ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁତୁ ହୁତୁ ହୋଇ ବଢ଼ି ଚାଲିଛି। ସଂକ୍ରମଣର ସ୍ପିଡରେ ବ୍ରେକ ଲଗାଇବାକୁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏବେ ଅଣ୍ଟା ଭିଡ଼ିଛନ୍ତି ବିଭିନ୍ନ ବ୍ୟବସାୟୀ ସଂଘ। ଦୋକାନ ବଜାରରେ ଗହଳି ଯୋଗୁ ସଂକ୍ରମଣ ଅଧିକ ବ୍ୟାପୁଥିବା କୁହାଯାଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଆଜିଠୁ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବେ ବିଭିନ୍ନ ଜିଲ୍ଲାର ବ୍ୟବସାୟୀ ସଂଘ।
ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଆଜିଠୁ ଦିନ ୨ଟାରୁ ପରଦିନ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରହିବ। ଏନେଇ ଜିଲ୍ଲା ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ନିଷ୍ପତ୍ତି ନେଇଛି । ସଂଘ ପକ୍ଷରୁ ଆସନ୍ତା ୧୦ ଦିନ ଯାଏଁ ଏଭଳି କଟକଣା ପାଳିବାକୁ ନିଷ୍ପତ୍ତି ହୋଇଥିବା ବେଳେ, ଏହାକୁ ଆସନ୍ତା ମାସ ୯ ତାରିଖ ଯାଏ ବଳବତ୍ତର ରଖିବାକୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ । ବ୍ୟବସାୟୀ ସଂଘର ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଜନସାଧାରଣଙ୍କୁ ଏଥିରେ ସହଯୋଗ କରିବାକୁ ମଧ୍ୟ ଅପିଲ୍ କରିଛି ଜିଲ୍ଲା ପ୍ରଶାସନ ।
ପୁରୀ ସହରରେ ମଧ୍ୟ ଆଜିଠାରୁ ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ବ୍ୟବସାୟୀ ସଂଘ ଏବଂ ପୁରୀ ଡିଷ୍ଟ୍ରିବୁ୍ୟଟର୍ସ ଓ ଟ୍ରେଡର୍ ସଂଘ ।
ସମ୍ବଲପୁରରେ ଆଜିଠାରୁ ସକାଳ ୭ରୁ ଅପରାହ୍ଣ ୨ଟା ଯାଏଁ ଦୋକାନ ବଜାର ଖୋଲା ରହିବ ବୋଲି ସମ୍ବଲପୁର ଚାମ୍ବର୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି ।
ସେପଟେ କଳାହାଣ୍ଡି ବଣିକ ସଂଘ ମଧ୍ୟ ପୂରା ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ବାକି ସବୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ପନିପରିବା, କ୍ଷୀର ଓ ଫଳ ଦୋକାନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ କେବଳ ଦିନ ୧୦ଟା ଯାଏଁ ଖୋଲା ରହିବ ।
The post ସଂକ୍ରମଣର ସ୍ପିଡରେ ଲାଗିବ ବ୍ରେକ୍, ଅଣ୍ଟା ଭିଡ଼ିଲା ବ୍ୟବସାୟୀ ସଂଘ appeared first on Odisha Reporter.
from Odisha Reporter https://ift.tt/32UtXIO
No comments:
Post a Comment