ବଢ଼ୁଛି କରୋନା ସଂକ୍ରମଣ, କେନ୍ଦ୍ର ଜାରି କଲା ନିର୍ଦ୍ଦେଶନାମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 30, 2021

ବଢ଼ୁଛି କରୋନା ସଂକ୍ରମଣ, କେନ୍ଦ୍ର ଜାରି କଲା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଅକସ୍ମାତ ଭାବରେ ବୃଦ୍ଧି ହୋଇ ଚାଲିଛି। ସ୍ଥିତି ବେକାବୁ ହେଉଥିବା ଦେଖି ବିଭିନ୍ନ ରାଜ୍ୟରେ ଲକଡାଉନ୍ ଏବଂ ଶଟଡାଉନ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଛି।

ଗୃହ ମନ୍ତ୍ରାଳୟ ଜାରି କରିଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, କୌଣସି ସରକାର ଲକଡାଉନ୍ କି ଶଟଡାଉନ୍ ଲାଗୁ କରିପାରିବେ ନାହିଁ। ହେଲେ ଯେଉଁ ସ୍ଥାନରେ ସଂକ୍ରମଣ ଅଧିକ ରହିଛି ସେହି ସ୍ଥାନକୁ ବା ଜିଲ୍ଲାକୁ ରାଜ୍ୟ ସରକାର ଆବଶ୍ୟକ ବିଚାର ବିମର୍ଶ କରି ଲକଡାଉନ୍ କରିପାରିବେ। ଯେଉଁଠି ସପ୍ତାହେ ହେବ ୧୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହି ସ୍ଥାନ ଗୁଡ଼ିକରେ ମଧ୍ୟ ଲକଡାଉନ ଲାଗୁ କରିବା ନେଇ ନିଷ୍ପତ୍ତି ନିଆଯାଇପାରିବ ବୋଲି କେନ୍ଦ୍ର କହିଛି। ଏଥିସହିତ ସଂପୃକ୍ତ ଅଞ୍ଚଳରେ କୋଭିଡ ବେଡର ସଂଖ୍ୟା ବଢ଼ାଇବାକୁ କୁହଯାଇଛି। ଆଉ ମୋଟ୍ ବେଡର ୬୦ ପ୍ରତିଶତରୁ ଅଧିକ ଅକ୍ସିଜେନ ସହିତ ବେଡର ବ୍ୟବସ୍ଥା କରିବା ନେଇ କେନ୍ଦ୍ର ସରକାର କହିଛନ୍ତି।

ଘରି ରହି କାମ କରିବା ଉପରେ ଜୋର ଦେବାକୁ କେନ୍ଦ୍ର ରାଜ୍ୟ ସରକାର ମାନଙ୍କୁ କହିଛି। ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ କେନ୍ଦ୍ର ଓ ରାଜ୍ୟର ନିୟମାବାଳୀ କଡ଼ାକଡ଼ି ଭାବରେ ପାଳନ କରିବାକୁ କୁହାଯାଇଛି। ରାଜନୀତିକ, ସାମାଜିକ, ଧାର୍ମିକ, କ୍ରୀଡା କିମ୍ବା ମନୋରଞ୍ଜନ ଉଦ୍ଦେଶ୍ୟରେ ସର୍ବସାଧାରଣ ସମାରୋହକୁ ନିଷିଦ୍ଧ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରିଛି।

ବିବାହ ଉତ୍ସବରେ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ତଥା ସପିଂ କମ୍ପ୍ଲେକ୍ସରେ ୨୦ ଜଣ ଯୋଗ ଦେଇପାରିବା ନେଇ ନିର୍ଦ୍ଦେଶ ରହିଛି। ସେହିପରି ଶପିଂ କମ୍ପ୍ଲେକ୍ସ, ସିନେମା ହଲ, ଜିମ୍ ଏବଂ ସ୍ପା ବନ୍ଦ କରିବାକୁ କୁହାଯାଇଛି। ରେଷ୍ଟୁରାଣ୍ଟ, ଷ୍ଟାଡିୟମ୍, ଜନସାଧାରଣ ପରିବହନ ଏବଂ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାମ କରାଇବାକୁ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି।

କଣ୍ଟେନମେଣ୍ଟ ଜୋନ୍ ଗୁଡିକ ୧୪ ଦିନ ପାଇଁ ପ୍ରତିବନ୍ଧକ ରହିବ, ଟେଷ୍ଟ-ଟ୍ରାକ୍-ଟ୍ରିଟ-ଟିକା ପ୍ରଣାଳୀ ଗ୍ରହଣ କରିବାକୁ ଏବଂ କୋଭିଡ ଆଇନ ସୁନିଶ୍ଚିତ ଭାବରେ ପାଳନ କରିବାକୁ କୁହାଯାଇଛି। ଏଥିସହ ଡାକ୍ତରଖାନାରେ ଖାଲିଥିବା ବେଡ୍ ପ୍ରତିଦିନ ଅନଲାଇନରେ ଉପଲବ୍ଧ କରାଯିବା ଉଚିତ।

The post ବଢ଼ୁଛି କରୋନା ସଂକ୍ରମଣ, କେନ୍ଦ୍ର ଜାରି କଲା ନିର୍ଦ୍ଦେଶନାମା appeared first on Odisha Reporter.



from Odisha Reporter https://ift.tt/3uah3Cu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages