ନୂଆଦିଲ୍ଲୀ: ବଢ଼ୁଥିବା କରୋନା ମାମଲାକୁ ଦେଖି ଆମେରିକା ଜାରି କଲା କଟକଣା। ଭାତରୀୟଙ୍କୁ ସତର୍କ କରାଇଲା ସିଡିସି। ଆମେରିକାରେ ରହୁଥିବା ଭାରତୀୟକୁ ନେଇ ଜାରି ହୋଇଛି ଟ୍ରାଭେଲ ଆଡଭାଇଜରୀ। ଦରକାର ନଥିଲେ ଭାରତ ନଯିବାକୁ ପରାମର୍ଶ ଦେଇଛି ସିଡିସି । ଆମେରିକା କହିଛି ମାରାତ୍ମକ ଭାଇରସ ଲାଗି ଦିନକୁ ଦିନ ଭାରତରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଦେଶରେ ଏବେ କରୋନା ସେକେଣ୍ଡ ୱେଭ ଜାରି ରହିଛି। ରେକର୍ଡ ସଂଖ୍ୟକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି।
ତେଣୁ ଏଭଳି ସ୍ଥିତିରେ ଭାତର ଯିବା ଠିକ୍ ନୁହେଁ। ଯଦି ଜରୁରୀ ନାହିଁ ତେବେ ଦେଶ ଛାଡନ୍ତୁ ନାହିଁ । ଟିକା ନେବା ପରେ ବି ଗସ୍ତ କରନ୍ତୁ ନାହିଁ ବୋଲି ସିଡିସି ପରାମର୍ଶ ଦେଇଛି। ଟିକା ନେବା ପରେ ମଧ୍ୟ ସଂକ୍ରମଣର ଭୟ ରହିଛି। ହୋଇପାରନ୍ତି। ବିଭିନ୍ନ ପ୍ରକାରର ମ୍ୟୁଟେସନରେ ସଂକ୍ରମଣ ହୋଇ ତା’ର ପ୍ରସାର କରିପାରନ୍ତି। ତେଣୁ କୌଣସି ବି ଭାରତୀୟଙ୍କୁ ଦେଶ ଛାଡି ଯିବା ଉଚିତ ନୁହେଁ ବୋଲି ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ କହିଛି।
ବର୍ତ୍ତମାନ ଦେଶରେ ଦେଢକୋଟିରୁ ଅଧିକ ଲୋକ ସଂକ୍ରମଣର ଶିକାର ହେଲେଣି । ଏସବୁ ଦୃଷ୍ଟିରେ ରଖି ଆମେରିକା ଭଳି ଶକ୍ତିଶାଳି ରାଷ୍ଟ୍ର ଓ ବ୍ରିଟେନ୍ ନିଜ ଦେଶରେ ରହୁଥିବା ଭାରତୀୟ ନାଗରିକଙ୍କ ପ୍ରତି କଠୋର ହୋଇଛନ୍ତି । ବ୍ରିଟେନରେ ମଧ୍ୟ ଭାରତୀୟଙ୍କୁ ରେଡ୍ ତାଲିକାରେ ରଖାଯାଇଛି । ଭାରତୀୟଙ୍କୁ ବ୍ରିଟେନ ଆସିବାକୁ ନେଇ ବାରଣ କରାଯାଇଛି। ଏହାସହ ବିଦେଶ ଫେରାନ୍ତାକୁ ୧୦ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।
Amid a surge in COVID cases (in India), travellers should avoid all travel to India. Even fully vaccinated travellers may be at risk for getting & spreading variants and should avoid all travel to India. If you must travel to India, get fully vaccinated before travel: CDC, USA pic.twitter.com/VrLK4hpZRA
— ANI (@ANI) April 20, 2021
The post ଦରକାର ନଥିଲେ ଭାରତ ଯାଅନି, ସତର୍କ କଲା ସିଡିସି appeared first on Odisha Reporter.
from Odisha Reporter https://ift.tt/3aopWAt
No comments:
Post a Comment