ସେବାୟତଙ୍କୁ ମିଶାଇ ଶ୍ରୀମନ୍ଦିର ସହିତ ଜଡ଼ିତ ୫୦ ଜଣଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

ସେବାୟତଙ୍କୁ ମିଶାଇ ଶ୍ରୀମନ୍ଦିର ସହିତ ଜଡ଼ିତ ୫୦ ଜଣଙ୍କୁ କରୋନା

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ଲୋକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମୋଟ ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏହି ୫୦ ଜଣଙ୍କ ମଧ୍ୟରୁ ୨୨ ଜଣ ହେଉଛନ୍ତି ସେବାୟତ ଓ ସେମାନଙ୍କ ପରିବାର ଲୋକ। ୧୯ ଜଣ ଜୋତା ଷ୍ଟାଣ୍ଡ କର୍ମଚାରୀ। ଆଉ ୯ ଜଣ ଶ୍ରୀମନ୍ଦିର କର୍ମଚାରୀ।

ଅନ୍ୟପକ୍ଷରେ କୁମ୍ଭମେଳାରୁ ମୋଟ ୧୭ ଜଣ ପୁରୀ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୧୩ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। କିନ୍ତୁ କୁମ୍ଭମେଳାରୁ ଫେରିଥିବା ଆଉ ୨ ଜଣ ଏପର୍ଯ୍ୟନ୍ତ କୋଭିଡ୍‌ ଟେଷ୍ଟ୍ କରି ନାହାନ୍ତି।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରୁ ୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଜି ଠାରୁ ନୂଆ ଏସ୍‌ଓପି ଲାଗୁ କରାଯାଇଛି। ଏହି ଏସ୍‌ଓପି ଅନୁସାରେ ବାହାର ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁମାନେ କୋଭିଡ୍‌ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ବାଧ୍ୟ। ସେମାନେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବେ କିମ୍ବା କରୋନାର ଦୁଇଟି ଯାକ ଡୋଜ୍ ଟିକା ନେଇଥିବାର ପ୍ରମାଣ ଦେଖାଇବେ ବୋଲି କୁହାଯାଇଛି।

The post ସେବାୟତଙ୍କୁ ମିଶାଇ ଶ୍ରୀମନ୍ଦିର ସହିତ ଜଡ଼ିତ ୫୦ ଜଣଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/3apuFSi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages