କରୋନା ଟିକା ପାଇଁ କ୍ରେଜ୍‌; ପ୍ରଥମ ଦିନରେ ପୋର୍ଟାଲ କ୍ରାସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 28, 2021

କରୋନା ଟିକା ପାଇଁ କ୍ରେଜ୍‌; ପ୍ରଥମ ଦିନରେ ପୋର୍ଟାଲ କ୍ରାସ୍‌

ନୂଆଦିଲ୍ଲୀ: ଦେଶରେ ଟିକାକରଣ ହେଲେ ହିଁ କରୋନାକୁ ମାତ୍ ଦେଇ ହେବ। ତେଣୁ ସରକାର ଏବେ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରାପ୍ତ ବୟସ୍କ (୧୮ରୁ ୪୫) ବର୍ଗର ବ୍ୟକ୍ତି ଏହି ଟିକାକରଣରେ ସାମିଲ୍ ହୋଇପାରିବେ। ଏହାପୂର୍ବରୁ ବୁଧବାର କୋଓ୍ୱିନ୍ ଆପରେ ପଞ୍ଜିକରଣ ଆରମ୍ଭ ହୋଇଯାଇଛି।

ପଞ୍ଜିକରଣର ପ୍ରଥମ ଦିନରେ, ୩୩ ନିୟୁତ ଲୋକ ପଞ୍ଜୀକୃତ କରିଛନ୍ତି। ଏତେ ସଂଖ୍ୟାରେ ପଞ୍ଜିକରଣରୁ ସ୍ପଷ୍ଟ ହୋଇଛି ଯେ ଲୋକମାନେ ଟିକାକୁ ନେଇ ସକାରାତ୍ମକ ରହିଛନ୍ତି। ଆଉ ଉତ୍ସାହ ମଧ୍ୟ ରହିଛି। କୋଓ୍ୱିନ୍ ଆପର ଚେୟାରମ୍ୟାନ୍ ଆର-ଶର୍ମା ଟ୍ୱିଟ୍ କରି କହିଛନ୍ତି ଯେ କୋ-ୱିନରେ ୧.୩୩ କୋଟି ଲୋକ ପଞ୍ଜୀକରଣ କରିଛନ୍ତି। ସେହିପରି ୨.୭୮ କୋଟି ଏସଏମଏସ ପଠାଯାଇଛି।

କୋ-ୱିନ ପୋର୍ଟାଲରେ ପଞ୍ଜୀକରଣ ପ୍ରକ୍ରିୟା ବୁଧବାର ଅପରାହ୍ନ ୪ ଟାରୁ ଆରମ୍ଭ ହୋଇଥିଲା। ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ କୋ-ୱିନ୍ ଆପ୍ ଅଳ୍ପ ସମୟ ପାଇଁ କ୍ରାସ୍ ହୋଇଥିଲା। କୋଓ୍ୱିନ ଆପ୍ ଖୋଲୁନଥିବା ନେଇ ସୋଶାଲ ମିଡିଆରେ ଅନେକ ଅଭିଯୋଗ କରିଥିଲେ।

The post କରୋନା ଟିକା ପାଇଁ କ୍ରେଜ୍‌; ପ୍ରଥମ ଦିନରେ ପୋର୍ଟାଲ କ୍ରାସ୍‌ appeared first on Odisha Reporter.



from Odisha Reporter https://ift.tt/3e1hHwz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages