ଅଭିନେତା ଅର୍ଜୁନ ରାମପଲଙ୍କୁ କରୋନା, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ଅଭିନେତା ଅର୍ଜୁନ ରାମପଲଙ୍କୁ କରୋନା, କହିଲେ ଏମିତି କଥା

ମୁମ୍ବାଇ: ବଲିଉଡ୍‌ର ଜଣଙ୍କ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏହିକ୍ରମରେ ବରିଷ୍ଠ ଅଭିନେତା ଅର୍ଜୁନ ରାମପଲଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ସମ୍ପର୍କରେ ଅର୍ଜୁନ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।

ସେହିପରି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ଓ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସିତ ହେଉଛନ୍ତି ବୋଲି କହିଛନ୍ତି। ଅର୍ଜୁନ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ “ମୋର କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ହେଲେ ମୋର କୌଣସି ଲକ୍ଷଣ ଦେଖାଯାଇନାହିଁ। ତଥାପି ମୁଁ ହୋମ ଆଇସୋଲେସନରେ ରହିଛି। ସେହିପରି ଆବଶ୍ୟକ ମେଡିସିନ ବ୍ୟବହାର କରୁଛି।

ମୁଁ ସମସ୍ତ ପ୍ରକାରର ପ୍ରୋଟୋକଲକୁ ଅନୁସରଣ କରୁଛି। ଗତ ୧୦ ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ଯତ୍ନ ନିଅନ୍ତୁ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ। ଏହା ଆମ ପାଇଁ ବହୁତ ବଡ଼ ଭୟର ବାତାବରଣ ସୃଷ୍ଟି କରୁଥିବା ସମୟ। ଯଦି ଆମେ ଏହି ଛୋଟିଆ ସମୟକୁ ଠିକ୍ ଭାବେ ବ୍ୟବହାର କରିବା ଓ ସତର୍କ ରହିବା, ତା’ହେଲେ ଆମ ସମସ୍ତଙ୍କ ମଙ୍ଗଳ ହେବ। ଏହାକୁ ଆମକୁ ଦୀର୍ଘ ସମୟ ଯାଏ ଲାଭ ଦେବ। ଆମେ ଏକାଠି କରୋନା ସହ ଲଢ଼ିବା।”

 

View this post on Instagram

 

A post shared by Arjun (@rampal72)


କରୋନା ଦ୍ୱିତୀୟ ଲହରୀ ସାରା ଦେଶକୁ ପ୍ରଭାବିତ କରିଛି। ଏଥିରେ ଏକାଧିକ ବଲିଉଡ ସେଲେବ୍ରିଟି ମଧ୍ୟ ପଡ଼ିଛନ୍ତି। ଅର୍ଜୁନଙ୍କ ପୂର୍ବରୁ ରଣବୀର କପୁର, ଆଲିଆ ଭଟ୍ଟ, କଟ୍ରିନା କୈଫ, ଭିକ୍କି କୌଶଲ, କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡନେକର, ପରେଶ ରାୱଲଙ୍କ ସମେତ ଏକାଧିକ ଅଭିନେତା ଓ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।

The post ଅଭିନେତା ଅର୍ଜୁନ ରାମପଲଙ୍କୁ କରୋନା, କହିଲେ ଏମିତି କଥା appeared first on Odisha Reporter.



from Odisha Reporter https://ift.tt/3glsz9Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages