ଯେଉଁଠି ୫୦ ବର୍ଷ ଧରି ଚିକିତ୍ସା କଲେ, ସେଠି ମିଳିଲାନି ଭେଣ୍ଟିଲେଟର, ଆଖି ବୁଜିଲେ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 23, 2021

ଯେଉଁଠି ୫୦ ବର୍ଷ ଧରି ଚିକିତ୍ସା କଲେ, ସେଠି ମିଳିଲାନି ଭେଣ୍ଟିଲେଟର, ଆଖି ବୁଜିଲେ ଡାକ୍ତର

ପ୍ରୟାଗରାଜ: ଯେଉଁ ହସ୍ପିଟାଲରେ ଡାକ୍ତର ଜେକେ ମିଶ୍ର (୮୫) ୫୦ ବର୍ଷ ଧରି ସେବା କଲେ ଏବେ ସେହି ହସ୍ପିଟାଲରେ ଆବଶ୍ୟକ ସେବା ନମିଳିବାରୁ ଆଖି ବୁଜିଛନ୍ତି। ଜେକେ ମିଶ୍ର ଜଣେ ଖ୍ୟାତନାମା ସର୍ଜନ ଥିଲେ। ସେ ୟୁପି ପ୍ରୟାଗରାଜ ସ୍ଥିତ ସ୍ୱରୁପରାନୀ ହସ୍ପିଟାଲରେ ସେବା ଯୋଗାଉଥିଲେ। କରୋନାରେ ସଂକ୍ରମିତ ହେବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଭେଣ୍ଟିଲେଟର ସପୋର୍ଟ ନମିଳିବାରୁ ଶେଷରେ ନିଜର ଡାକ୍ତର ପତ୍ନୀଙ୍କ ଆଗରେ ଆଖି ବୁଜିଛନ୍ତି।

ଦେଶରେ କରୋନା ଏବେ ବେକାବୁ ହୋଇସାରିଛି। ପ୍ରତିଦିନ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ପ୍ରାଣ ହରାଉଛନ୍ତି। ମୁଖ୍ୟତଃ ହସ୍ପିଟାଲରେ ଅକ୍ସିଜେନ, ଭେଣ୍ଟିଲେଟର ଏବଂ ଆଇସିୟୁ ବେଡର ଅଭାବ ଥିବାରୁ ଗମ୍ଭୀର ଭାବରେ ସଂକ୍ରମିତ ହେଉଥିବା ଲୋକ ମୃତ୍ୟୁ ବରଣ କରୁଛନ୍ତି।

ଏପ୍ରିଲ ୧୬ରେ ଜେକେ ମିଶ୍ର କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲେ। ହେଲେ ହସ୍ପିଟାଲରେ ଭେଣ୍ଟିଲେଟର ନଥିଲା। ଜେକେଙ୍କ ସ୍ତ୍ରୀ ରମା ମିଶ୍ର (୮୦) ମଧ୍ୟ ଏହି ହସ୍ପିଟାଲରେ ଜଣେ ଡାକ୍ତର। ହେଲେ ଅଭାବ ଥିବାରୁ ସେ ତାଙ୍କ ସ୍ୱାମୀ ପାଇଁ ଭେଣ୍ଟିଲେଟର ଯୋଗାଡ଼ କରିପାରିନଥିଲେ। ରମା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଡାକ୍ତର ରମା ମିଶ୍ର କହିଛନ୍ତି ଯେ ନିଜେ ଡାକ୍ତର ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାର ସହଯୋଗ କରିପାରିଲିନେ। ଏପ୍ରିଲ ୧୩ରେ ଜେକେ ମିଶ୍ରଙ୍କର ଅକ୍ସିଜେନ୍‌ ସ୍ତର ଲେବୁଲ କମ୍ ହେବାକୁ ଲାଗିଥିଲା। ୧୬ ଏପ୍ରିଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଥିଲା। ଅକ୍ସିଜେନ ସ୍ତର ବଢ଼ାଇବା ପାଇଁ ଆଉ ଏକ ଉପାୟ ଆପଣା ଯାଇଥିଲା। ହେଲେ ତାହା ଫଳପ୍ରଦ ହୋଇନଥିଲା। ଏହାପରେ ଜେକେ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯାଇଥିଲା ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି।

ଜେକେ ମିଶ୍ରଙ୍କ ମୁହଁରୁ କଫ ସହିତ ରକ୍ତ ବାହାରିଥିଲା। ଆଉ ଏହା ଦେଖି ସେ ତାଙ୍କ ସ୍ୱାମୀଙ୍କୁ ଭେଣ୍ଟିଲେଟରକୁ ନେବା ପାଇଁ ସହଯୋଗୀଙ୍କୁ ଚିତ୍କାର ହୋଇ କହିଥିଲେ। ହେଲେ ଡାକ୍ତର କହିଥିଲେ କୌଣସି ଭେଣ୍ଟିଲେଟର ନାହିଁ। ଆଉ ତାଙ୍କ ଆଖି ସାମ୍ନାରେ ଡାକ୍ତର ସ୍ୱାମୀ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ବୋଲି ରମା ମିଶ୍ର କହିଛନ୍ତି।

ସ୍ୱାମୀ ଡାକ୍ତର ଜେକେ ମିଶ୍ରଙ୍କ ମୃତ୍ୟୁ ନେଇ ଡାକ୍ତର ରମା କହିଛନ୍ତି, ତାଙ୍କ ସ୍ୱାମୀଙ୍କର କରୋନାରେ ମୃତ୍ୟୁ ହୋଇନି। ବରଂ ସ୍ୱାସ୍ଥ୍ୟସେବାର ଅଭାବରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି।

The post ଯେଉଁଠି ୫୦ ବର୍ଷ ଧରି ଚିକିତ୍ସା କଲେ, ସେଠି ମିଳିଲାନି ଭେଣ୍ଟିଲେଟର, ଆଖି ବୁଜିଲେ ଡାକ୍ତର appeared first on Odisha Reporter.



from Odisha Reporter https://ift.tt/3aBydB0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages