ଗୋଟିଏ ଗାଁରୁ ୭୦ ପଜିଟିଭ; ବିଶ୍ୱାସ କଲେନି ଗ୍ରାମବାସୀ, ମେଡିକାଲ ଟିମ୍‌ ୫ ଘଣ୍ଟା ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 22, 2021

ଗୋଟିଏ ଗାଁରୁ ୭୦ ପଜିଟିଭ; ବିଶ୍ୱାସ କଲେନି ଗ୍ରାମବାସୀ, ମେଡିକାଲ ଟିମ୍‌ ୫ ଘଣ୍ଟା ଅଟକ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କୋଭିଡ ପରୀକ୍ଷା ପରେ ଆସିଥିବା ପଜିଟିଭ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ କରି ମେଡିକାଲ ଟିମ୍‌କୁ ବନ୍ଧକ ରଖିଲେ ଗ୍ରାମବାସୀ । ପଜିଟିଭ ଚିହ୍ନଟ ହୋଇଥିବା କୌଣସି ଲୋକଙ୍କର କିଛି ବି ଲକ୍ଷଣ ନଥିବା ଗାଁ ଲୋକେ କହିଛନ୍ତି  ।  ତେଣୁ ଏହି ରିପୋର୍ଟ ଉପରେ ବିଶ୍ୱାସ ନ କରି ଭିଡିଓ ମାଧ୍ୟମରେ ଆଉ ଥରେ ଅନ୍ୟ ଜାଗାରେ  ଆର.ଟି.ପି.ସି.ଆର ପରୀକ୍ଷା କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ବୈଦିପାଲି ପଂଚାୟତ ଅର୍ନ୍ତଗତ ବରଗାଁରେ ।

ଗତ ୧୮ ତାରିଖରେ ବୈଦିପାଲି ଗାଁର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତା’ପରେ ପର୍ଯ୍ୟାୟ କ୍ରମେ  ବରଗାଁରେ ଚୁଡାପାଲି ମେଡିକାଲ ଟିମ୍‌ ଦ୍ୱାରା ଗ୍ରାମବାସୀଙ୍କର ଆର.ଟି.ପି.ସି.ଆର ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ  ୭୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରିପୋର୍ଟ ଆସିଥିଲା । ହେଲେ ଏହାଜୁ ସହଜେ ଗ୍ରହଣ କରିପାରି ନ ଥିଲେ ଗ୍ରାମବାସୀ।

ଗତକାଲି ପୁଲିସ୍‌ ଓ  ମେଡିକାଲ ଟିମ ବୈଦିପାଲି ଗାଁକୁ ଯାଇଥିବା ବେଲେ ଗାଁ ଲୋକେ ୫ ଘଣ୍ଟାଧରି ସେମାନଙ୍କୁ ଅଟକ ରଖିଥିଲେ । ପଜିଟିଭ ଚିହ୍ନଟ ହୋଇଥିବା କୌଣସି ଲୋକଙ୍କର କିଛି ବି ଲକ୍ଷଣ ନଥିବା ଗାଁ ଲୋକେ କହିଛନ୍ତି  । ଏହା ସହିତ  ଅନ୍ୟତ୍ର  ଆର.ଟି.ପି.ସି.ଆର ପରୀକ୍ଷା କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।  ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଡିକାଲ ଟିମକୁ ଅଟକ ରଖିବା ପରେ ଗାଁ ଲୋକେ ଛାଡିଥିଲେ ।

ଏନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଏପରି ପଜିଟିଭ ଚିହ୍ନଟ କରି ବହୁ ଅର୍ଥ ଆତ୍ମସାତ କରାଯାଉଛି। ଆର.ଟି.ପି.ସି.ଆର ଟେଷ୍ଟ କରି କରି ଆମ ଗାଁକୁ ନିନ୍ଦା, ଅପବାଦ ଆଣି ଦେଇଛନ୍ତି। ଆମେ ଦୋକାନ, ବଜାର କୋଉଠିକୁ ବି ଯାଇପାରୁନି। ଲୋକମାନେ ଆମକୁ ଅଛୁଆଁ ପରି ବ୍ୟବହାର କରୁଛନ୍ତି।

The post ଗୋଟିଏ ଗାଁରୁ ୭୦ ପଜିଟିଭ; ବିଶ୍ୱାସ କଲେନି ଗ୍ରାମବାସୀ, ମେଡିକାଲ ଟିମ୍‌ ୫ ଘଣ୍ଟା ଅଟକ appeared first on Odisha Reporter.



from Odisha Reporter https://ift.tt/32FLCny

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages