ICSE ଦଶମ ପରୀକ୍ଷା ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 19, 2021

ICSE ଦଶମ ପରୀକ୍ଷା ବାତିଲ

ନୂଆଦିଲ୍ଲୀ: ବାତିଲା ହେଲା ଆଇସିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷା । ଏପ୍ରିଲ ୧୬ରେ ICSE ଦଶମ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଥିଲା କିନ୍ତୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି CISCE ତା’ର ନିଷ୍ପତ୍ତି ବଦଳାଇଛି। ICSE ଦଶମ ପରୀକ୍ଷା ବାତିଲ କରାଯାଇଛି। ସେପଟେ ଦ୍ୱାଦଶ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ଏବେ ବି କାଏମ ରହିଛି।

ପ୍ରଥମେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ପରୀକ୍ଷାକୁ ଅପସନାଲ୍ ଭାବେ ରଖାଯାଇଥିଲା । ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉପସ୍ଥିତ ରହିବାକୁ ଚାହୁଁ ନାହାଁନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ମୂଲ୍ୟାୟନ ନୀତି ଆପଣାଇବା ପାଇଁ ବୋର୍ଡ କହିଥିଲା । ଏହାସହ ଯେଉଁମାନେ ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନେ ଦ୍ୱାଦଶ ଛାତ୍ରଙ୍କ ସହ ପରୀକ୍ଷାରେ ସାମିଲ ହୋଇପାରିବେ ବୋଲି ପ୍ରକାଶ ପାଇଥିଲା । ଏବେ କିନ୍ତୁ ଏହି ବୋର୍ଡ ପରୀକ୍ଷାକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇଛି ।

ସେହିପରି  ପୂର୍ବରୁ ବୋର୍ଡ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ କରାଯିବା ନେଇ ଘୋଷଣା କରାଯାଇଛି । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରେ ଅଫଲାଇନରେ ଆୟୋଜିତ କରାଯିବ ବୋଲି ବୋର୍ଡ ତରଫରୁ କୁହାଯାଇଥିଲା। 

ସୂଚନାଯୋଗ୍ୟ ଯେ, ଆସନ୍ତା ମେ’ ୪ ତାରିଖରେ ଆଇସିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷା ଅରମ୍ଭ ହୋଇ ଜୁନ୍‌ ୭ ତାରିଖରେ ଶେଷ ହୋଇଥା’ନ୍ତା। ସେିହପରି  ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଏପ୍ରିଲ ୮ରୁ ଜୁନ ୧୮ ଯାଏଁ ଚାଲିଥାନ୍ତା । କିନ୍ତୁ ଏବେ ବୋର୍ଡ ଦଶମ ପରୀକ୍ଷାକୁ ବାତିଲ କରିବା ସହ ଦ୍ୱାଦଶ ପରୀକ୍ଷା ବାବଦରେ ଜୁନ ମାସରେ ତାରିଖ ପ୍ରକାଶ ପାଇବ ବୋଲି କହିଛି ।

ଏହା ପୂର୍ବରୁ ମଧ୍ୟ  କୋଭିଡ୍ ପାଇଁ  ସିବିଏସଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିଲା । ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିଲେ।

The post ICSE ଦଶମ ପରୀକ୍ଷା ବାତିଲ appeared first on Odisha Reporter.



from Odisha Reporter https://ift.tt/3n3fuUf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages