କ୍ରିକେଟ୍‌ ପରେ ଡ୍ୟାନ୍ସରେ କମାଲ ଦେଖାଇଲେ ହାର୍ଦ୍ଦିକ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 19, 2021

କ୍ରିକେଟ୍‌ ପରେ ଡ୍ୟାନ୍ସରେ କମାଲ ଦେଖାଇଲେ ହାର୍ଦ୍ଦିକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବ୍ୟାଟ ବଲ୍‌ ଧରି ପିଚ୍‌ରେ କମାଲ୍‌ ଦେଖାଉଥିବା ଭାରତୀୟ କ୍ରିକେଟ୍‌ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଡ୍ୟାନ୍ସିଂରେ ମଧ୍ୟ କମାଲ ଦେଖାଇଛନ୍ତି। କ୍ରିକେଟ୍‌ ମ୍ୟାଚ୍‌ ସହ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ ଥିବା ହାର୍ଦ୍ଦିକଙ୍କ ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ହାର୍ଦ୍ଦିକ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେଆର କରିଛନ୍ତି।

ହାର୍ଦ୍ଦିକ ନିଜ ପତ୍ନର ନତାଶା ଓ ଭାଇ କୃନାଲ ପାଣ୍ଡ୍ୟା ଏବଂ ଭାଉଜ ପଙ୍ଖୁଡିଙ୍କ ସହ ବିଚ୍‌ରେ ଜୋରଦାର୍‌ ଡ୍ୟାନ୍ସ କରିଛନ୍ତି। ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ‘Ay Rico Rico’ ଗୀତ ବାଜୁଛି। ମ୍ୟୁଜିକର ତାଳେ ତାଳେ ଝୁମୁଛନ୍ତି ପାଣ୍ଡ୍ୟା ବ୍ରଦର୍ସ ଓ ତାଙ୍କ ପତ୍ନୀ।

ଏହି ଭିଡିଓକୁ ହାର୍ଦ୍ଦିକ ସେଆର କରିବା ମାତ୍ରେ ତାଙ୍କ ପ୍ରଶଂସକମାନେ ଏଥିରେ ଜୋରଦାର କମେଣ୍ଟ କରିଛନ୍ତି। ଭିଡିଓଟି ତାଙ୍କ ଫ୍ୟାନ୍‌ମାନଙ୍କୁ ପସନ୍ଦ ଆସିଛି। ହାର୍ଦ୍ଦିକଙ୍କ ଏହି ଡ୍ୟାନ୍ସ ଭିଡିଓଟିକୁ ଏଯାଏଁ ୧୦ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଲାଣି।

ସୂଚନାମୁତାବକ, ଏବେ ହାର୍ଦ୍ଦିକ ଆଇପିଏଲ୍‌ ମ୍ୟାଚ୍‌କୁ ନେଇ ବ୍ୟସ୍ତ ଅଛନ୍ତି। ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ବଳରେ ଫ୍ୟାନ୍‌ଙ୍କ ହୃଦୟ ଜିତିବାରେ ଲାଗିଛନ୍ତି ଏହି ଅଲ୍‌ରାଉଣ୍ଡର। ଚଳିତ ଆଇପିଏଲ୍‌ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଛନ୍ତି।

The post କ୍ରିକେଟ୍‌ ପରେ ଡ୍ୟାନ୍ସରେ କମାଲ ଦେଖାଇଲେ ହାର୍ଦ୍ଦିକ, ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/3xbsT0U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages