ରେମଡେସିଭିର ରପ୍ତାନୀ ଉପରେ ରୋକ୍ ଲଗାଇଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 11, 2021

ରେମଡେସିଭିର ରପ୍ତାନୀ ଉପରେ ରୋକ୍ ଲଗାଇଲେ ସରକାର

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରବିବାର କେନ୍ଦ୍ର ସରକାର ରେମଡେସିଭିର ଇଞ୍ଜେକ୍ସନ୍ ଏବଂ ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍ ଇନଗ୍ରିଡିଏଣ୍ଟସ (API) ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି। କରୋନା ଚିକିତ୍ସାରେ ଏହି ରେମଡେସିଭି ଇଞ୍ଜେକସନ ମଧ୍ୟ ବ୍ୟବହାର ହୁଏ। ଏହି  ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି ଯେ କୋଭିଡ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ରେମଡେସିଭିର ଚାହିଦା ହଠାତ୍ ବୃଦ୍ଧି ପାଇବା ପରେ ଏହି ପଦକ୍ଷେପ ନିଆଯାଇଛି। ଦେଶରେ କରୋନା ଭାଇରସ ମାମଲା ବୃଦ୍ଧି ପାଉଛି ଏବଂ ରବିବାର ଭାରତରେ ସକ୍ରିୟ କୋଭିଡ ମାମଲା ୧୧.୮ ଲକ୍ଷରେ ପହଞ୍ଚିଛି।

ଆମେରିକାର ଗିଲିଆଡ୍ ସାଇନ୍ସେସ୍ ସହିତ ସାତୋଟି ଭାରତୀୟ କମ୍ପାନୀ ଏକ ଚୁକ୍ତିନାମା କରି ଏହି ଇଞ୍ଜେକ୍ସନ୍ ତିଆରି କରୁଛନ୍ତି। ପ୍ରତି ମାସରେ ପ୍ରାୟ ୩୮.୮୦ ଲକ୍ଷ ଇଞ୍ଜେକସନ ତିଆରି ହୁଏ। ଏହା ବ୍ୟତୀତ ହସ୍ପିଟାଲ ଏବଂ ରୋଗୀ ମାନେ କିଭଳି ସହଜରେ ଏହି ରେମଡେସିଭି ପାଇ ପାରିବେ ସେ ନେଇ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ଏବୋଲା ଭଳି ରୋଗ ପାଇଁ ଏହି ରେମଡେସିଭି ବହୁତ ଉପକାରୀ।

ଏହି ରେମଡେସିଭି ପ୍ରସ୍ତୁତ କରୁଥିବା ସମସ୍ତ କମ୍ପାନୀକୁ ସେମାନଙ୍କ ୱେବସାଇଟରେ ଷ୍ଟକ୍ ଏବଂ ବିତରକମାନଙ୍କ ବିଷୟରେ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ଏଭଳି ହେଲେ ବେଆଇନ କାରବାର ଉପରେ ରୋକ୍ ଲାଗି ପାରିବ।

ମନ୍ତ୍ରଣାଳୟ କହିଛି ଯେ ଏଥିପାଇଁ ଡ୍ରଗ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଷ୍ଟକ୍ ଯାଞ୍ଚ ଏବଂ ତ୍ରୁଟି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ହୋର୍ଡିଂ ଏବଂ ବ୍ଲାକ୍ ମାର୍କେଟିଂକୁ ରୋକିବା ପାଇଁ ଅନ୍ୟାନ୍ୟ ପ୍ରଭାବଶାଳୀ ପଦକ୍ଷେପ ମଧ୍ୟ ନିଆଯାଉଛି | ବିବୃତ୍ତି ଅନୁଯାୟୀ, ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏହାକୁ ସମ୍ପୃକ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଡ୍ରଗ ଇନ୍ସପେକ୍ଟରଙ୍କ ସହ ସମୀକ୍ଷା କରିବେ। ଘରୋଇ ଉତ୍ପାଦକମାନଙ୍କ ସହିତ ଫାର୍ମାସ୍ୟୁଟିକାଲ୍ସ ବିଭାଗ ଏହି ଇଞ୍ଜେକ୍ସନ ଉତ୍ପାଦନକୁ ପ୍ରୋତ୍ସାହିତ କରୁଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ଏହି ରେମଡେସିଭି ବାବଦରେ ସମସ୍ତ ଡାକ୍ତରଖାନାକୁ ଯୋଗାଯୋଗ କରାଯିବା ଉଚିତ। ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ମନିଟରିଂ କରାଯିବା ଉଚିତ।

The post ରେମଡେସିଭିର ରପ୍ତାନୀ ଉପରେ ରୋକ୍ ଲଗାଇଲେ ସରକାର appeared first on Odisha Reporter.



from Odisha Reporter https://ift.tt/2RtmYUL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages