ରାମାନନ୍ଦ ସାଗରଙ୍କୁ ବଞ୍ଚାଇଥିଲେ ବିଜୁ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ରାମାନନ୍ଦ ସାଗରଙ୍କୁ ବଞ୍ଚାଇଥିଲେ ବିଜୁ ବାବୁ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): ପ୍ରବାଦ ପୁରୁଷ। ଟଲ୍ ମ୍ୟାନ୍‌। ଶିଳ୍ପ ବିପ୍ଳବୀ। ଏମିତି କେତେ କ’ଣ ନାଁରେ ଆଜି ବି ତାଙ୍କୁ ମନେ ପକାନ୍ତି ଓଡ଼ିଶାବାସୀ। ସେ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ। ତାଙ୍କ ବୀରତ୍ୱର କାହାଣୀ ଖାଲି ରାଜ୍ୟ କି ଦେଶ ନୁହେଁ, ବିଦେଶରେ ବି ବିଦିତ। ତେବେ ୟା ଭିତରେ ତାଙ୍କୁ ନେଇ ସାମ୍ନାକୁ ଆସିଛି ଆଉ ଏକ ବହୁ ପୁରୁଣା ତଥା ଅନାଲୋଚିତ ଓ ରୋଚକ ତଥ୍ୟ।

ଅନେକ ହିଟ୍ ହିନ୍ଦୀ ଫିଲ୍ମ ତଥା ‘ରାମାୟଣ’ ସିରିଏଲ କରି ପ୍ରଚୁର ପ୍ରଶଂସା ସାଉଁଟିଥିବା ରାମାନନ୍ଦ ସାଗର ଓ ତାଙ୍କ ପୂରା ପରିବାରକୁ ବିଜୁ ବାବୁ ବଞ୍ଚାଇଥିଲେ। ଡାକୋଟା ବିମାନରେ ସେମାନଙ୍କୁ ଉଦ୍ଧାର କରିଥିଲେ ଦେଇଥିଲେ ନୂଆ ଜୀବନ। ଆଉ ଏ କଥାକୁ ସାମ୍ନାକୁ ଆଣିଛନ୍ତି ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର। ବାପା ରାମାନନ୍ଦ ସାଗରଙ୍କ ଜୀବନୀକୁ ନେଇ ଲେଖିଥିବା ପୁସ୍ତକରେ ସେ ଏହି କଥା ଉଲ୍ଲେଖ କରିଛନ୍ତି।

ପ୍ରେମ ସାଗରଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକର ନାଁ ‘ଆନ୍ ଏପିକ୍ ଲାଇଫ୍- ରାମାନନ୍ଦ ସାଗର: ଫ୍ରମ୍ ବର୍ଷାତ୍ ଟୁ ରାମାୟଣ’। ନିକଟରେ ବହିଟିକୁ ପଢ଼ିବା ପରେ ବିଜୁ ବାବୁ ଓ ରାମାନନ୍ଦ ସାଗରଙ୍କୁ ନେଇ ରହିଥିବା ଏହି ଅନାଲୋଚିତ କଥାକୁ ସର୍ବସମ୍ମୁଖକୁ ଆଣିଛନ୍ତି ବରିଷ୍ଠ ସାମ୍ବାଦିକ ସମ୍ବିତ ମହାପାତ୍ର।

ରାମାନନ୍ଦ ଜୀବନୀ ଉପରେ ଆଧାରିତ ଏହି ପୁସ୍ତକର ଦ୍ୱିତୀୟ ପରିଚ୍ଛଦର ଶୀର୍ଷକ ରହିଛି ‘ଏସ୍କେପ୍ ଫ୍ରମ୍ ଶ୍ରୀନଗର’। ଆଉ ଏଥିରେ ପ୍ରେମ ସାଗର ବର୍ଣ୍ଣନା କରିଛନ୍ତି କେମିତି ତାଙ୍କ ବାପା ଓ ପରିବାରର ଅନ୍ୟ ସଦସ୍ୟମାନେ ସୁରକ୍ଷିତ ଭାବେ ଶ୍ରୀନଗରୁ ଦିଲ୍ଲୀ ଆସିଥିଲେ।

୧୯୪୭ ମସିହା ଅକ୍ଟୋବର ୨୭ ତାରିଖରେ ଯେତେବେଳେ ପାକିସ୍ତାନୀ ସେନା ପ୍ରୋତ୍ସାହନରେ କାଶ୍ମୀରରେ ଜେହାଦୀ ଆକ୍ରମଣକାରୀ ଶ୍ରୀନଗର ଆଡ଼କୁ ମାଡ଼ି ଚାଲିଥିଲେ, ସେ ସମୟରେ ଜୀବନ ବଞ୍ଚାଇବା ଆଶାରେ ରାମାନନ୍ଦ ସାଗର ତାଙ୍କ ପରିବାର ଓ ଆତ୍ମୀୟଙ୍କୁ ଧରି ଶ୍ରୀନଗର ବିମାନବନ୍ଦରକୁ ଚାଲିଯାଇଥିଲେ। ସେମାନେ ମୋଟ ୧୩ ଜଣ ଥିଲେ। ରାମାନନ୍ଦ ସାଗର ତାଙ୍କ ସହିତ ଏକ ଟ୍ରଙ୍କ ମଧ୍ୟ ନେଇ ଯାଇଥିଲେ।

ପରିବହନ ବିମାନ ଡାକୋଟା ଡିସି-ଥ୍ରୀ ବିମାନରେ ଲୋକଙ୍କୁ ଉଦ୍ଧାର କରୁଥିଲେ ଦକ୍ଷ ପାଇଲଟ୍ ବିଜୁ ବାବୁ। ବିମାନର ସାମରିକ କର୍ମଚାରୀମାନେ ଲୋକଙ୍କୁ ସାଙ୍ଗରେ କୌଣସି ସାମଗ୍ରୀ ନଆଣିବାକୁ କହୁଥିଲେ। ଏହା ଦ୍ୱାରା ବିମାନର ଓଜନ ବଢ଼ିଯିବ ବୋଲି ସେମାନେ କହୁଥିଲେ।

ଲୋକେ ଜୀବନ ବଞ୍ଚାଇବାକୁ ବିକଳ ହେଉଥିବା ବେଳେ ରାମାନନ୍ଦ ଏକ ଟ୍ରଙ୍କ ଧରି ଆସିଥିବା ଦେଖି ବିଜୁ ବାବୁ ଚିହିଁକି ଉଠିଥିଲେ। ରାମାନନ୍ଦ ସାଙ୍ଗରେ ଟ୍ରଙ୍କଟିକୁ ନେଇଯିବାକୁ ଚାହୁଁଥିବା କହିବା ପରେ ବିଜୁ ବାବୁ ତାଙ୍କ ଉପରେ ରାଗିଥିଲେ ଓ ତାଙ୍କୁ ବଡ଼ କୃପଣ ଲୋକ ବୋଲି କହିଥିଲେ। ଏହା ସହିତ ଟ୍ରଙ୍କରେ କ’ଣ ଅଛି କହି ଖୋଲି ଦେଖାଇବାକୁ କହିଥିଲେ ବିଜୁ ବାବୁ। ଏହା ପରେ ରାମାନନ୍ଦ ସାଗର ସେ କୃପଣ ନୁହଁନ୍ତି ବୋଲି କହିବା ସହ ଟ୍ରଙ୍କ ଖୋଲି ସେଥିରେ ତାଙ୍କ ଉପନ୍ୟାସ ‘ଔର ଇନସାନ୍ ମର ଗୟା’ର କିଛି କାଗଜ ରହିଥିବା ଦେଖାଇଥିଲେ। ଏହି ସମୟରେ ରାମାନନ୍ଦ ସାଗର କାନ୍ଦ କାନ୍ଦ ହୋଇ ଯାଇଥିଲେ। ଏହା ପରେ ବିଜୁବାବୁ ନିଜକୁ ଦୋଷୀ ବୋଲି ଭାବି ରାମାନନ୍ଦଙ୍କ ପାଦ ଛୁଇଁଥିଲେ ଓ ତାଙ୍କୁ କୁଣ୍ଢାଇ ନେଇଥିଲେ।

ଏହା ପରେ ରାମାନନ୍ଦ ସାଗରଙ୍କ ପୂରା ପରିବାର ସହିତ ବିମାନରେ ବସିଥିଲେ ଓ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଥିଲେ। ଆଉ ପାଇଥିଲେ ନୂଆ ଜୀବନ। ପରେ ରାମାନନ୍ଦ ପାଲଟି ଯାଇଥିଲେ ଭାରତୀୟ କଳା, ସଂସ୍କୃତି ଓ ସିନେ ଜଗତର ଦଣେ ଦୀପ୍ତିବନ୍ତ ନକ୍ଷତ୍ର। ପ୍ରେମ୍ ସାଗରଙ୍କ ଭାଷାରେ ଯଦି ସେଦିନ ବିଜୁ ବାବୁ ନଥା’ନ୍ତେ, ହୁଏତ ଆଜି ଲୋକେ ରାମାନନ୍ଦ କିମ୍ବା ତାଙ୍କ କାଳଜୟୀ କୃତିକୁ ସ୍ମରଣ କରିବାର ଅବକାଶ ପାଇନଥା’ନ୍ତେ।

The post ରାମାନନ୍ଦ ସାଗରଙ୍କୁ ବଞ୍ଚାଇଥିଲେ ବିଜୁ ବାବୁ appeared first on Odisha Reporter.



from Odisha Reporter https://ift.tt/2QAeESs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages