ସ୍ଥଗିତ ହେଲା JEE ମେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ସ୍ଥଗିତ ହେଲା JEE ମେନ୍‌

ନୂଆଦିଲ୍ଲୀ: ସ୍ଥଗିତ ହେଲା ୨୦୨୧ ଏପ୍ରିଲ୍ ସେସନ୍‌ର ଯୁଗ୍ମ ପ୍ରବେଶିକା ପରୀକ୍ଷା (ମେନ୍‌) ବା JEE (ମେନ୍)। ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

JEE (ମେନ୍)ର ନୂଆ ତାରିଖ ପରୀକ୍ଷାର ୧୫ ଦିନ ପୂର୍ବରୁ ଘୋଷଣା କରାଯିବ ବୋଲି ନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସୀ (ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଚଳିତ ମାସ ୨୭, ୨୮, ୩୦ରେ ଏହି ପ୍ରବେଶିକା ପରୀକ୍ଷା କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ୪ଟି ସେସନରେ ପରୀକ୍ଷା ହେବାର ଥିଲା। ପୂର୍ବରୁ ଶିକ୍ଷାର୍ଥୀମାନେ ଫେବୃଆରୀ ଓ ମାର୍ଚ୍ଚ ସେସନ ପରୀକ୍ଷା ଦେଇ ସାରିଛନ୍ତି।

ପ୍ରଥମ ସେସନ ପରୀକ୍ଷା ଫେବୃଆରୀ ୨୩ରୁ ୨୬ ଓ ଦ୍ୱିତୀୟ ସେସନ ମାର୍ଚ୍ଚ ୧୬ରୁ ୧୮ ଯାଏ ହୋଇଥିଲା। ଏହାର ରେଜଲ୍ଟ ମଧ୍ୟ ପ୍ରକାଶ ପାଇ ସାରିଛି। ଫେବୃଆରୀ ମାସରେ ହୋଇଥିବା ପରୀକ୍ଷାରେ ୬୨୦୯୭୮ ଜଣ ପରୀକ୍ଷା ଦେଇଥିବା ବେଳେ ମାର୍ଚ୍ଚ ସେସନ ପରୀକ୍ଷାରେ ୫୫୬୨୪୮ ଜଣ ସାମିଲ ହୋଇଥିଲେ।

ଏପ୍ରିଲ ସେସନର ପରୀକ୍ଷା ବାତିଲ ହୋଇଥିଲେ ହେଁ ଏନଟିଏ ପିଲାମାନଙ୍କୁ ପାଠପଢ଼ା ଜାରି ରଖିବାକୁ ପରାମର୍ଶ ଦେଇଛି। ସେହିପରି ଶିକ୍ଷାର୍ଥୀମାନେ ଚାହିଁଲେ ଏନଟିଏ ଅଭ୍ୟାସ ଆପ୍‌ରେ ମଧ୍ୟ ପରୀକ୍ଷା ଦେଇପାରିବେ। ସଂକ୍ରମଣ ବଢ଼ୁଥିବାରୁ ଶିକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ଏନଟିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

The post ସ୍ଥଗିତ ହେଲା JEE ମେନ୍‌ appeared first on Odisha Reporter.



from Odisha Reporter https://ift.tt/3gguEUE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages