ହଲିଉଡରେ ହୁମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 13, 2021

ହଲିଉଡରେ ହୁମା

ମୁମ୍ବାଇ: ବଲିଉଡ ପରେ ଏବେ ହଲିଉଡ ମୁହାଁ ଭର୍ସଟାଇଲ ଅଭିନେତ୍ରୀ ହୁମା କୁରେଶି। ବଲିଉଡରେ ନିଜ ଦମଦାର ଅଭିନୟ ବଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଏବେ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ହୁମା। ନେଟ୍‌ଫ୍ଲିକ୍ସର ଅପକମିଂ ଫିଲ୍ମ ` Army Of The Dead’ ଜରିଆରେ ସେ ହଲିଉଡରେ ଏଣ୍ଟ୍ରି କରିଛନ୍ତି। ଏହି ଫିଲ୍ମରେ ହୁମାଙ୍କୁ ଗୀତା ଚରିତ୍ରରେ ଦେଖିବାକୁ ମିଳିବ।

ନିକଟରେ ଏହି ଫିଲ୍ମର ଦମଦାମର ଟ୍ରେଲର ରିଲିଜ ହୋଇଛି। ରିଲିଜ ହେବାର ଦିନକ ଭିତରେ ହିଁ ଏହା ୟୁଟ୍ୟୁବ୍‌ରେ ହଇଚଇ ସୃଷ୍ଟି କରିଛି। ଫିଲ୍ମର ଟ୍ରେଲରକୁ ୨୦ ଲକ୍ଷରୁ ବି ଅଧିକ ଲୋକ ଦେଖିସାରିଲେଣି। ରିଲିଜ ହୋଇଥିବା ଏହି ଟ୍ରେଲରେ ଫିଲ୍ମର ସବୁ କଳାକାରଙ୍କୁ ଦେଖିବାକୁ ମିଳିଛି। ଜ୍ୟାକ୍‌ ସ୍ନାୟଡରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମଟି ଏକ ଜମ୍ବି ହିଷ୍ଟ ଫିଲ୍ମ। ଆସନ୍ତା ମେ’ ୨୧ ତାରିଖରେ ଫିଲ୍ମଟି ପରଦାକୁ ଆସିବ। `ଆର୍ମି ଅଫ୍‌ ଦ ଡେଡ୍‌’ ୨୦୦୪ରେ ରିଲିଜ ହୋଇଥିବା ହଲିଉଡ ଫିଲ୍ମ `ଡନ୍‌ ଅଫ୍‌ ଦ ଡେଡ୍‌’ର ସିକ୍ୱେଲ ପାର୍ଟ।

ସୂଚନାଯୋଗ୍ୟ ଯେ, ହଲିଉଡ ଫଲ୍ମ ବ୍ୟତୀତ ହୁମାଙ୍କୁ ତାଙ୍କ ଅପକମିଂ ଫିଲ୍ମ `ବେଲ ବଟମ୍‌’ରେ ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମର ଲିଡ୍‌ ରୋଲରେ ଅକ୍ଷୟ କୁମାର ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ବାଣୀ କପୁର ମଧ୍ୟ ନଜର ଆସିବେ। ନିକଟରେ ହିଁ ଏହି ଫିଲ୍ମର ଶୁଟିଂ ଶେଷ ହୋଇଛି। ଖୁବ୍‌ଶୀଘ୍ର ଏହାର ପରଦାକୁ ଆସିବ।

The post ହଲିଉଡରେ ହୁମା appeared first on Odisha Reporter.



from Odisha Reporter https://ift.tt/2PUtWlk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages