାଷୀ ଆନ୍ଦୋଳନ ବି କରୋନା ସଂକ୍ରମଣ ଚାଲିଛି। ଭାରତ ଏବେ ଉଠିବାର ସମୟ ଆସିଯାଇଛି ବୋଲି ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରେକର୍ଡ ୨.୬୧ ଲକ୍ଷ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ସେହିପରି ଗୋଟିଏ ଦିନରେ କରୋନା ୧୫୦୧ ଜଣଙ୍କ ମୁଣ୍ଡ ନେଇଛି।

The post କାର୍ଗିଲ ଯୁଦ୍ଧ ତୁଳନାରେ କରୋନାରେ ଅଧିକ ଲୋକ ମରୁଛନ୍ତି: ପୂର୍ବତନ ଆର୍ମି ମୁଖ୍ୟ appeared first on Odisha Reporter.



from Odisha Reporter https://ift.tt/3v4mhjh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages