ଗଛ କାଟି ଫସିଗଲେ, ୧.୨୧ କୋଟି ଫାଇନ‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 29, 2021

ଗଛ କାଟି ଫସିଗଲେ, ୧.୨୧ କୋଟି ଫାଇନ‌

ଭୋପାଳ: ଏବେ ସାରା ଦେଶରେ କରୋନା ତାର ଆତଙ୍କ ଜାରି ରଖିଛି। ବିଶେଷ କରି ଦ୍ୱିତୀୟ ଲହରରେ କରୋନା ଆକ୍ରାନ୍ତଙ୍କ ଠାରେ ଅମ୍ଳଜାନର ଅଭାବ ପରିଲକ୍ଷିତ ହେଉଛି। ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ଦେବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଲଢ଼େଇ ଜାରି ରହିଛି। ଆଉ ଏଭଳି ଏକ ସମୟରେ ଗଛ କାଟିବା ଜଣେ ଚାଷୀଙ୍କୁ ଖୁବ‌୍‍‌ ମହଙ୍ଗା ପଡ଼ିଛି। ହଜାରେ କି ଦଶ ହଜାର ନୁହେଁ ତାଙ୍କ ଉପରେ ପୂରା ଏକ କୋଟି ୨୧ ଲକ୍ଷ ଟଙ୍କାର ଫାଇନ‌୍‍ ପଡ଼ିଛି। ଘଟଣାଟି ମଧ୍ୟ ପ୍ରଦେଶର।

ରାଜ୍ୟର ବମହୌରୀ ବନାଂଚଳରେ ଘଟିଛି ଏହି ଘଟଣା। ଗଛ କାଟିଥିବା ଚାଷୀଙ୍କ ନାଁ ଛୋଟେ ଲାଲ। ସେ ଦୁଇଟି ଶାଗୁଆନ ଗଛ କାଟି ଥିବା ଅଭିଯୋଗ ହୋଇଛି। ଦୁଇଟି ଯାକ ଶାଗୁଆନ ଗଛର ବୟସ ୫୦ ବର୍ଷ ଲେଖାଏଁ ହିସାବ କରି ଛୋଟେ ଲାଲଙ୍କ ଉପରେ ବନ ବିଭାଗ ପକ୍ଷରୁ ଏକ କୋଟି ୨୧ ଲକ୍ଷ ୭ ହଜାର ୭ ଶହ ଟଙ୍କା ଜୋରିମାନା ପକାଯାଇଛି।

ବମହୌରୀ ରେଞ୍ଜର କହିଛନ୍ତି, ଗୋଟିଏ ବୃକ୍ଷର ହାରାହାରି ବୟସ ୫୦ ବର୍ଷ ବୋଲି ଧରାଯାଏ। ୫୦ ବର୍ଷରେ ଗୋଟିଏ ଗଛ ଆମକୁ ୫୨ ଲକ୍ଷ ୪୦୦ ଟଙ୍କାର ସୁବିଧା ପ୍ରଦାନ କରିପାରେ। ସେହି ହିସାବରେ ଦୁଇଟି ଗଛ କାଟିଥିବାରୁ ଛୋଟେ ଲାଲଙ୍କ ଉପରେ ଏହି ଜୋରିମାନା ପଡ଼ିଛି। ଲୋକଙ୍କୁ ଗଛର ମହତ୍ତ୍ୱ ସଂପର୍କରେ ସଚେତନ କରିବାକୁ ଛୋଟେ ଲାଲଙ୍କ ଉପରେ ଏକ କୋଟି ୨୧ ଲକ୍ଷ ୭ ହଜାର ୭ ଶହ ଟଙ୍କାର ଜୋରିମାନା ପକାଯାଇଛି।

The post ଗଛ କାଟି ଫସିଗଲେ, ୧.୨୧ କୋଟି ଫାଇନ‌ appeared first on Odisha Reporter.



from Odisha Reporter https://ift.tt/3xwNBIQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages