ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୭୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୫୩ରେ ପହଞ୍ଚିଯାଇଛି।
ଏହି ୫ ମୃତକଙ୍କ ମଧ୍ୟରୁ ୩ ଜଣ ନୂଆପଡ଼ା ଜିଲ୍ଲାର। ସେହିପରି ଅନ୍ୟ ଦୁଇ ଜଣ କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାର।
୩ଟି ନୂଆ ମୃତ୍ୟୁ ମାମଲା ସହିତ ନୂଆପଡ଼ା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨ରେ ପହଞ୍ଚିଛି। କେନ୍ଦୁଝରରେ ଏହି ସଂଖ୍ୟା ୩୯ ଓ ରାୟଗଡ଼ାରେ ୪୬ ହୋଇଛି।
ଗତ ୨୪ ଘଣ୍ଟାରେ ନୂଆପଡ଼ା ଜିଲ୍ଲାରୁ ୩୨୨ ଜଣ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝରରୁ ୧୦୩ ଓ ରାୟଗଡ଼ାରୁ ୬୦ ଜଣ ଚିହ୍ନଟ ହୋଇଛନ୍ତି।
ଗତକାଲି ଯେଉଁ ରିପୋର୍ଟ ଆସିଥିଲା, ସେଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ପଶ୍ଚିମ ଓଡ଼ିଶାର ଥିଲେ। ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଝାରସୁଗୁଡ଼ାରୁ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଆଉ ଜଣେ କେନ୍ଦୁଝର ଜିଲ୍ଲାର ଥିଲେ।
ସୂଚନାଯୋଗ୍ୟ, କରୋନାରେ ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୪୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପଛକୁ ରହିଛି ଗଞ୍ଜାମ ଜିଲ୍ଲା। ଏହି ଜିଲ୍ଲାରେ ୨୫୧ ଜଣଙ୍କ ମୃତ୍ୟୁ ହୋଇଛି। କଟକ ଜିଲ୍ଲାରେ ୧୪୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀ ଜିଲ୍ଲାରେ ୧୧୯ ଜଣଙ୍କ ମୃତ୍ୟୁ ହୋଇଛି।
The post କରୋନା ନେଲା ଆଉ ୫ ଜୀବନ, ୩ ଜଣ ଗୋଟିଏ ଜିଲ୍ଲାରୁ appeared first on Odisha Reporter.
from Odisha Reporter https://ift.tt/2QktT26
No comments:
Post a Comment