ମୁଦି ପିନ୍ଧିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ସୁନା, ରୁପା, ହୀରା ଓ ଅନ୍ୟ ଧାତୁନିର୍ମିତ ମୁଦି ସହ ଆଜିକାଲି ବହୁ ଷ୍ଟାଇଲିସ୍ ମୁଦି ମଧ୍ୟ ବଜାରରେ ମିଳୁଛି। ତେବେ ମୁଦି ପିନ୍ଧିବାବେଳେ କିଛି ଦିଗ ଉପରେ ନଜର ଦେଲେ, ଆପଣଙ୍କ ଭାଗ୍ୟ ବଦଳିଯିବାର ସମ୍ଭାବନା ମଧ୍ୟ ରହିଛି।
ସବୁପ୍ରକାର ମୁଦିରୁ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ ନାହିଁ। ଶାସ୍ତ୍ର ଅନୁସାରେ, ରୁପା ମୁଦି ପିନ୍ଧିବା ଦ୍ୱାରା ଆପଣଙ୍କୁ ସଫଳତା ମିଳିପାରିବ। କେବଳ ରୁପା ମୁଦି ନୁହେଁ, ବରଂ ରୁପା ପାତ୍ରର ବ୍ୟବହାରରୁ ମଧ୍ୟ ବହୁ ଫାଇଦା ମିଳିଥାଏ।
ଆସନ୍ତୁ ଜାଣିବା, ରୁପା ମୁଦି ପିନ୍ଧିବା ଓ ରୁପା ପାତ୍ର ବ୍ୟବହାର ଦ୍ୱାରା କିପରି ଭାଗ୍ୟ ବଦଳିଯାଏ।
–ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରୁପା’ର ସମ୍ପର୍କ ବୃହସ୍ପତି ଏବଂ ଚନ୍ଦ୍ରଙ୍କ ସହ ରହିଛି । ଏହା ଆମ ଶରୀରରେ ଥିବା ଜଳ ଓ କଫକୁ ନିୟନ୍ତ୍ରଣ କରିଥାଏ।
–ଶାସ୍ତ୍ର ଅନୁସାରେ, ରୁପା ଧନବୃଦ୍ଧି ସହ ଭାଗ୍ୟ ପରିବର୍ତ୍ତନରେ ମଧ୍ୟ ସହାୟକ ହୋଇଥାଏ।
–କୁହାଯାଏ, ରୁପା ମୁଦି ପିନ୍ଧିଲେ,ଏହା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରିଦିଏ। ଏହାଦ୍ୱାରା ସ୍ୱାସ୍ଥ୍ୟାଗତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
–ଘରେ ରୁପାନିର୍ମିତ ପାତ୍ର ବ୍ୟବହାର କରୁଥିଲେ, ଏଥିରୁ ଫାଇଦା ମଧ୍ୟ ମିଳେ। ରୋଷେଇ ଘରେ ଅବା ଘରସଜ୍ଜାରେ ରୁପା ସାମଗ୍ରୀ ବ୍ୟବହାର କଲେ, ଏହା ଆପଣଙ୍କ ଜୀବନରେ ସକାରାତ୍ମକ ଭାବ ଭରିଦେଇଥାଏ।
–ହାତର ଛୋଟ ଅଙ୍ଗୁଳିରେ ରୁପା ମୁଦି ପିନ୍ଧିଲେ, ଆପଣଙ୍କ ଜୀବନରେ ସକାରାତ୍ମକ ଭାବନା ମଧ୍ୟ ଜାଗ୍ରତ ହେବ। ଏହାର ପ୍ରଭାବରେ ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ଘଟିବ। ରୁପା ମୁଦି ପିନ୍ଧିବା ଦ୍ୱାରା ନିଜ ରାଗ ଉପରେ ମଧ୍ୟ ଆପଣଙ୍କ ନିୟନ୍ତ୍ରଣ ରହିବ।
–ଦୋକାନରୁ ରୁପା ମୁଦି କିଣିବା ପରେ କୌଣସି ଏକ ଗୁରୁବାର ଗୋଟିଏ ରାତି ପାଇଁ ଏହାକୁ ପାଣିରେ ପକାଇ ରଖନ୍ତୁ। ପରେ ଏହାକୁ ଆପଣ ନିଜ ଠାକୁର ଘରେ ରଖିବା ପରେ ନିଜ ଛୋଟ ଅଙ୍ଗୁଳିରେ ପିନ୍ଧି ନିଅନ୍ତୁ। ଦେଖିବେ, ଆପଣଙ୍କ ଭାଗ୍ୟ ବଦଳିଯିବ।
The post ରୁପା ମୁଦି ପିନ୍ଧିଲେ ବଦଳିପାରେ ଭାଗ୍ୟ appeared first on Odisha Reporter.
from Odisha Reporter https://ift.tt/3e0BEn2
No comments:
Post a Comment