ରାତିସାରା ଧାରଣାରେ ବସିଲେ ବିଜେପି ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 3, 2021

ରାତିସାରା ଧାରଣାରେ ବସିଲେ ବିଜେପି ବିଧାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ ରାତି ସାରା ଧାରଣା ଦେଲେ ବିରୋଧୀ ଦଳ ନେତାଙ୍କ ସମେତ ବିଜେପିର ସବୁ ବିଧାୟକ।  ଗୃହରେ ବିଲ୍ ପାରିତ ହେବା ବେଳେ ବିରୋଧୀ ଦଳ ନେତାଙ୍କୁ କହିବାର ସୁଯୋଗ ନଦେବା ଏବଂ ବିଜେପିର ୩ ସଦସ୍ୟଙ୍କୁ ନିଲମ୍ବିତ କରିବା ପ୍ରତିବାଦରେ ବିଧାୟକମାନେ ସାରା ରାତି ଖୋଲା ଆକାଶ ତଳେ ଧାରଣାରେ ବସି ରହିଥିଲେ। ସକାଳୁ ବି ସେମାନଙ୍କ ଧାରଣା ଜାରି ରହିଛି। ଗତକାଲି ସେମାନଙ୍କୁ ବାଚସ୍ପତି ବୁଝାସୁଝା କରିଥିଲେ ବି ସେମାନେ ଧାରଣାସ୍ଥଳରୁ ହଟି ନଥିଲେ।

ବିଜେପି ବିଧାୟକ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଧାନସଭା ଗୃହ ଭିତରେ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଉନି । ବାଚସ୍ପତି ନିରପେକ୍ଷ ଭୂମିକା ଗ୍ରହଣ କରୁନାହାନ୍ତି । ଏନେଇ ଆଜି ସକାଳ ୧୦ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ ।

ସେହିପରି ବିଜେପି ବିଧାୟକମାନେ ସୋମବାର ରାଜ୍ୟପାଳଙ୍କୁ ଭେଟି ଗୃହରେ ବିରୋଧୀ ଦଳ ନେତାଙ୍କୁ ବିଲ୍ ପାରିତ କରାଯିବାବେଳେ କହିବାକୁ ସୁଯୋଗ ଦିଆଯାଇନଥିବାରୁ ତା’ର ପ୍ରତିବାଦ ଜଣାଇବେ ବୋଲି ଜଣାପଡ଼ିଛି। ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ହସ୍ତକ୍ଷେପ କରିବାକୁ ମଧ୍ୟ ସେମାନେ ଦାବି କରିବେ ବୋଲି ଜଣାପଡ଼ିଛି।

ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବାଚସ୍ପତି ଅନ୍ୟ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ବାଚସ୍ପତି ନିରପେକ୍ଷତା ଅବଲମ୍ବନ କରନ୍ତୁ ଓ ତୁରନ୍ତ କ୍ଷମା ମାଗନ୍ତୁ। ଆଗକୁ ଗୃହ ଠିକ୍‌ରେ ଚଳାଇବାକୁ ଏବେଠୁ ପଦକ୍ଷେପ ନିଅନ୍ତୁ।

ସୂଚନାଯୋଗ୍ୟ ଯେ, ଗତକାଲି ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭା ବଜେଟ୍ ଅଧିବେଶନ ଶେଷ ହୋଇଥିଲା।  ଏପ୍ରିଲ ୯ରେ ସରିବାକୁ ଥିବା ବଜେଟ୍ ଅଧିବେଶନକୁ ଗତକାଲି  ୫ଟି କାର୍ଯ୍ୟ ଦିବସ ଆଗରୁ ଶେଷ କରି ଦିଆଯାଇଥିଲା।

The post ରାତିସାରା ଧାରଣାରେ ବସିଲେ ବିଜେପି ବିଧାୟକ appeared first on Odisha Reporter.



from Odisha Reporter https://ift.tt/39GLOXh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages