କରୋନାରେ ଆକ୍ରାନ୍ତ ଜାଣିବା ପରେ ବିଦ୍ୟୁତ ଖୁଣ୍ଟରେ ପିଟି ଦେଲେ କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 13, 2021

କରୋନାରେ ଆକ୍ରାନ୍ତ ଜାଣିବା ପରେ ବିଦ୍ୟୁତ ଖୁଣ୍ଟରେ ପିଟି ଦେଲେ କାର୍‌

ତିରୁଅନନ୍ତପୁରମ: କରୋନା ଆକ୍ରାନ୍ତ ହେବା ଖବର ଶୁଣି ଛାନିଆ ହୋଇଗଲେ ମହିଳା। ଆଉ ଏହି ଚିନ୍ତାରେ ରାସ୍ତାରେ କାର ଚଲାଇ ଯାଉଥିବା ବେଳେ ଏକ ବିଦ୍ୟୁତ ଖୁଣ୍ଟକୁ  ପିଟି ଦେଇଥିଲେ। ସୋମବାର ସକାଳ ପ୍ରାୟ ୧୦ଟାରେ କେରଳର କୋଲାମ ଜିଲ୍ଲାର କଡାକାଲରେ ଘଟିଥିଲା ଏହି ଦୁର୍ଘଟଣା।

୪୦ ବର୍ଷୀୟ ଏହି ମହିଳା ଜଣଙ୍କ କୋଲାମ ଆଞ୍ଚଲରେ ଥିବା ଏକ କୋଭିଡ୍ ଲାବରୋଟେରୀରୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ହେଲେ ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ କେହି ହସ୍ପିଟାଲ ନେବାକୁ ହଠାତ୍ ରାଜି ହୋଇ ନଥିଲେ। ପାଖାପାଖି ଘଣ୍ଟାଏରୁ ଅଧିକ ସମୟ ସେ ଦୁର୍ଘଟଣାସ୍ଥଳରେ ପଡ଼ି ରହିଥିଲେ। କେହି ଡାକ୍ତରଖାନା ନେବାକୁ ରାଜି ନହେବା ପରେ ଏକ ଦମକଳ ଗାଡ଼ି ଆସିଥିଲା, ଯେଉଁଥିରେ ସମସ୍ତେ ପିପିଇ କିଟ୍ ପିନ୍ଧିଥିଲେ। ଆଉ ଆହତ ମହିଳାଙ୍କୁ ହସ୍ପିଟାଲ ନେଇଥିଲେ। ତେବେ ଏହି ଦୁର୍ଘଟଣାରେ ମହିଳାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା। ଆଉ ବେଶୀ କିଛି ହୋଇ ନଥିଲା।

ଦମକଳ ଗାଡ଼ିରେ ନିୟୋଜିତ ଥିବା ଅଧିକାରୀ କହିଛନ୍ତି ଯେ ମହିଳା ଜଣଙ୍କ ଦୁର୍ଘଟଣାର ଶିକାର ହେବା ପରେ ଆମ୍ୱୁଲାନ୍ସ ପାଇଁ ଅନେକ ଚେଷ୍ଟା କରିଥିଲେ। ହେଲେ କେହି ରାଜି ନହେବାରୁ ସେମାନଙ୍କୁ ପାଖକୁ ଏହି ଖବର ଆସିଥିଲା। ଦମକଳ ଗାଡ଼ିରେ ଆକ୍ରାନ୍ତଙ୍କୁ ନେବା ପାଇଁ ଅନୁମତି ନଥିଲେ ମଧ୍ୟ ପରିସ୍ଥିତିକୁ ଦେଖିବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା ବୋଲି ସେ କହିଛନ୍ତି।

The post କରୋନାରେ ଆକ୍ରାନ୍ତ ଜାଣିବା ପରେ ବିଦ୍ୟୁତ ଖୁଣ୍ଟରେ ପିଟି ଦେଲେ କାର୍‌ appeared first on Odisha Reporter.



from Odisha Reporter https://ift.tt/3a5Bico

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages