ଡାକ୍ତରଙ୍କୁ ଚେତାବନୀ- ‘କୋଭିଡ୍ ଦାୟିତ୍ୱରେ ଯୋଗ ଦିଅ, ନଚେତ୍ କାର୍ଯ୍ୟାନୁଷ୍ଠାନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 21, 2021

ଡାକ୍ତରଙ୍କୁ ଚେତାବନୀ- ‘କୋଭିଡ୍ ଦାୟିତ୍ୱରେ ଯୋଗ ଦିଅ, ନଚେତ୍ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ଲମ୍ବ ଡିଆଁ ମାରୁଛି ମହାମାରୀ। ରାଜ୍ୟରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଡେଇଁ ସାରିଥିବା ବେଳେ ଆଖି ବୁଜିଛନ୍ତି ୭ ଜଣ। କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଥିବାରୁ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ହେଲେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା କେତେକ ଡାକ୍ତର ନିଜ କର୍ମ ସମ୍ପାଦନରେ ପଛ ଘୁଞ୍ଚା ଦେଉଛନ୍ତି।

କୋଭିଡର ସୁପରିଚାଳନା ନିମନ୍ତେ କେତେକ ଡାକ୍ତରମାନଙ୍କୁ ବଦଳି କରାଯାଇଥିବା ବେଳେ ସେମାନେ କିନ୍ତୁ  ନୂଆ ସ୍ଥାନରେ ଯୋଗ ଦେଉ ନାହାନ୍ତି। ଫଳରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେଉଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି।

ଯେଉଁ ଡାକ୍ତରମାନଙ୍କର ବଦଳି ହୋଇଛି ସେମାନେ ତୁରନ୍ତ ଜନସ୍ୱାର୍ଥ ଦୃଷ୍ଟିରୁ ସେମାନଙ୍କ ନୂତନ କର୍ମ କ୍ଷେତ୍ରରେ ଯୋଗ ଦିଅନ୍ତୁ। ନଚେତ୍ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ଗତକାଳି ରାଜ୍ୟ ଡିଏମଇଟି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ ଏଭଳି ଖିଲାପୀ ଡାକ୍ତରମାନଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଓ ଇଣ୍ଡିଆନ ମେଡିକାଲ କାଉନସିଲ ରେଗୁଲେସନ-୨୦୦୨ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

କୋଭିଡ୍ ମହାମାରୀକୁ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଥିବାବେଳେ ଅନେକ ଡାକ୍ତର ସେମାନଙ୍କୁ ବଦଳି କରାଯାଇଥିବା ସ୍ଥାନରେ ଯୋଗ ଦେଇନଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକୁ କୋଭିଡ୍ ମହାମାରୀର ମୁକାବିଲା କରିବା ପାଇଁ ପଦକ୍ଷେପ ନେବାରେ ସମସ୍ୟା ହେଉଥିବା ଅଭିଯୋଗ ହେଉଛି। ଏପରି ସ୍ଥିତି ଲାଗି ରହିଛି ଆଗକୁ ସ୍ଥିତି ଆହୁରି ସଙ୍ଗିନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

The post ଡାକ୍ତରଙ୍କୁ ଚେତାବନୀ- ‘କୋଭିଡ୍ ଦାୟିତ୍ୱରେ ଯୋଗ ଦିଅ, ନଚେତ୍ କାର୍ଯ୍ୟାନୁଷ୍ଠାନ’ appeared first on Odisha Reporter.



from Odisha Reporter https://ift.tt/3xixXk7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages