ଅକ୍ସିଜେନ ଜାତୀୟ ଆବଶ୍ୟକତା, ବେଦାନ୍ତର ଷ୍ଟେରଲାଇଟ୍ ପ୍ଲାଣ୍ଟ ଖୋଲିବାକୁ ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 27, 2021

ଅକ୍ସିଜେନ ଜାତୀୟ ଆବଶ୍ୟକତା, ବେଦାନ୍ତର ଷ୍ଟେରଲାଇଟ୍ ପ୍ଲାଣ୍ଟ ଖୋଲିବାକୁ ଅନୁମତି

ଚେନ୍ନାଇ: ଚେନ୍ନାଇରେ ବେଦାନ୍ତର ଷ୍ଟେରଲାଇଟ୍ ପ୍ଲାଣ୍ଟ ଖୋଲିବ। ଦେଶରେ ଅକ୍ସିଜେନର ଅଭାବ ରହିଛି। ଅକ୍ସିଜେନ ଏବେ ଜାତୀୟ ଆବଶ୍ୟକତା ତେଣୁ ଏହି ପ୍ଲାଣ୍ଟ ଏବେ ଅକ୍ସିଜେନ ତିଆରି କରିବ। ସୁପ୍ରିମକୋର୍ଟ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ଏବଂ ବିଭିନ୍ନ କାରଣ ପାଇଁ ବେଦାନ୍ତର ଏହି ପ୍ଲାଣ୍ଟକୁ ୨୦୧୮ରେ ମାଡ୍ରାସ ହାଇକୋର୍ଟ ବନ୍ଦ କରି ଦେଇଥିଲେ। ତାମିଲନାଡୁର ତୁରିକେନରେ ଏହି ପ୍ଲାଣ୍ଟ ରହିଛି।

ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା ଏବଂ ଅନ୍ୟାନ୍ୟ ପକ୍ଷ ମୁହାମୁହିଁ ହୋଇଥିଲେ। କିନ୍ତୁ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ ଶୁଣାଣି କରି କହିଛନ୍ତି, ଆମେ ଏବେ ବିପଦରେ ରହିଛୁ। ତେଣୁ ଏହାକୁ ରାଜନୀତିକ ପ୍ରସଙ୍ଗ କରାଯାଇ ପାରିବନି। ଆମକୁ ଆମ ଦେଶକୁ ସମର୍ଥନ କରିବାକୁ ଯାଇ ଏହି ପ୍ଲାଣ୍ଟ ଖୋଲିବାକୁ ହେବ। ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସଂପୃକ୍ତ କମ୍ପାନୀ ଅକ୍ସିଜେନ ପ୍ଲାଣ୍ଟ ଛଡ଼ା ଆଉ କୌଣସି ପ୍ଲାଣ୍ଟ ଖୋଲିପାରିବେ ନାହିଁ ଜଷ୍ଟିସ ଚନ୍ଦ୍ରଚୁଡ କହିଛନ୍ତି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ପ୍ଲାଣ୍ଟରୁ ଯେଉଁ ଅକ୍ସିଜେନ ତିଆରି ହେବ କମ୍ପାନୀ କେନ୍ଦ୍ରକୁ ଦେବା ଦରକାର। ଏଭଳି ହେଲେ କେନ୍ଦ୍ର ସମସ୍ତ ରାଜ୍ୟକୁ ଆବଶ୍ୟକ ଅନୁଯାୟୀ ଅକ୍ସିଜେନ ବାଣ୍ଟିପାରିବ।

ବେଦାନ୍ତ ପକ୍ଷରୁ ଦେଶରେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ପକ୍ଷ ରଖି କହିଛନ୍ତି, ଏହି କମ୍ପାନୀ ଆବଶ୍ୟକ ଲୋକଙ୍କ ପାଇଁ କେବଳ ଅକ୍ସିଜେନ ତିଆରି କରିବ। ଆଉ କମ୍ପାନୀ ମାଗଣାରେ ଏହି ଅକ୍ସିଜେନ ଦେବ। ଆଗାମୀ ୧୦ ଦିନ ମଧ୍ୟରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେବଳ ଅକ୍ସିଜେନ ପ୍ଲାଣ୍ଟ ଚାଲିବ ପାୱାର ପ୍ଲାଣ୍ଟ ଚାଲିବ ନାହିଁ। କମ୍ପାନୀ ଚାଲିବା ପାଇଁ ରାଜ୍ୟ ସରକାର ବିଦ୍ୟୁତ ଯୋଗାଇ ଦେବେ।

ତେବେ ବରିଷ୍ଠ ଓକିଲ କଲିନ୍ ଗୋନସାଲଭେସ ଷ୍ଟେରଲାଇଟ୍ ଗ୍ୟାସ୍ ଲିକର ଜଣେ ପୀଡିତଙ୍କ ପକ୍ଷ ରଖି କହିଥିଲେ, ଏହି କମ୍ପାନୀ ଜଣେ ଅଭ୍ୟାସଗତ ବେପରୁଆ କମ୍ପାନୀ। ଏହାପରେ ଜଷ୍ଟିସ୍ ଚନ୍ଦ୍ରଚୂଡ କୁହିଛନ୍ତି, ଏବେ ମାଡ୍ରାସ୍ ହାଇକୋର୍ଟଙ୍କ ଅର୍ଡର ବିରୋଧରେ ଶୁଣାଣି କରାଯାଉ ନାହିଁ। ଦେଶକୁ ଅକ୍ସିଜେନର ଆବଶ୍ୟକତା ରହିଛି। ତେଣୁ ଏହି ପ୍ଲାଣ୍ଟକୁ ଚଳାଇବାକୁ ଅନୁମତି ଦିଆଗଲା।

ସୂଚନାଯୋଗ୍ୟ, ସାରା ଦେଶରେ ଅକ୍ସିଜେନରେ ଅଭାବ ମଧ୍ୟ ରହିଛି। ତେଣୁ ଟୁଟିକୋରିନରେ ଥିବା ବେଦାନ୍ତ ଷ୍ଟେରଲାଇଟକୁ ବ୍ୟବହାର କରାଯାଇ ଅକ୍ସିଜେନ ଉତ୍ପାଦନ କରିହେବ। ଯାହାକି କିଛି ଆବଶ୍ୟକତାକୁ ମେଣ୍ଟାଇପାରିବ ବୋଲି ତାମିଲନାଡୁ ସରକାର କହିଥିଲେ। ପରେ ସର୍ବଦଳୀୟ ବୈଠକରେ ସରକାରଙ୍କ ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ।

The post ଅକ୍ସିଜେନ ଜାତୀୟ ଆବଶ୍ୟକତା, ବେଦାନ୍ତର ଷ୍ଟେରଲାଇଟ୍ ପ୍ଲାଣ୍ଟ ଖୋଲିବାକୁ ଅନୁମତି appeared first on Odisha Reporter.



from Odisha Reporter https://ift.tt/3dVIHgN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages