ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨,୬୧,୫୦୦ ପଜିଟିଭ, ୧୫୦୧ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨,୬୧,୫୦୦ ପଜିଟିଭ, ୧୫୦୧ ମୃତ

ନୂଆଦିଲ୍ଲୀ: ଦେଶରେ ସର୍ବକାଳୀନ ରେକର୍ଡ କରିଛି ମହାମାରୀ କରୋନା। କରୋନାର ଦ୍ୱିତୀୟ ଲହର ମାଡ଼ରେ ଅସ୍ତବ୍ୟସ୍ତ ହୋଇ ପଡ଼ିବାର ଭାରତରେ ଦୈନିକ ସଂକ୍ରମଣ ସବୁ ପୁରୁଣା ରେକର୍ଡକୁ ଆଜି ଭାଙ୍ଗି ଦେଇଛି। ପ୍ରତିଦିନ କରୋନାର ନୂଆ ନୂଆ ରେକର୍ଡ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। କ୍ରମାଗତ ଭାବେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପୂର୍ବରୁ କେବଳ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ୁଥିବା ବେଳେ ଏବେ ଦିଲ୍ଲୀଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ସ୍ଥିତି ଗମ୍ଭୀର ହେବାକୁ ବସିଲାଣି। ସ୍ଥିତି ଏପରି ହୋଇଛି ଯେ ଆଜି ଗୋଟିଏ ଦିନରେ ୨ ଲକ୍ଷ ୬୧ ହଜାର ୫ଶହ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନ ମଧ୍ୟରୁ କେବଳ ଦିଲ୍ଲୀ ଓ ମହାରାଷ୍ଟ୍ରରୁ ୯୧ ହଜାରରୁ ଅଧିକ ଲୋକ ରହିଛନ୍ତି।

ମହାରାଷ୍ଟ୍ରରେ ରେକର୍ଡ ୬୭ ହଜାର ଆକ୍ରାନ୍ତ କେବଳ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି। ସେହିପରି ଦେଶରେ କ୍ରମାଗତ ଭାବେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଧୀରେ ଧୀରେ କରୋନାଜନିତ ମୃତ୍ୟୁସଂଖ୍ୟା ବଢ଼ୁଥିବା ସରକାର ସ୍ୱୀକାର କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ଏକାଧିକ ରାଜ୍ୟ କଟକଣା ଲାଗୁ କରିଥିଲେ ହେଁ ଏହା କୌଣସି ସୁଫଳ ଦେଉ ନଥିବା ଦୈନିକ ସଂକ୍ରମଣରୁ ସ୍ପଷ୍ଟ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ବୁଲେଟିନ ଅନୁଯାୟୀ, ୨୪ ଘଣ୍ଟାରେ ରେକର୍ଡ ୨,୬୧,୫୦୦ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୭,୮୮,୧୦୯ରେ ପହଞ୍ଚି ଯାଇଛି। ଏହା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ପ୍ରଥମ ସ୍ଥାନରେ ପୂର୍ବଭଳି ଆମେରିକା ଓ ତୃତୀୟରେ ବ୍ରାଜିଲ ରହିଛି।

ସେହିପରି କରୋନା ଗୋଟିଏ ଦିନରେ ଆଉ ୧୫୦୧ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଭାରତରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୭୭,୧୫୦ ଛୁଇଁଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧,୨୮,୦୯,୬୪୩ ଜଣ ସୁସ୍ଥ ହୋଇଥିବାରୁ ଆକ୍ଟିଭ କେସ୍‌ ସଂଖ୍ୟା ୧୮,୦୧,୩୧୬ ରହିଛି। ଏଯାଏ ୧୨,୨୬,୨୨,୫୯୦ ଜଣଙ୍କୁ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ଦିଆଯାଇ ସାରିଲାଣି।


ଗତ ୩ ଦିନ ହେଲାଣି କ୍ରମାଗତ ଭାବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଉପରେ ରହୁଛି। ଦିଲ୍ଲୀ ଓ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି। ଉଭୟ ରାଜ୍ୟରେ ଦୈନିକ ସଂକ୍ରମଣ ପ୍ରାୟ ୯୧ ହଜାର ୫ଶହ ରହିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ରେକର୍ଡ ୬୭,୧୨୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୧୯ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଦିଲ୍ଲୀରେ ୨୪,୩୭୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ଓ ୧୬୭ ଜଣଙ୍କ ମୃତ୍ୟୁ ଘଟିଛି।

The post ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨,୬୧,୫୦୦ ପଜିଟିଭ, ୧୫୦୧ ମୃତ appeared first on Odisha Reporter.



from Odisha Reporter https://ift.tt/3glp3MW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages