କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲେ ରିଲାଏନ୍ସ, ଟାଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 28, 2021

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲେ ରିଲାଏନ୍ସ, ଟାଟା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ଭିତ୍ତିଭୂମୀ ଠିକ୍ ନଥିବାରୁ ଅନେକ ଲୋକଙ୍କ ଚିକିତ୍ସା ହସ୍ପିଟାଲ ବାରଣ୍ଡାରେ ମଧ୍ୟ ହେଉଥିବାର ନଜିର ରହିଛି। ଏହାରି ଭିତରେ ଦେଶରେ ବିଭିନ୍ନ କର୍ପୋରେଟ୍ ହାଉସ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି। ରିଲାଏନ୍ସ ଓ ଟାଟା ଭଳି ଦେଶର ବଡ଼ ବଡ଼ କର୍ପୋରେଟ୍ ହାଉସ ଏବେ ଏଭଳି କାମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଅକ୍ସିଜେନ ସମସ୍ୟାକୁ ଦୂର କରିବା ପାଇଁ ପ୍ରଥମେ ମୁକେଶ ଅମ୍ବାନୀ ପଦକ୍ଷେପ ନେଇଥିଲେ ଏବେ ରିଲାଏନ୍ସ ଫାଉଣ୍ଡେସନ ୧୦୦୦ ବେଡ୍ ବିଶିଷ୍ଟ କୋଭିଡ ହସ୍ପିଟାଲ ତିଆରି କରିବ ବୋଲି କହିଛି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ହେବାରୁ ଥିବା ଏହି ହସ୍ପିଟାଲ ଗୁଜୁରାଟର ଜାମନଗରରେ ହେବ। ଯେଉଁଠି ୧୦୦୦ ବେଡ୍ ସହିତ ଅକ୍ସିଜେନ ମଧ୍ୟ ଉପଲବ୍ଧ ରହିବ। ଆଉ ଦେଶର ଏହି ଅଗ୍ରଣୀ କମ୍ପାନୀ ଲୋକଙ୍କୁ ମାଗଣାରେ ସେବା ଯୋଗାଇବ ବୋଲି କହିଛି।

ରିଲାଏନ୍ସ ଫାଉଣ୍ଡେସନ କହିଛି ଯେ ଜାମନଗରର ସରକାରୀ ଡେଣ୍ଟାଲ କଲେଜ ଏବଂ ହସ୍ପିଟାଲ କ୍ୟାମ୍ପସରେ ସପ୍ତାହେ ମଧ୍ୟରେ ୪୦୦ ବେଡ୍ ବିଶିଷ୍ଟ କୋଭିଡ କେୟାର ସେଣ୍ଟର ତିଆରି କରାଯିବ। ଏହା ପରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଜାମନଗରର ଅନ୍ୟ ଏକ ସ୍ଥାନରେ କମ୍ପାନୀ ନିଜେ ୬୦୦ ବେଡ୍ ବିଶିଷ୍ଟ ଏକ କୋଭିଡ୍ କେୟାର ସେଣ୍ଟର ତିଆରି କରିବ।

ସେହିଭଲି ଟାଟା ଗ୍ରୁପର ଟାଟା ଷ୍ଟିଲ୍ ଏବେ ହସ୍ପିଟାଲ ଗୁଡ଼ିକୁ ଅକ୍ସିଜେନ ଯୋଗାଉଛି। ଦିନକୁ ୮୦୦ ଟନ୍ ଏବେ ଅକ୍ସିଜେନ ଯୋଗାଉଛି। ଟାଟା ଷ୍ଟିଲ ଟ୍ୱିଟ କରି କହିଛି ଯେ ଟାଟା ଷ୍ଟିଲ ଲିକ୍ୟୁଡ୍ ଅକ୍ସିଜେନ ଯୋଗାଣକୁ ଦିନକୁ ୮୦୦ ଟନକୁ ବୃଦ୍ଧି କରିଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହ ମିଶି କମ୍ପାନୀ କାମ କରୁଛି। ଆଉ ଆବଶ୍ୟକ ଅକ୍ସିଜେନ ଚାହିଦାକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛି। ଦେଶରେ ଯେଉଁଭଳି ଅକ୍ସିଜେନ ଅଭାବ ପାଇଁ ଲୋକମାନେ ମୃତ୍ୟୁ ବରଣ କରିବେ ନାହିଁ ସେ ଦିଗରେ ଉଦ୍ୟମ ଜାରି ରଖିଛି ବୋଲି କମ୍ପାନୀ କହିଛି।

The post କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲେ ରିଲାଏନ୍ସ, ଟାଟା appeared first on Odisha Reporter.



from Odisha Reporter https://ift.tt/2QwSb9x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages