ନୂଆଦିଲ୍ଳୀ: ଅଣାୟତ୍ତ ହେଉଛି କରୋନା। ଦେଶରେ ହାଇସ୍ପିଡ୍ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ ମାମଲା। ସୁନାମୀ ଭଳି ମାଡୁଛି ମହାମରୀ। ଗତ ୨୪ ଘଣ୍ଟାରେ ଦେଶରେ ପୁଣି ଭୟଙ୍କର ଭାବେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ଦେଶରେ ରେକର୍ଡ ସଂଖ୍ୟକ ୨ ଲକ୍ଷ ୫୯ ହଜାର ୧୭୦ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୧୭୬୧ ଜଣଙ୍କ ମୃତ୍ୟୁ ହୋଇଛି।
ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତ ମାମଲା ୧ କୋଟି ୧୫ ଲକ୍ଷ ୨୧ ହଜାର ୮୯କୁ ବୃଦ୍ଧି ପାଇଛି। ସେହିପରି କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ ଲକ୍ଷ ୩୧ ହଜାର ୯୭୭ ଛୁଇଁଛି। ଆଜିର ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୦ ହଜାର ୫୩୦ରେ ପହଞ୍ଚିଛି। ସେହିପରି ସମୁଦାୟ ୧ କୋଟି ୩୧ ଲକ୍ଷ ୮ ହଜାର ୫୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା ୧୨ କୋଟି ୭୧ ଲକ୍ଷ ୨୯ ହଜାର ୧୧୩ ଜଣଙ୍କୁ ଟିକା ଦିଆସରିଛି।
India reports 2,59,170 new #COVID19 cases, 1,761 deaths and 1,54,761 discharges in the last 24 hours, as per Union Health Ministry
Total cases: 1,53,21,089
Total recoveries: 1,31,08,582
Death toll: 1,80,530
Active cases: 20,31,977Total vaccination: 12,71,29,113 pic.twitter.com/3pNdIGZVdy
— ANI (@ANI) April 20, 2021
The post ଦେଶରେ ୨୦ଲକ୍ଷ ଡେଇଁଲା ଆକ୍ଟିଭ ମାମଲା, ଦିନକରେ ୧୭୬୧ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3glbTzv
No comments:
Post a Comment