ମେହବୁବା ମୁଫତିଙ୍କ ମା’ଙ୍କୁ ସମନ କଲା ଇଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 8, 2021

ମେହବୁବା ମୁଫତିଙ୍କ ମା’ଙ୍କୁ ସମନ କଲା ଇଡ଼ି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଏବେ ଅଡୁଆରେ ପଡ଼ିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ମା’। ଏପ୍ରିଲ ୧୫ରେ ଇଡି ଅଫିସରେ ହାଜର ହେବାକୁ ମୁଫତିଙ୍କ ମା ଗୁଲଶନ ନାଜିରଙ୍କୁ କୁହାଯାଇଛି। ଏହାପୂର୍ବରୁ ମାର୍ଚ୍ଚ ୨୫ରେ ଶ୍ରୀନଗରରେ ପିଡିପି ସଭାପତି ମେହବୁବା ମୁଫତିଙ୍କୁ ଜେରା କରାଯାଇଥିଲା। ଇଡି ନୋଟିସ ପଠାଇବା ପରେ ପିଡିପି କହିଛି ରାଜନୀତିକ ଉଦ୍ଦେଶ୍ୟ ରଖି ମେହବୁବା ମୁଫତିଙ୍କୁ ହଇରାଣ କରାଯାଉଛି।

ନାଜିର ହେଉଛନ୍ତି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ପତ୍ନୀ। ନିକଟରେ ମେହବୁବା ମୁଫତିଙ୍କ ସହଯୋଗୀଙ୍କ ଘରେ ଇଡି ରେଡ୍ କରିଥିଲା। ଆଉ ଏହି ସମୟରେ ଦୁଇଟି ଡାଏରୀ ପାଇଛି ଇଡି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ମେହବୁବା ମୁଫତି ସିଏମ ଫଣ୍ଡରୁ କିଛି ଟଙ୍କା ବ୍ୟକ୍ତିଗତ ଖର୍ଚ୍ଚରେ ଲଗାଇଛନ୍ତି। ଆଉ ଏହି ଟଙ୍କା ତାଙ୍କ ମା ନାଜିରଙ୍କ ଆକାଉଣ୍ଟକୁ ଯାଇଥିବା ଜବତ ଡାଏରୀରୁ ଇଡି ଜାଣିବାକୁ ପାଇଛି।

ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଇଡି ଏବେ ଅପରାଧିକ ମାମଲା ରୁଜୁ କରିଛି। ଏହି ଡାଏରୀରେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ପାଣ୍ଠିରୁ କିଛି ଦେୟ ରହିଛି ଯାହା ନିୟମ ବିରୁଦ୍ଧରେ। ଜମ୍ମୁ କାଶ୍ମୀରରେ ମେହବୁବା ମୁଫତିଙ୍କ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଏହି ଅର୍ଥ ଅନ୍ୟ ଉଦ୍ଦେଶ୍ୟରେ ହସ୍ତାନ୍ତର କରାଯାଇଥିବା ଅଭିଯୋଗ ହୋଇଛି।

ତେବେ ପିଡିପି ମୁଖପାତ୍ର କହିଛନ୍ତି, ଲୋକଙ୍କ ସ୍ୱରକୁ ଚପାଇବା ପାଇଁ ଏହା ଏକ ପ୍ରୟାସ। ଏହା ପୂର୍ବରୁ ଇଡି ପଚରାଉଚରା କରିବା ପରେ ମେହବୁବା ମୁଫତି କହିଥିଲେ ଏନଆଇଏ, ସିବିଆଇ ଏବଂ ଇଡି ଭଳି ତଦନ୍ତକାରୀ ସଂସ୍ଥା ବିରୋଧୀଙ୍କୁ ଚୁପ୍ କରିବା ପାଇଁ ‘ଅପବ୍ୟବହାର’ କରାଯାଉଛି।

ନିକଟରେ ନାଜିର ଏବଂ ମୁଫତିଙ୍କ ପାସପୋର୍ଟ ଆବେଦନକୁ ଜମ୍ମୁ କଶ୍ମୀର ସିଆଇଡି ରିପୋର୍ଟ ଆଧାରରେ ଖାରଜ ହୋଇଥିଲା। ସିଆଇଡିର ରିପୋର୍ଟକୁ ଆଧାର କରି ପାସପୋର୍ଟ ଅଫିସ ଏଭଳି କରିଥିବା ମେହବୁବା ମୁଫତି କହିଛନ୍ତି। ଜଣେ ପୂର୍ବତନ ମନ୍ତ୍ରୀର ସାର୍ବଭୈମତ୍ୱ ପ୍ରତି ଏହା ବିପଦ ବୋଲି ମୁଫତି କହିଛନ୍ତି।

ସୂଚନାଯୋଗ୍ୟ ଅଗଷ୍ଟ ୨୦୧୯ ଠାରୁ ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହୋଇଛି। ଏହାପରେ ଅନେକ ନେତାଙ୍କୁ ସରକାର ପାଖାପାଖି ବର୍ଷେ ହେବ ଗୃହବନ୍ଦୀ କରି ରଖିଥିଲେ। ଏବେ ଖଲାସ ହୋଇଥିଲେ ମଧ୍ୟ ଅନେକ କଟକଣା ଏହି ନେତାଙ୍କ ଉପରେ ରଖିଛି ପ୍ରଶାସନ।

The post ମେହବୁବା ମୁଫତିଙ୍କ ମା’ଙ୍କୁ ସମନ କଲା ଇଡ଼ି appeared first on Odisha Reporter.



from Odisha Reporter https://ift.tt/39YJXgS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages