ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଜିଲ୍ଲା ଜଜ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଣିଥିବା ପାରିବାରିକ ହିଂସା ଅଭିଯୋଗ ମାମଲାରେ ଏସଡିଜେଏମ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ ଅନୁଭବ ଜିଲ୍ଲା ଜଜ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପାରିବାରିକ ହିଂସା ଅଭିଯୋଗ ଆଣି ପୂର୍ବରୁ ବର୍ଷା ଏସଡିଜେଏମ୍ କୋର୍ଟ ଯାଇଥିଲେ। ପରେ ତାଙ୍କ ଉପରେ ବାରମ୍ବାର ଘରୋଇ ହିଂସା ହେଉଥିବା ନେଇ ସେ ଅଭିଯୋଗ କରିଥିଲେ। ମାମଲାର ପରବର୍ତ୍ତୀ ହିଂସାକୁ ମୂଳ ମାମଲା ସହ ଯୋଡ଼ିବାକୁ ଆବେଦନ କରିଥିଲେ ବର୍ଷା ଏବଂ ଏସଡିଜେଏମ କୋର୍ଟ ବର୍ଷାଙ୍କ ପିଟିସନକୁ ଗ୍ରହଣ କରିଥିଲେ। ଏସଡିଜେଏମ୍ କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନୁଭବ।
ଅନୁଭବଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ଆଣି କଟକ ଏସ୍ଡିଜେଏମ୍ କୋର୍ଟରେ ଆଶ୍ରୟ ନେଇଥିଲେ। ଅନ୍ୟପଟେ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟରେ ବର୍ଷାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ବର୍ଷା ସୁପ୍ରିମକୋର୍ଟ ଯାଇଥିଲେ। ସ୍ୱାମୀ ଅନୁଭବ କରିଥିବା ମାମଲା ଦିଲ୍ଲୀରୁ କଟକ ଫ୍ୟାମିଲିକୋର୍ଟକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ ବର୍ଷା। ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ରାୟ। ପଟିଆଲା ହାଉସ କୋର୍ଟ ନୁହେଁ, କଟକ ଫ୍ୟାମିଲି କୋର୍ଟରେ ମାମଲା ଚାଲିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାମଲା ସ୍ଥାନାନ୍ତର ନେଇ ବର୍ଷାଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ଏହା ପରେ ବର୍ଷା ବିଭିନ୍ନ ସମୟରେ ଥାନାକୁ ଯାଇ ଅନୁଭବ ଓ ତାଙ୍କ ପରିବାର ବିରୋଧରେ ପାରିପାରିବ ହିଂସାକୁ ନେଇ ଅଭିଯୋଗ କରିଥିଲେ। ଗତ ମାସ ୧୭ ତାରିଖରେ ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ବର୍ଷା ରହୁଥିବା ରୁମ୍ରେ ଏସି ଓ ଟିଭିରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। ଶାଶୁଘର ଲୋକେ ଜାଣିଶୁଣି ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଥିଲେ ବର୍ଷା। ଏହା ପରେ ଚଳିତ ମାସ ୫ ତାରିଖରେ ଅନୁଭବଙ୍କ ସହ ପାରିବାରିକ ବିବାଦ ମାମଲାରେ ବର୍ଷା କୋର୍ଟରେ ହାଜର ହୋଇଥିଲେ।
The post ଜିଲ୍ଲା ଜଜ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନୁଭବ appeared first on Odisha Reporter.
from Odisha Reporter https://ift.tt/3djOEnp
No comments:
Post a Comment