ଜେଲ୍‌ରୁ ମୁକୁଳିବେ ଲାଲୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ଜେଲ୍‌ରୁ ମୁକୁଳିବେ ଲାଲୁ!

ନୂଆଦିଲ୍ଲୀ: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାବଦଙ୍କୁ ମିଳିଛି ବଡ ଆଶ୍ୱସ୍ତି। ବହୁଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଲାଲୁ ପ୍ରସାଦଙ୍କୁ ଜାମିନ ମିଳିଛି । ରାଂଚି ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଫଳରେ ସେ ଜେଲ୍‌ରୁ ମୁକିଳିବା ନେଇ ବାଟ ଫିଟିଛି।

ଦୀର୍ଘଦିନ ଧରି ଏହି ମାମଲାର ଶୁଣାଣି ଜାରି ରହିଥିଲା । ଏପ୍ରିଲରେ ଏହାର ଶୁଣାଣି ହେବାର ଥିଲା, ତେବେ ସିବିଆଇ ଜବାବ ଦାଖଲ କରିବାକୁ ସମୟ ମାଗିଥିଲେ । ଆଜି ଏହି ମାମାଲାର ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ । ଲାଲୁଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋର୍ଟ । ସର୍ତ୍ତ ମୁତାବକ ଲାଲୁ ଦେଶ ଛାଡି ବିଦେଶ ଯାଇପାରିବେ ନାହିଁ । ଏହାସହ ନିଜର ନାଁ ଓ ଫୋନ ନମ୍ୱର ବି ବଦଳାଇ ପାରିବେ ନାହିଁ ।

ସେହିପରି ଡୁମ୍‌କା ଟ୍ରେଜେରୀରୁ ୩.୧୩ କୋଟି ଟଙ୍କା ପ୍ରତ୍ୟାହାର, ଖାଉଟି ସ୍କାମ ମାମଲା ସହ ଜଡିତ ଅନ୍ୟ ମାମଲାରେ ଲାଲୁ ଯାଦବଙ୍କୁ ଜାମିନ ମିଳିସାରିଛି । ଲାଲୁ ପୂର୍ବରୁ ଚାଇବାସା ଏବଂ ଦେଓଗର ଟ୍ରେଜେରୀ ମାମଲାରେ ଜାମିନ ପାଇଛନ୍ତି । ଲାଲୁ ଯାଦବଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ଏହାରି ଭିତରେ ସେ ୪୨ ମାସ ଓ ୧୧ ଦିନ ଜେଲରେ ରହିଛନ୍ତି। ଲାଲୁ ଅଧା ଦଣ୍ଡରୁ ବି ଅଧିକ ସମୟ ଭୋଗିଛନ୍ତି ଯାହା ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏବେ ଲାଲୁ ୨ ଲକ୍ଷ ଟଙ୍କାର ୨ଟି ସିକ୍ୟୁରିଟି ବଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ମୁଚଳିକା ଦେବା ପରେ ଜେଲ୍‌ରୁ ବାହାରକୁ ଆସିପାରିବେ ବୋଲି ଜଷ୍ଟିସ ଅପ୍ରେଶ ସିଂହ କହିଛନ୍ତି।

The post ଜେଲ୍‌ରୁ ମୁକୁଳିବେ ଲାଲୁ! appeared first on Odisha Reporter.



from Odisha Reporter https://ift.tt/3x3undB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages