କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 22, 2021

କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୨ ମୃତ

ମୁମ୍ୱାଇ: କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବିରାର ଓ୍ୱେଷ୍ଟ ସ୍ଥିତ ବିଜୟ ବଲ୍ଲଭ କୋଭିଡ୍ କେୟାର ହସ୍ପିଟାଲରେ ଏହି ଦୁର୍ଘଟଣା ଘଟିଛି। ଖବର ଲେଖାହେବା ସୁଦ୍ଧା ମୃତକଙ୍କ ପରିଚୟ ବାବଦରେ କୌଣସି ସୂଚନା ମିଳିପାରି ନାହିଁ।

ଭୋର୍ ୩ଟା ୧୫ ମିନିଟରେ ଆଇସିୟୁ ୟୁନିଟରେ ପ୍ରଥମେ ନିଆଁ ଲାଗିଥିଲା। ଆଉ ଘଟଣାସ୍ଥଳରେ ଅଗ୍ନି ନିର୍ବାପକ ଟିମ୍ ଆସି ନିଆଁ ନିଭାଇଥିଲା। ସକାଳ ୫ଟା ୩୦ ମିନିଟ୍ ବେଳକୁ ଏହି ନିଆଁ ଲିଭିଥିଲା। ମୋଟ୍ ୧୭ ଜଣ ଆଇସିୟୁରେ ଥିଲେ। ଏଯାବତ ୧୨ ଜଣଙ୍କର ମୃତ୍ୟୁ ହୋଇଛି ହେଲେ ବାକି ୫ ଜଣଙ୍କୁ ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହସ୍ପିଟାଲରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ ଏହା ଏକ ଗଣମାଧ୍ୟମକୁ ଏହା କହିଛନ୍ତି। ହସ୍ପିଟାଲରେ ପାଣି ସିଞ୍ଚନକାରୀ ସାମଗ୍ରୀ ସହିତ କୌଣସି ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସେ କହିଛନ୍ତି।

The post କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୨ ମୃତ appeared first on Odisha Reporter.



from Odisha Reporter https://ift.tt/3dEXsV8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages