୨୧ ଏପ୍ରିଲ, ବୁଧବାର: ବିପରୀତ ପରିସ୍ଥିତିର ସାମ୍ନା କରିପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

୨୧ ଏପ୍ରିଲ, ବୁଧବାର: ବିପରୀତ ପରିସ୍ଥିତିର ସାମ୍ନା କରିପାରନ୍ତି

ମେଷ: ପାରିବାରିକ ସ୍ଥିତି ସନ୍ତୋଷଜନକ ହେବ। କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେବ। ନିର୍ମାଣମୂଳକ ଯୋଜନାରେ ଆଗେଇ ପାରିବେ। ପ୍ରତିକାର- ଅସହାୟଙ୍କୁ ଦାନ କରନ୍ତୁ।

ବୃଷ: ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଯୋଜନା ପ୍ରସ୍ତୁତ କରିବେ। ପ୍ରତିକାର-ମା’ଙ୍କୁ ପ୍ରଣାମ କରନ୍ତୁ।   

ମିଥୁନ: ବ୍ୟବସାୟରେ ଆୟର ପନ୍ଥା ସହଜ ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ୱ ଦେଇ କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ। ପାରିବାରିକ ସୁଖ ମିଳିବା ସହିତ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ପ୍ରତିକାର- ପାଖରେ ଦୂବ ଘାସ ରଖି ଯାତ୍ରା କରନ୍ତୁ ।

କର୍କଟ: ଛାତ୍ରଛାତ୍ରୀଙ୍କୁ କଳାକ୍ଷେତ୍ରରେ ପ୍ରଶଂସା ମିଳିବ। ବ୍ୟବସାୟରେ ଆର୍ଥିକ ସହାୟତାରେ ଉଚିତ୍ ଲାଭ ପ୍ରାପ୍ତ ହେବ। ପ୍ରିୟଜନ ଓ ପରିବାର ସହସ୍ୟ ଆପଣଙ୍କର ନିକଟତର ହେବେ। ପ୍ରତିକାର- ମଥାରେ ଶ୍ୱେତ ଚନ୍ଦନ ଧାରଣ କରନ୍ତୁ ।

ସିଂହ: ପାରିବାରକ ଜୀବନ ସୁଖମୟ ରହିବ। ଦୂରସ୍ଥାନକୁ ଭ୍ରମଣ କରିବା ଦ୍ୱାରା ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପ୍ରତିକାର- ବେଲ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ।

କନ୍ୟା: ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ପରିଶ୍ରମ ଫଳରେ ଆଶାତୀତ ଲାଭ ପାଇବେ। ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ବାହାରି ପଡିବେ। ପ୍ରାଇଭେଟ୍ ଚାକିରି କରିଥିବା ବ୍ୟକ୍ତିମାନେ କର୍ମରେ ଖୁସି ଅନୁଭବ କରିବେ। ପ୍ରତିକାର- ଗ୍ରାମଦେବୀଙ୍କ ପାଖର ଘିଅ ଦ୍ୱୀପ ଜାଳନ୍ତୁ ।

ତୁଳା: ମନରେ ଅଯଥା ବୃଥା ଚିନ୍ତା କରିବେ। କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ମିଳିବା ସହିତ ପାରିବାରିକ ସମସ୍ୟାର ସମାଧାନ ହେବ। ବୃତ୍ତିଗତ ଦୃଷ୍ଟିରୁ  ସ୍ୱାଭିମାନ ସୁରକ୍ଷିତ ରହିବ। ସାବଧାନତାର ସହ  ଯାନବାହାନ ଚଳାନ୍ତୁ। ପ୍ରତିକାର- ଓସ୍ତଗଛ ମୂଳରେ ଜଳ ଅର୍ପଣ କରନ୍ତୁ।

ବିଛା: କର୍ମକ୍ଷେତ୍ରରେ ମାନ ସମ୍ନାନ ହାନି ହେବ, ବନ୍ଧୁବାନ୍ଧବ ସାହାଯ୍ୟ କରିବେ ନାହିଁ। କୌଣସି ଶୁଭକାର୍ଯ୍ୟ କରିବାକୁ ଆୟୋଜନ କରିପାରନ୍ତି। ଶତ୍ରୁ ବା ବିରୋଧୀ ଯେତେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ । ପ୍ରତିକାର- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ଧନୁ: ମନରେ କୌଣସି ସମସ୍ୟାକୁ ନେଇ ଆଘାତ ଲାଗିବ। ଅନେକ ବିପରୀତ ପରିସ୍ଥିତିର ସାମ୍ନା କରିପାରନ୍ତି। ଅପରାହ୍ନରେ ନୂଆ ବନ୍ଧୁଙ୍କ ସହିତ ବନ୍ଧୁତ୍ୱ ସ୍ଥାପନା କରିବେ ଏବଂ ସୁସ୍ୱାଦୁ ଭୋଜନ କରିବେ। ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ ।

ମକର: ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। କର୍ମକ୍ଷେତ୍ରରେ ସ୍ଥିତି ସନ୍ତୋଷ ଜନକ ରହିବ ଏବଂ ନୂତନ ବସ୍ତୁ ଘର ପାଇଁ କ୍ରୟ କରିବେ। ପ୍ରତିକାର- ଗରିବ ଲୋକଙ୍କୁ ଖାଦ୍ୟ ଦିଅନ୍ତୁ।

କୁମ୍ଭ: କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶାତୀତ ଲାଭ ପାଇବେ। ଆର୍ଥିକ ସ୍ଥିତି ସୁଧୁରିଯିବ ଓ ଶାରୀରିକ କଷ୍ଟ ଦୂର ହେବ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମୀନ: ନିର୍ମାଣମୂଳକ ଯୋଜନାରେ ଆଗେଇପାରିବେ । ପୂଜା କାର୍ଯ୍ୟରେ ଅଧିକ ସମୟ ଦେବେ। ପାରିବାରିକ ସ୍ଥିତି ସନ୍ତୋଷଜନକ ହେବ, ପିଲାମାନଙ୍କ କାର୍ଯ୍ୟରେ ବାପାମା’ ଖୁସି ଅନୁଭବ କରିବେ। ପ୍ରତିକାର- ପାଖରେ ଖଣ୍ଡ ହଳଦୀ ରଖି ଯାତ୍ରା କରନ୍ତୁ।

The post ୨୧ ଏପ୍ରିଲ, ବୁଧବାର: ବିପରୀତ ପରିସ୍ଥିତିର ସାମ୍ନା କରିପାରନ୍ତି appeared first on Odisha Reporter.



from Odisha Reporter https://ift.tt/3n2QOLu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages