ସିବିଆଇରେ ହାଜର ହେଲେ ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 13, 2021

ସିବିଆଇରେ ହାଜର ହେଲେ ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ

ମୁମ୍ୱାଇ: ସିବିଆଇ ଜେରାର ସମ୍ମୁଖୀନ ହେଉଛନ୍ତି ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ବଟି ଆଦାୟ ମାମଲାରେ ସିବିଆଇ ତାଙ୍କୁ ହାଜର ହେବାକୁ ଏପ୍ରିଲ ୧୨ ତାରିଖ ଦିନ ସମନ କରିଥିଲା। ଏହାପରେ ଦେଶମୁଖ ଆଜି ଡିଆରଡିଓର ଏକ ଗେଷ୍ଟ ହାଉସରେ ହାଜର ହୋଇ ସିବିଆଇ ଜେରାର ସମ୍ମୁଖୀନ ହେଉଛନ୍ତି।

ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିବା ନେଇ ଅଭିଯୋଗ କରିଥିଲେ। ପରେ ଏହାର ତଦନ୍ତ ଦାବି କରି ପରମବୀର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ହାଇକୋର୍ଟ ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସିବିଆଇ ମହାରାଷ୍ଟ୍ର ସରକାର ଓ ଦେଶମୁଖ ସୁପ୍ରିମକୋର୍ଟ ଯାଇଥିଲେ। ହେଲେ କୋର୍ଟ ବମ୍ୱେ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖିଥିଲେ। ହାଇକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେବା ପରେ ପରମବୀର ସିଂହ ଗୃହମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ।

ନିକଟରେ ଏନଆଇଏ କୋର୍ଟକୁ ଏକ ଚିଠି ଲେଖି ସଚିନ ବାଜେ ମଧ୍ୟ ଅନୀଲ ଦେଶମୁଖଙ୍କ ନାଁରେ ବଟି ଆଦାୟ ଅଭିଯୋଗ ଆଣିଥିଲେ। ଆଣ୍ଟେଲିଆରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲା ଏବଂ କାର ମାଲିକ ମନସୁଖ ହିରେନ ହତ୍ୟା ମାମଲାରେ ଏବେ ଏନଆଇଏ ହେପାଜତରେ ରହିଛନ୍ତି ସଚିନ ବାଜେ।

ଏପ୍ରିଲ ୧୨ ତାରିଖରେ ସିବିଆଇ ଅନୀଲ ଦେଶମୁଖଙ୍କୁ ସମନ କରିଥିଲା। ଏହା ପୂର୍ବରୁ ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀ ଏବଂ ସଚିନ ବାଜେଙ୍କ ଦୁଇ ଡ୍ରାଇଭରକୁ ସିବିଆଇ ଜେରା କରି ବୟାନ ରେକର୍ଡ କରିଛି। ଆଉ ସଚିନ ବାଜେଙ୍କ ଡ୍ରାଇଭର ଆଣ୍ଟେଲିଆ ଓ ମନସୁଖ ମୃତ୍ୟୁ ମାମଲାରେ ଅନେକ ଗୁମର ସିବିଆଇ ଆଗରେ ଖୋଲିଥିବା ସୂଚନା ରହିଛି। ଅନୀଲ ଦେଶମୁଖ ତାଙ୍କ ସହଯୋଗୀଙ୍କ ଜରିଆରେ ସଚିନ ବାଜେଙ୍କୁ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିବା ପରମବୀର ସିବିଆଇ ଆଗରେ କହିଥିଲେ। ତେଣୁ ଦେଶମୁଖଙ୍କୁ ଜେରା କରିବା ପୂର୍ବରୁ ତାଙ୍କର ଦୁଇ ସହଯୋଗୀଙ୍କୁ ଜେରା କରିଥିଲା ସିବିଆଇ।

The post ସିବିଆଇରେ ହାଜର ହେଲେ ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3sgmspN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages