ବିଶାଳ ଟାର୍ଗେଟକୁ ଅତି ସହଜରେ ହାସଲ କରିନେଲା ଦିଲ୍ଲୀ, ତୃତୀୟକୁ ଖସିଲା ମୁମ୍ବାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

ବିଶାଳ ଟାର୍ଗେଟକୁ ଅତି ସହଜରେ ହାସଲ କରିନେଲା ଦିଲ୍ଲୀ, ତୃତୀୟକୁ ଖସିଲା ମୁମ୍ବାଇ

ମୁମ୍ବାଇ: ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଅତି ସହଜରେ ପଞ୍ଜାବ କିଙ୍ଗସ ଦେଇଥିବା ବିଶାଳ ୧୯୬ ରନ୍‌ର ଟାର୍ଗେଟକୁ ହାସଲ କରିନେଇଛି। ପଞ୍ଜାବକୁ ୬ ୱିକେଟ ଓ ୮ ବଲ୍‌ ପୂର୍ବରୁ ହରାଇ ଦିଲ୍ଲୀ ଚଳିତ ଆଇପିଏଲ୍‌ର ଦ୍ୱିତୀୟ ବିଜୟ ହାସଲ କରିଛି। ଏଥିସହ ପନ୍ତଙ୍କ ଦିଲ୍ଲୀ ପଏଣ୍ଟ ଟେବୁଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଏବେ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲ ତୃତୀୟ ସ୍ଥାନରେ ରହିଛି।

ସେହିପରି ପଞ୍ଜାବ ତା’ର ତୃତୀୟ ମ୍ୟାଚ୍‌ରୁ କ୍ରମାଗତ ଦ୍ୱିତୀୟ ପରାଜୟ ସହ ଟେବୁଲର ୭ମ ସ୍ଥାନକୁ ଖସି ଯାଇଛି। ପ୍ରଥମେ ବ୍ୟାଟିଂ କରି କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୯୫ ରନ୍‌ କରିଥିଲା। ଏହାର ଜବାବରେ ଦିଲ୍ଲୀ ୮ଟି ବଲ୍‌ ପୂର୍ବରୁ ୪ ୱିକେଟ ହରାଇ ୧୯୮ ରନ୍‌ କରିନେଇଛି। ଜିତିବା ପାଇଁ ୨ ରନ୍‌ ଦରକାର ଥିବା ବେଳେ ମାର୍କସ ଷ୍ଟୋଇନିସ୍‌ ଚୌକା ମାରି ଦଳକୁ ବିଜୟ କରାଇଥିଲେ। ଦିଲ୍ଲୀର ଏହି ବିଜୟର ନାୟକ ସାଜିଛନ୍ତି ଓପନର ଶିଖର ଧୱନ। ସେ ୪୯ ବଲ୍‌ରେ ୯୨ ରନ୍‌ର ଇନିଂସ୍‌ ଖେଳି ଦଳକୁ ଚଳିତ ଆଇପିଏଲ୍‌ରେ ଦ୍ୱିତୀୟ ବିଜୟ ଭେଟି ଦେଇଛନ୍ତି।

ପଞ୍ଜାବ ଦେଇଥିବା ବିଶାଳ ୧୯୬ ରନ୍‌ର ଟାର୍ଗେଟ ପିଛା କରୁଥିବା ଦିଲ୍ଲୀ ବିସ୍ଫୋରକ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ଶିଖର ଧୱନ ଓ ପୃଥ୍ୱୀ ଶ’ ଜବରଦସ୍ତ ବ୍ୟାଟିଂ କରିଥିଲେ। ବିଶେଷ କରି ଶ’ଙ୍କ ବ୍ୟାଟରୁ ରନ୍‌ ବର୍ଷା ହୋଇଥିଲା। ଉଭୟ ପ୍ରଥମ ୱିକେଟ ପାଇଁ ୫.୩ ଓଭର୍‌ରେ ୫୯ ରନ୍‌ ଯୋଡ଼ିଥିଲେ। ଏହି ୫୯ ରନ୍‌ରୁ ଶ’ ଏକାକୀ ୧୭ ବଲ୍‌ରେ ୩୨ ରନ୍‌ କରିଥିଲେ।

ଅର୍ଶଦୀପ ସିଂହଙ୍କ ବଲ୍‌ରେ ଶ’ ଆଉଟ ହେବା ପରେ ଧୱନ ନିଜର ଯାଦୁ ଦେଖାଇଥିଲେ। ତାଙ୍କୁ କିଛି ସମୟ ପାଇଁ ଚଳିତ ଆଇପିଏଲ୍‌ରେ ଦିଲ୍ଲୀ ପକ୍ଷରୁ ଡେବ୍ୟୁ କରିଥିବା ଷ୍ଟିଭ ସ୍ମଥ ଭରପୂର ସହଯୋଗ କରିଥିଲେ। ସ୍ମିଥ ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ଧୱନ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୧୦୭ ଥିବା ବେଳେ ସ୍ମିଥ ୯ ରନ୍‌ କରି ଆଉଟ ହୋଇଥିଲେ। ସ୍ମିଥ ଆଉଟ ହୋଇଥିଲେ ହେଁ ଧୱନଙ୍କ ବ୍ୟାଟିଂ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା।

ସେ ଅଧିନାୟକ ପନ୍ତଙ୍କ ସହ ମିଶି ତୃତୀୟ ୱିକେଟ ପାଇଁ ୪୫ ରନ୍‌ ଯୋଡ଼ିଥିଲେ। ବିଶେଷ କରି ରିଲେ ମେରିଡିଥଙ୍କୁ ଲଗାତର ୩ଟି ଚୌକା ମାରି ଧୱନ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ତେବେ ଆଇପିଏଲ୍‌ରେ ଆଉ ଏକ ଶତକ ଅଭିମୁଖେ ଯାଉଥିବା ଧୱନ(୯୨)ଙ୍କୁ କ୍ଲିନବୋଲ୍ଡ କରି ଝାଇ ରିଚାର୍ଡସନ କିଛିଟା ଆଶା ସଞ୍ଚାର କରିଥିଲେ।

ଧୱନ ତାଙ୍କର ୯୨ ରନ୍‌ର ଇନିଂସ୍‌ରେ ୧୩ଟି ଚୌକା ଓ ୨ଟି ଛକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପନ୍ତ ୧୫ ରନ୍‌ କରି ଆଉଟ ହୋଇଥିବା ବେଳେ ମାର୍କସ ଷ୍ଟୋଇନିସ୍‌ ଶେଷ ଯାଏ ୧୩ ବଲ୍‌ରେ ୨୭ ରନ୍‌ କରି ଅପରାଜିତ ଥିଲେ। ଯୁବ ତାରକା ଲଳିତ ଯାଦବ ୬ ବଲ୍‌ରେ ୧୨ ରନ୍‌ କରି ଷ୍ଟୋଇନିସ୍‌ଙ୍କ ସହ ଶେଷ ଯାଏ ଅପରାଜିତ ରହିଥିଲେ।

ପଞ୍ଜାବ ପକ୍ଷରୁ ରାଚାର୍ଡସନ ୨ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ଓ ମେରିଡିଥ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।
ଏହାପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ ଅଧିନାୟକ କେଏଲ ରାହୁଲଙ୍କ ୬୧ ଓ ମୟଙ୍କ ଅଗ୍ରୱାଲଙ୍କ ବିସ୍ଫୋରକ ୬୯ ରନ୍‌ ବଳରେ ୫ ୱିକେଟ ହରାଇ ୧୯୫ ରନ୍‌ କରିଥିଲା।

The post ବିଶାଳ ଟାର୍ଗେଟକୁ ଅତି ସହଜରେ ହାସଲ କରିନେଲା ଦିଲ୍ଲୀ, ତୃତୀୟକୁ ଖସିଲା ମୁମ୍ବାଇ appeared first on Odisha Reporter.



from Odisha Reporter https://ift.tt/3n32o9h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages