ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମଣରେ ଲାଗୁନି ବ୍ରେକ। ଉପର ମୁହାଁ ରହିଛି କରୋନା ଗ୍ରାଫ୍। ସବୁଠୁ ଅଧିକ ଚିନ୍ତାଜନକ ରହିଛି ରାଜଧାନୀ ଦିଲ୍ଲୀର ସ୍ଥିତି। ଏଠାରେ ମହାମାରୀର ପ୍ରକୋପ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ଲକଡାଉନ୍ ଲାଗୁ କରାଯାଇଛି। ତେବେ ଏହି ଲକଡାଉନ୍ ଅବଧି ଆଉ ୭ ଦିନ ବଢ଼ାଇବା ନେଇ ଦିଲ୍ଲୀ ସରକାର ଚିନ୍ତା କରୁଥିବା ଏକ ସୂତ୍ରରୁ ଜଣାପଡିଛି। ଏନେଇ ଆଜି ଦିଲ୍ଲୀ ‘ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ ଆଦେଶନାମା ଜାରି କରିପାରେ।
ସୂଚନା ମୁତାବକ, ଦିଲ୍ଲୀରେ ବର୍ତ୍ତମାନ କରୋନା ପଜିଟିଭ ରେଟ୍ ୩୨ ପ୍ରତିଶତ ଉପରେ ରହିଛି । ଏହାସହ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଓ ବେଡ୍ ସଙ୍କଟ ଦେଖାଦେଇଛି । ଏହାକୁ ନଜରରେ ରଖି ସରକାର ଲକଡାଉନ୍ ବଢାଇବାକୁ ଚିନ୍ତା କରୁଛନ୍ତି । କାରଣ ଲକଡାଉନ୍ ଛଡା ସଂକ୍ରମଣ ରୋକିବାକୁ ସରକାରଙ୍କ ହାତରେ ଅନ୍ୟ କୌଣସି ବିକଳ୍ପ ନାହିଁ ।
ସୂଚନାଯୋଗ୍ୟ, ଏପ୍ରିଲ ୧୯ ତାରିଖ ରାତି ୧୦ଟାରୁ ଦିଲ୍ଲୀରେ ଲକଡାଉନ୍ ଲାଗୁ ହୋଇଥିଲା । ଯାହାର ଅବଦ୍ଧି ଏପ୍ରିଲ ୨୬ ତାରିଖ ସକାଳ ୫ଟାରେ ଶେଷ ହେବାକୁ ଯାଉଛି । ତେବେ ଲକଡାଉନ୍ ଅବଧି ସରିବା ପୂର୍ବରୁ ରବିବାର ଦିଲ୍ଲୀ ସରକାର ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ।
ଦିଲ୍ଲୀରେ ଥିବା ଉନ୍ନତ ହସ୍ପିଟାଲ୍ ସବୁ ଅକ୍ସିଜେନ ଅବାବ ସଂକ୍ରାନ୍ତରେ ‘ଏସ୍ଓଏସ୍ ମେସେଜ୍’ ପଠାଇ ଚାଲିଥିବା ବେଳେ ଗତ ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଟୁଇଟ୍ କରି ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ। ଯଦି କାହା ପାଖରେ ବଳକା ଅକ୍ସିଜେନ ମହଜୁଦ ଅଛି, ତେବେ ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ ବୋଲି ସେ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ।
ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩୫୭ଜଣ କୋଭିଡ୍-୧୯ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଦିନକ ମଧ୍ୟରେ ଏହି ମୃତ୍ୟୁସଂଖ୍ୟା ହେଉଛି ଦିଲ୍ଲୀ ପାଇଁ ସର୍ବାଧିକ। ଏହାଛଡ଼ା, ଦିଲ୍ଲୀରେ ୨୪୦୦୦ରୁ ଅଧିକ ଦୈନିକ ସଂକ୍ରମଣ ମାମଲା ମଧ୍ୟ ରେକର୍ଡ ହୋଇଛି।
The post ରାଜଧାନୀରେ ଆଉ ସପ୍ତାହେ ବଢ଼ିବ ଲକ୍ଡାଉନ୍! appeared first on Odisha Reporter.
from Odisha Reporter https://ift.tt/3etkI7M
No comments:
Post a Comment