୩ ଲକ୍ଷ ଟପିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 21, 2021

୩ ଲକ୍ଷ ଟପିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଅଣାୟତ ହୋଇପଡ଼ିଛି କରୋନା ସଂକ୍ରମଣ। ପ୍ରତିଦିନ ରେକର୍ଡ ସଂଖ୍ୟକ ଲୋକଙ୍କୁ ଆକ୍ରାନ୍ତ କରୁଛି ଏହି ଘାତକ ଭାଇରସ। ଆଜି ପ୍ରଥମ ଥର ପାଇଁ ଗୋଟିଏ ଦିନରେ ତିନି ଲକ୍ଷରୁ ଅଧିକ କରୋନାରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି। ବିଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ବୁଧବାର ୩,୧୪,୮୩୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୯,୩୦,୯୬୫ ଚିହ୍ନଟ ହୋଇଛନ୍ତି। ଏବେ ୨୨,୯୧,୪୨୮ ଜଣ ଏହି ମହାମାରୀରେ ଚିକିତ୍ସାଧୀନ ଥିବା ସ୍ଵାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟରୁ ଜଣାପଡ଼ିଛି।

ବିଗତ ୨୪ ଘଣ୍ଟା ମଧ୍ୟରେ ୨,୦୧୪ ଜଣ ମୃତ୍ୟୁ ବରଣ କରିଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୧,୮୪,୬୫୭ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ଅବଧି ମଧ୍ୟରେ ୨,୦୧୪ ମୃତ୍ୟୁ ବରଣ କରିଥିବାବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୧,୮୪,୬୫୭ ଛୁଇଁଛି। ଆକ୍ରାନ୍ତଙ୍କ ରିପୋର୍ଟ ଅନୁଯାୟୀ ଦେଶରେ ନୂଆ ସଂକ୍ରମଣର ମାତ୍ରା ୧୭ ଦିନରେ ୧ ଲକ୍ଷରୁ ୩ ଲକ୍ଷ ଅତିକ୍ରମ କରିଛି।

ଚଳିତ ବର୍ଷ ଜାନୁଆରୀ ୮ ରେ ୩,୦୭,୫୮୧ ଜଣ ଆମେରିକାରେ ଦୈନିକ କରୋନାରେ ସଂକ୍ରମିତ ହୋଇଥିଲେ। ଆମେରିକା ହେଉଛି କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ। ଦ୍ୱିତୀୟରେ ଭାରତ ପରେ ବ୍ରାଜିଲ ରହିଛି। ହେଲେ ଏବେ ଭାରତରେ ୧୭ ଦିନରେ ୧ ଲକ୍ଷରୁ ୩ ଲକ୍ଷ ହୋଇଛନ୍ତି କରୋନା ସଂକ୍ରମିତ। ଯାହାକି ଆମେରିକା ତୁଳନାରେ ଅଧିକ ରହିଛି।

ଆଇସିଏମର ମଧ୍ୟ ଗତକାଲି ହୋଇଥିବା କୋଭିଡ ପରୀକ୍ଷାର ରିପୋର୍ଟ ପ୍ରକାଶ କରିଛି। ଏପ୍ରିଲ ୨୧ରେ ୧୬,୫୧,୭୧୧ଟି କରୋନା ପରୀକ୍ଷା ହୋଇଛି। ଏହାକୁ ମିଶାଇଲେ ସାରା ଦେଶରେ ୨୭,୨୭,୦୫,୦୧୩ଟି କୋଭିଡ୍ ପରୀକ୍ଷା ହୋଇଛି।

ନୂଆ ମାମଲା ସହିତ ସକ୍ରିୟ ମାମଲା ସଂଖ୍ୟା ମଧ୍ୟ ପ୍ରାୟ ୨୩ ଲକ୍ଷକୁ ବୃଦ୍ଧି ପାଇଛି, ଯେଉଁ କାରଣରୁ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅତ୍ୟଧିକ ଚାପରେ ରହିଛି। ରାଜଧାନୀ ଦିଲ୍ଲୀ ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଏବେ ଅକ୍ସିଜାନ ଅଭାବ ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ମଧ୍ୟ ଅକ୍ସିଜେନ ଯୋଗାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଚାହିଦା ପୂରଣ ପାଇଁ ବାୟୁସେନା ଅନ୍ୟ ଦେଶରୁ ଅକ୍ସିଜେନ ଟ୍ୟାଙ୍କର ଆଣିବ ବୋଲି ଜଣାପଡ଼ିଛି।

ବୁଧବାର ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଦିଲ୍ଲୀର ଯେଉଁ ହସ୍ପିଟାଲରେ ଅକ୍ସିଜେନ ଅଭାବ ରହିଛି ସେହି ହସ୍ପିଟାଲକୁ ତୁରନ୍ତ ଅକ୍ସିଜେନ ଯୋଗାଇବା ଦରକାର। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୩.୨ କୋଟିରୁ ଅଧିକ ଟିକା ଡୋଜ ପ୍ରୟୋଗ କରାଯାଇଛି।

The post ୩ ଲକ୍ଷ ଟପିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/2QQLOh6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages