କାର୍ତ୍ତିକ ଓ କରଣଙ୍କ ସମ୍ପର୍କରେ ଫାଟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

କାର୍ତ୍ତିକ ଓ କରଣଙ୍କ ସମ୍ପର୍କରେ ଫାଟ!

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ ତଥା ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ଓ ଜଣାଶୁଣା ଫିଲ୍ମ ନିର୍ମାତା କରଣ ଜୋହରଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ। ଦୁଇ ଜଣଙ୍କ ଭିତରେ ଥିବା ତିକ୍ତତା ଏବେ ସାମ୍ନାକୁ ଆସିଛି। ଧର୍ମା ପ୍ରଡକ୍ସନର ଅପ୍‌କମିଂ ଫିଲ୍ମ `ଦୋସ୍ତାନା-୨’ରୁ କାର୍ତ୍ତିକଙ୍କୁ ଆଉଟ କରି ଦେଇଛନ୍ତି କରଣ। ଫିଲ୍ମରୁ ବାହାର କରିବା ପରେ ଏବେ ଇନଷ୍ଟାଗ୍ରାମରେ ମଧ୍ୟ କାର୍ତ୍ତିକଙ୍କୁ ଅନ୍‌ଫଲୋ କରିଦେଇଛନ୍ତି କରଣ ଜୋହର। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ ଯେ, କାର୍ତ୍ତିକ ଆର୍ଯ୍ୟନ୍‌ ଅପକମିଂ ଫିଲ୍ମ `ଦୋସ୍ତାନା-୨’ ପାଇଁ ୨୦ ଦିନର ଶୁଟିଂ ପୂରଣ କରିସାରିଥିଲେ। ହେଲେ ତାଙ୍କୁ ଫିଲ୍ମର ସେକେଣ୍ଡ ହାଫର ସ୍କ୍ରିପ୍ଟ ପସନ୍ଦ ଆସୁନଥିଲା। ବାସ୍‌ ଏତିକିରେ ରାଗି ଯାଇଥିଲେ ନିର୍ଦ୍ଦେଶକ କରଣ ଜୋହର। ଏହି ଫିଲ୍ମରୁ କାର୍ତ୍ତିକଙ୍କୁ ଆଉଟ୍‌ କରିବା ସହ ତାଙ୍କୁ ଇନ୍‌ଷ୍ଟାଗ୍ରାମରୁ ମଧ୍ୟ ଅନ୍‌ଫଲୋ କରିଛନ୍ତି।

ଗତକାଲି ଧର୍ମା ପ୍ରଡକ୍ସନ ତରଫରୁ ଅଫିସିଆଲ ଟୁଇଟ୍‌ର ହ୍ୟାଣ୍ଡଲରେ କାର୍ତ୍ତିକଙ୍କୁ `ଦୋସ୍ତାନା-୨’ରୁ ବାହାର କରିଦିଆଯାଇଥିବା ନେଇ  ଘୋଷଣା ହୋଇଛି। ଏଥିସହ ଏହି ଫିଲ୍ମ ପାଇଁ ପୁଣି ଥରେ କାଷ୍ଟିଂ କରାଯିବ ବୋଲି ଟୁଇଟ୍‌ରେ କୁହାଯାଇଛି।

ସେପଟେ ଏହି ଘଟଣାକୁ ନେଇ ପୁଣି ଥରେ ବଲିଉଡରେ ପରିବାରବାଦ କଥା ଉପୁଜିଛି। ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ ଏହି ଘଟଣାକୁ ନେଇ ବର୍ଷିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, କାର୍ତ୍ତିକ ତାଙ୍କ ଅଭିନୟ ଦମ୍‌ରେ ଏଯାଏଁ ପହଞ୍ଚିଛନ୍ତି। ଆଗକୁ ମଧ୍ୟ ତାଙ୍କ ଅଭିନୟ ବଲିଉଡରେ ଏଭଳି ହିଁ ଜାରି ରହିବ। ଦୟାକରି ବଲିଉଡର ନେପୋଟିଜିମ୍‌ ଗ୍ୟାଙ୍ଗ ତାଙ୍କୁ ଏକୁଟିଆ ଛାଡି ଦିଅନ୍ତୁ। ସୁଶାନ୍ତ ସିଂ ରାଜପୁତଙ୍କ ଭଳି ତାଙ୍କ ପଛରେ ପଡିବା ଉଚତ ନୁହେଁ। ଚିଲ ଭଳି ତାଙ୍କ ପଛରେ ପଡନ୍ତୁ ନାହିଁ।”

ସୂଚନାଯୋଗ୍ୟ ଯେ `ଦୋସ୍ତାନା-୨’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଜାହ୍ନବୀ କପୁର ଏବଂ ଟିଭି ଅଭିନେତା ଲକ୍ଷ୍ୟଙ୍କୁ କାଷ୍ଟିଂ କରାଯାଇଥିଲା। ଏବେ କିନ୍ତୁ ଏହି ଫିଲ୍ମ ପାଇଁ ନୂଆ ଅଭିନେତା ଖୋଜା ଚାଲିଛି। କାର୍ତ୍ତିକଙ୍କ ସ୍ଥାନରେ ଏହି ଫିଲ୍ମ ପାଇଁ ରାଜକୁମାର ରାଓ ଏବଂ ଭିକି କୌଶାଲଙ୍କୁ କାଷ୍ଟ କରାଯାଇଥିବା ନେଇ ଶୁଣିବାକୁ ମିଳୁଛି।

The post କାର୍ତ୍ତିକ ଓ କରଣଙ୍କ ସମ୍ପର୍କରେ ଫାଟ! appeared first on Odisha Reporter.



from Odisha Reporter https://ift.tt/2OZ3iao

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages