୩୫ ଜଣ କରୋନା ରୋଗୀଙ୍କ ଜୀବନ ବଞ୍ଚାଇଲା ପୁଲିସ୍‌: ଅମ୍ଳଜାନ ସିଲିଣ୍ଡର ସହ ହସ୍ପିଟାଲରେ ପହଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 19, 2021

୩୫ ଜଣ କରୋନା ରୋଗୀଙ୍କ ଜୀବନ ବଞ୍ଚାଇଲା ପୁଲିସ୍‌: ଅମ୍ଳଜାନ ସିଲିଣ୍ଡର ସହ ହସ୍ପିଟାଲରେ ପହଞ୍ଚିଲା

ନୂଆଦିଲ୍ଲୀ: ଦେଶର କରୋନା ସ୍ଥିତି କେତେ ଜଟିଳ ହୋଇପଡ଼ିଛି, ସେକଥା ରବିବାର ଦିଲ୍ଲୀରେ ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଅମ୍ଳଜାନ ଅଭାବରୁ ଦିଲ୍ଲୀରେ ସୃଷ୍ଟି ହେବାକୁ ଯାଉଥିବା ଗୋଟିଏ ବିପଦକୁ ପୁଲିସ୍‌ ଅଳ୍ପକେ ଟାଳିବାକୁ ସକ୍ଷମ ହୋଇଛି। ଦିଲ୍ଲୀର ମାନସ ରାମ ହସ୍ପିଟାଲରେ ୩୫ ଜଣ କରୋନା ରୋଗୀ ଅମ୍ଳଜାନ ସହାୟତାରେ ଚିକିତ୍ସିତ ହେଉଥିଲେ।

ତେବେ ହଠାତ୍‌ ଅମ୍ଳଜାନ ସରିବାକୁ ବସିବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଥିଲା। କିଛି ଉପାୟ ନ ପାଇ ସେମାନେ ସ୍ଥାନୀୟ ପୁଲିସକୁ ଯୋଗାଯୋଗ କରିଥିଲେ। ପୁଲିସ୍ ମଧ୍ୟ କାଳବିଳମ୍ବ ନ କରି ୨୦ଟି ଅମ୍ଳଜାନ ସିଲିଣ୍ଡର ତୁରନ୍ତ ଯୋଗାଡ଼ କରି ହସ୍ପିଟାଲରେ ପହଞ୍ଚାଇଥିଲା।

ହସ୍ପିଟାଲକୁ କେମିତି ପୂରା କର୍ଡନ ମଧ୍ୟରେ ଅମ୍ଳଜାନ ସିଲିଣ୍ଡର ଯାଇଥିଲା, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଆଡିସିନାଲ ଡିସିପି ସୁଧାଂଶୁ ଧାମା କହିଛନ୍ତି, “ନିହାଲ ବିହାର ଅନ୍ତର୍ଗତ ନାଙ୍ଗୋଲୋଇ ନଜଫଗଡ଼ ଅଞ୍ଚଳରେ ଥିବା ମାନସ ରାମ ହସ୍ପିଟାଲରୁ ରବିବାର ପ୍ରାୟ ଦିନ ୧.୩୦ରେ ଫୋନ ଆସିଥିଲା।

ହସ୍ପିଟାଲର ନିର୍ଦ୍ଦେଶକ ରାଜେଶ ଦାବାସ ବ୍ୟସ୍ତବିବ୍ରତ ଭିତରେ ଆମକୁ ଫୋନ କରିଥିଲେ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୩୫ ରୋଗୀ ଅମ୍ଳଜାନ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଥିବା ସେ ଆମକୁ ଜଣାଇଥିଲେ। ସେମାନେ ବ୍ୟବହାର କରୁଥିବା ଅମ୍ଳଜାନ ଅତି ବେଶୀରେ ଆଉ ଗୋଟିଏ ଘଣ୍ଟା ଯିବ। ତେଣୁ ଆମକୁ ଅମ୍ଳଜାନ ଦରକାର। ହସ୍ପିଟାଲ କର୍ତ୍ତୃପକ୍ଷ ଅମ୍ଳଜାନ ପାଇଁ ଅନେକ ଲୋକଙ୍କ ସହ ଯୋଗାଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା ଆମକୁ ଜଣାଇଥିଲେ। ଏହାପରେ ଆମେ ଅମ୍ଳଜାନ ଯୋଗାଡ଼ କରିବା କାମ ଲାଗିଥିଲୁ।”


ହସ୍ପିଟାଲର ଫୋନ ପରେ ସୁଧାଂଶୁ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଏଥିସହ ନିହାଲ ବିହାର ପୁଲିସ୍‌ର ଦୁଇଟି ଟିମ୍‌କୁ ଅମ୍ଳଜାନ କଥା ବୁଝିବାକୁ ମୁଣ୍ଡକା ଓ ବାୱାନା ଯିବାକୁ କହିଥିଲେ। ବାୱାନାରେ ମଧ୍ୟ ଅମ୍ଳଜାନର ଅଭାବ ଦେଖିବାକୁ ମିଳିଥିଲା। ତଥାପି ସେଠାକାର କର୍ତ୍ତୃପକ୍ଷ ଜରୁରୀ କାଳୀନ ଭିତ୍ତିରେ ୧୦ଟି ଅମ୍ଳଜାନ ସିଲିଣ୍ଡର ଯୋଗାଡ଼ କରିଥିଲେ।

ସେହିପରି ଆଉ ୩୦ ମିନିଟ୍‌ ପରେ ପୁଲିସ୍‌ର ଅନୁରୋଧ ରକ୍ଷା କରି ଆଉ ୧୦ଟି ସିଲିଣ୍ଡର ମାନସ ରାମ ହସ୍ପିଟାଲ ପାଇଁ ଦେଇଥିଲେ। ୨୦ଟି ସିଲିଣ୍ଡର ମିଳିବା ପରେ ପୁଲିସ୍‌ ଟିମ୍‌ ତୁରନ୍ତ ଏହାକୁ କର୍ଡନ କରି ହସ୍ପିଟାଲ ଅଭିମୁଖେ ବାହାରିଥିଲା। ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀ ଚିକିତ୍ସାରେ ଏହାକୁ ବ୍ୟବହାର କରିଥିଲେ।

The post ୩୫ ଜଣ କରୋନା ରୋଗୀଙ୍କ ଜୀବନ ବଞ୍ଚାଇଲା ପୁଲିସ୍‌: ଅମ୍ଳଜାନ ସିଲିଣ୍ଡର ସହ ହସ୍ପିଟାଲରେ ପହଞ୍ଚିଲା appeared first on Odisha Reporter.



from Odisha Reporter https://ift.tt/2QCNPNL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages