୧୦ ଦିନରେ ଅମାନିଆଙ୍କଠୁ ୩ କୋଟି ଆଦାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

୧୦ ଦିନରେ ଅମାନିଆଙ୍କଠୁ ୩ କୋଟି ଆଦାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କରୋନା ଆକ୍ରାନ୍ତ ବଢ଼ୁଥିବା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପେଶାଲ୍‌ ଡ୍ରାଇଭ କରିବା ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲା। ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଯାଇ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୦ ଦିନରେ ୨ କୋଟି ୯୮ ଲକ୍ଷ ୨୧ ହଜାର ୯୯୦ ଟଙ୍କା ଆଦାୟ କରିଛି। ରାଜ୍ୟର ଏକ ଲକ୍ଷ ୧୦ ହଜାର ୫୭ ଜଣ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଏହି ରାଶି ଆଦାୟ କରାଯାଇଛି। ମାସ୍କ ନପନ୍ଧିବା ଓ ସାମାଜିକ ଦୂରତା ରକ୍ଷା ନକରିବା ସହ କୋଭିଡ୍ ନିୟମ ଖିଲାପ କରିଥିବାରୁ ଏହି ଜରିମାନା ଆଦାୟ ହୋଇଥିବା ଓଡ଼ିଶା ପୁଲିସ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

କରୋନା କୋପ କମିବା ପରେ ରାଜ୍ୟ ସରକାର କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ବ୍ୟବସାୟୀକ ପ୍ରତିଷ୍ଠାନ ସହ ଅନ୍ୟ ଅନୁଷ୍ଠାନ ଖୋଲିଥିଲା। କିନ୍ତୁ କେତେକ ଅମାନିଆ କରୋନା ଗାଇଡ୍‌ଲାଇନ୍‌କୁ ଖୋଲମ୍‌ଖୋଲା ଉଲ୍ଲଙ୍ଘନ କରିଚାଲିଲେ। ଯାହାଫଳରେ କରୋନା କଡ଼ ଲେଉଟାଇଲା। ଏବେ ପ୍ରତିଦିନ ୩୦୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ୧୦ ଦିନିଆ ସ୍ପେଶାଲ୍‌ ଡ୍ରାଇଭ୍‌ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ପାଳନ କରିବାକୁ ଯାଇ ରାଜ୍ୟୃ ପୁଲିସ ୧୦ ଦିନ ରେ ପାଖାପାଖି ୩ କୋଟି ଟଙ୍କା ଜରିମାନା ଆଦାୟ କରିଛି।

ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ କରୋନା ଭୟଙ୍କର ରୂପ ଧାରଣ କରୁଥିବାରୁ ନାଇଟ୍‌ କର୍ଫ୍ୟୁ ଲଗାଇଛନ୍ତି ରାଜ୍ୟ ସରକାର। ସେଠାରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଛି। କେବଳ କର୍ଫ୍ୟୁ ନୁହେଁ ଏହି ୧୦ ଜିଲ୍ଲାର ସହରାଞ୍ଚଳରେ ସାପ୍ତାହିକ ଦୁଇଦିନ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଛଡ଼ା ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ମଧ୍ୟ ନାଇଟ୍‌ କର୍ଫ୍ୟୁ ଆଜିଠାରୁ ଲାଗୁ ହେଊଛି। ଆଜି ରାତି ୯ଟା ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିବ।

The post ୧୦ ଦିନରେ ଅମାନିଆଙ୍କଠୁ ୩ କୋଟି ଆଦାୟ appeared first on Odisha Reporter.



from Odisha Reporter https://ift.tt/2OWWD0p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages