ଡରାଇ ପାରୁନି ମହାମାରୀ; କୋଭିଡ଼ ୱାର୍ଡରେ ବି ପାଠପଢ଼ାରେ ମଜ୍ଜିଗଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 28, 2021

ଡରାଇ ପାରୁନି ମହାମାରୀ; କୋଭିଡ଼ ୱାର୍ଡରେ ବି ପାଠପଢ଼ାରେ ମଜ୍ଜିଗଲେ ଯୁବକ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କୋଭିଡ ୱାର୍ଡ କଥା ଭାବିଲେ ଛାତି ଥରହର ହୋଇଯାଏ। ଅନ୍ୟମାନଙ୍କ ଅବସ୍ଥା ଦେଖି ମନରେ ଛନକା ପଶିଯାଏ। କାଳେ କ’ଣ ହୋଇଯିବ ବି ଭାବି ଭାବି ଆଖିରୁ ନିଦ ହଜିଯାଏ। କିନ୍ତୁ ବ୍ରହ୍ମପୁରର ଏକ କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ଯୁବକଙ୍କୁ ଦେଖିଲେ ଏସବୁ ଧାରଣା ଭୁଲ ବୋଲି ମନକୁ ଭାବନା ଆସିବା ସ୍ୱାଭାବିକ।

ପଜିଟିଭ ରୋଗୀଙ୍କ ଦ୍ୱାରା ଭର୍ତ୍ତି ଏକ  ୱାର୍ଡରେ କିନ୍ତୁ ଅବିଚଳିତ ଭାବେ ଜଣେ କରୋନା ଆକ୍ରାନ୍ତ ଯୁବକ ନିଜ ବହିରେ ହଜି ଯାଇଥିଲେ। ଚାରିପାଖର ଦୃଶ୍ୟ ତାଙ୍କୁ ବ୍ୟସ୍ତ, ବିବ୍ରତ କରିପାରୁ ନ ଥିଲା। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉକ୍ତ ହସ୍ପିଟାଲକୁ ପରିଦର୍ଶନରେ ଯାଇଥିବା ବେଳେ ଏହା ତାଙ୍କ ନଜରରେ ପଡ଼ିଥିଲା।

ଜିଲ୍ଲାପାଳ ଯୁବକଙ୍କ ସହ କଥା ହେବା ପରେ ପାଠପଢ଼ା ପ୍ରତି ତାଙ୍କ ଉତ୍ସର୍ଗୀକୃତ ମନୋଭାବକୁ ଦେଖି ବେଶ୍‌  ପ୍ରଶଂସା ବି କରିଥିଲେ। କେବଳ ନିଜ ଉପରେ ବିଶ୍ୱାସ ରଖିଲେ ସଫଳତା ମିଳି ନ ଥାଏ, ଏଥିଲାଗି ଦରକାର ଡେଡିକେସନ  ଯାହାକି ଯୁବକଜଣକ ପ୍ରମାଣିତ କରି ଦେଖାଇଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ।

ଯୁବକ ଜଣକ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଚାଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷା ପାଇଁ ଚଳାଇଛନ୍ତି ପ୍ରସ୍ତୁତି । ମେଡିକାଲ ବେଡ୍‌ରେ ବହି ଧରି ପଢୁଛନ୍ତି ପାଠ । କୋଭିଡ୍ ମେଡିକାଲ ପରିଦର୍ଶନ ବେଳେ ଏହା ଦେଖି ଯୁବକଙ୍କୁ ପ୍ରଶଂସା କରିବା ସହ  ସଫଳତା ପାଇଁ  ନିଜକୁ ଉତ୍ସର୍ଗ କରିବା ଦରକାର ବୋଲି କହିଛନ୍ତି ଜିଲ୍ଲାପାଳ । କୌଣସି ଜିନିଷରେ ହଜିଗଲେ ଦେହର ଯନ୍ତ୍ରଣା ବି ତୁଚ୍ଛ ମନେ ହୁଏ। ଏହାପରେ ସଫଳତା ଏକମାତ୍ର ଔପଚାରିକତା ବୋଲି ଟ୍ୱିଟ୍ କରିଛନ୍ତି ଜିଲ୍ଲାପାଳ।

The post ଡରାଇ ପାରୁନି ମହାମାରୀ; କୋଭିଡ଼ ୱାର୍ଡରେ ବି ପାଠପଢ଼ାରେ ମଜ୍ଜିଗଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/2SdBHn9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages